ଢେଙ୍କାନାଳ ଜିଲ୍ଲାକୁ ମିଳିଲା ୫୦୨ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ

ଢେଙ୍କାନାଳ ଜିଲ୍ଲାକୁ ମିଳିଲା ୫୦୨ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ

ଫୋକସ ପ୍ଲସ(ଢେଙ୍କାନାଳ)୧୩/୦୮/୨୦୨୨: ଢେଙ୍କାନାଳ ବିଜେଡି କାର୍ଯ୍ୟାଳୟ ଠାରେ ଶନିବାର ପୂର୍ବାହ୍ନ ରେ ଏକ ଖବର ବାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଖବରଦାତ। ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କ ଖଣି, ଇସ୍ପାତ, ଓ ପୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଓ ପରଜଙ୍ଗ ବିଧାୟକ ଡ଼ା ନୃସିଂହ ଚରଣ ସାହୁ, ଯୋଗ ଦେଇ ଢେଙ୍କାନାଳ ଜିଲ୍ଲା ରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୫୦୨ କୋଟି ଟଙ୍କାରେ କାର୍ଯ୍ୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ବୋଲି ସୁଚନା ଦେଇଥିଲେ ।ଏହି ପ୍ରକଳ୍ପ ଦ୍ବାରା 6ତଙ୍କାନାଳ ସଦର, ପରଜଙ୍ଗ, କାମାକ୍ଷାନଗର ଓ କଙ୍କଡ଼ାହାଡ ବ୍ଲ୍କକ ର ୭୧ ଟି ଗ୍ରାମ ପଞ୍ଚାୟତ ର ୨୭୧ ଟି ଗ୍ରାମର ପ୍ରାୟ ୩ ଲକ୍ଷ ୨୨ ହଜାର, ୨୦୪ ଜନ ସାଧାରଣ ନିରାପଦା ପାନୀୟ ଜଳ ପାଇ ପାରିବେ । କାମାକ୍ଷାନଗର ବ୍ଳକର ୧୩ ଟି ପଞ୍ଚାୟତ ର ୪୬ ଟି ଗ୍ରାମ ର ୫୨୯୧୪, ପରଜଙ୍ଗ ବ୍ଲ୍କକ ର ୨୯ ଟି ପଞ୍ଚାୟତ ର ୯୨ ଟି ଗ୍ରାମର ୧,୩୫,୨୪୩ କଙ୍କଡାହାଡ ବ୍ଲ୍କକ ର ୨୧ ଟି ପଞ୍ଚାୟତ ର ୧୦୬ ଟି ଗ୍ରାମର ୯୬, ୯୭୩, ସଦର ବ୍ଲ୍କକ ର ୮ ଟି ପଞ୍ଚାୟତ ର ୨୭ଟି ଗ୍ରାମ ର ୩୭, O୬୪ ଜଣ ସମେତ ଢେଙ୍କାନନ ପୌର ସଂସ୍କାର ୨୩ ଟି ୱ ୲ ତ ପାଇଁ ପାନୀୟ ଜଳ ଯୋଗାଣ ହେବ । ଢେଙ୍କାନାଳ ପୌରାଞ୍ଚିଳ ଓ ସଦର ବ୍ଲ୍କକ ର ଶଙ୍କର ପୁର , ଧୀର ପାଟଣା, ବାଲିଆ ମ୍ଵା , ମଧୁସାହୁ ପାଟଣା, ଓ ଚନ୍ଦ୍ରଶେଖର ପ୍ରସାଦ ଗ୍ରାମକୁ ମହାନଦୀ ରୁ ଏହି ପ୍ରକଳ୍ପ ଦ୍ବାରା ପାନୀୟ ଜଳ ଯୋଗାଣ ହେବ । ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସରିବ ।ସେହିପରି ବ୍ରାହଣୀ ନଦୀର ପରଜଙ୍ଗ ବ୍ଲ୍କକ ଖାଲପାଳ ଗ୍ରାମ ଠାରେ ନଦୀ ଗର୍ଭ ସିମିତ ଜଳ ସଂରକ୍ଷଣ ଆନିକଟ ପ୍ରକଳ୍ପ ନିର୍ମାଣ ଯୋଜନା ରେ ଏକ ସେତୁ ନିର୍ମାଣ ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ୨୨୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଜୁର କରିଛନ୍ତି।

 

ଢେଙ୍କାନାଳ ରୁ ଲକ୍ଷ୍ମୀକାନ୍ତ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.