ବନ୍ୟାଜଳ ଘେରରେ ୧୦୦ରୁ ଉର୍ଦ୍ଧ୍ବ  ପରିବାର

ବନ୍ୟାଜଳ ଘେରରେ ୧୦୦ରୁ ଉର୍ଦ୍ଧ୍ବ ପରିବାର

ଫୋକସ ପ୍ଲସ(ଜଗତପୁର)୧୬/୦୮/୨୦୨୨: ବନ୍ୟା ପରିସ୍ଥିତି ସୃଷ୍ଟି କରିସାରିଛି ଲଘୁଚାପ ଜନିତ ଲଗାଣ ବର୍ଷା |ଲୋକଙ୍କୁ ଭୋଗିବାକୁ ପଡୁଛି ନାହିଁ ନଥିବା ସମସ୍ୟମାନ | ମହାନଗର ନିଗମର ୫୪ ନମ୍ବର୍ ୱାର୍ଡ ଅନ୍ତର୍ଗତ ଗାନ୍ଧୀ ପଲ୍ଲୀ ବାସିନ୍ଦା ଗତକାଲି ରାତିରୁ ଜଳ ଘେରରେ ରହିଛନ୍ତି। ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ପରିବାରଙ୍କ ଘରେ ଚୁଲି ଜଳିବା ମଧ୍ଯ ବନ୍ଦ ହୋଇଯାଇଛି। ଫଳରେ ଏହି ଲୋକମାନେ ଭୋକ ଉପାସରେ ଜୀବନ ବିତାଉଛନ୍ତି। ପ୍ରଶାସନ ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଇବା କଥା,ତାହା ଅଦ୍ୟାବଧି ଦେଖିବାକୁ ମିଳିନାହିଁ। ଗତକାଲି ରାତିରେ କେହି ବଦାନ୍ୟ ବ୍ୟକ୍ତି କିଛି ରନ୍ଧାଖାଦ୍ୟ ଆଣି ଦେଇ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଯାଏଁ ସେମାନଙ୍କୁ କୌଣସି ସହାୟତା ମିଳି ପାରିନାହିଁ। ଯେଉଁଭଳି ଭାବେ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି, ଗାନ୍ଧୀ ପଲ୍ଲୀ ବାସିନ୍ଦା ସେତିକି ଭୟଭୀତ ଅବସ୍ଥାରେ ଅଛନ୍ତି।

ଜଗତପୁରରୁ ପୂର୍ଣଚନ୍ଦ୍ର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *