RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

RD ବିଭାଗ ଅବହେଳା ଯୋଗୁଁ ଘରେ ପଶୁଛି ପାଣ

ଫୋକସ ପ୍ଲସ(କେସିଙ୍ଗା)୧୭/୦୮/୨୦୨୨: ଗତ ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ସ୍ଥିତିରେ କାଣ୍ଡେଲ ଅଞ୍ଚଳରେ ସ୍ଥିତି ବେହାଲ ହୋଇ ପଡ଼ିଛି। ଲଗାଣ ବର୍ଷା ଯୋଗୁଁ କାଣ୍ଡେଲ ଗ୍ରାମପଞ୍ଚାୟତ ନିକଟସ୍ଥ RD ରାସ୍ତା ରେ ଥିବା ରପଟା ନିର୍ମାଣ ଗତ ତୃଟି ସହିତ ବିଭାଗର ଦାୟିତ୍ବ ହୀନତା ଯୋଗୁଁ ରାସ୍ତା କଡ଼ରେ ଥିବା ଘର ଏବଂ ଏକ ସାର ଦୋକାନ ରେ ପାଣି ପଶିଥିବା ବେଳେ ଲକ୍ଷାଧିକ ଟଙ୍କା ମୁଲ୍ୟର ସାର ଏବଂ ଔଷଧ କ୍ଷତି ଘଟିଛି। ପରିବାର ଲୋକେ ଏବଂ ନିକଟସ୍ଥ ଘରଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମିବାରୁ ରାତିସାରା ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଛି। ରାସ୍ତା ର ନିର୍ମାଣ ଗତ ତୃଟି ଯୋଗୁଁ କେବଳ ଗୋଟିଏ ସ୍ଥାନ ନୁହେଁ ସାହୁ ପଡ଼ା ଭିତରକୁ ମଧ୍ୟ ପାଣି ପଶୁଛି ଯାହା ପଡ଼ା ବାସୀଙ୍କ ଦୁଃଖ କୁ ଦ୍ଵିଗୁଣିତ କରୁଛି । ତେବେ ଏହି ସମସ୍ୟା ଆଜିର ନୁହେଁ ଦୀର୍ଘ ଦିନ ହେଲା ଅସରାଏ ବର୍ଷା ହେଲେ ମଧ୍ୟ ସ୍ଥିତି ଶୋଚନୀୟ ହୋଇପଡୁଛି। ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ ଯିବାଆସିବା କରୁଥିବା ବେଳେ ସାଇକେଲ ରୁ ପଡି ରକ୍ତାକ୍ତ ହେବା ସହିତ ହାତ ଗୋଡ ଭାଙ୍ଗିଯାଉଥିବା ଅଭିଯୋଗ ହୋଇଛି। ତେବେ ବାରମ୍ବାର ଏନେଇ ଅଭିଯୋଗ କରୁଥିଲେ ମଧ୍ୟ କେସିଙ୍ଗା ଆର୍ ଡି ବିଭାଗ ପକ୍ଷରୁ କୈାଣସି କଥାକୁ ଗୁରୁତ୍ବ ସହିତ ନ ନେଇ କେବଳ ଅସ୍ଥାୟୀ ଭାବରେ କାମ କରିବା ପାଇଁ ଚାହୁଁଥିବା ବେଳେ ଅଞ୍ଚଳବାସୀ ଙ୍କ ଅଭିଯୋଗ ହେଉଛି ଅସ୍ଥାୟୀ ନୁହେଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି। ତେବେ କାହାକୁ ଅପେକ୍ଷା କରିଛି କେସିଙ୍ଗା ଆର ଡି ବିଭାଗ ବା ଏକ ବଡ ଧରଣର ଅଘଟଣ କୁ ଅପେକ୍ଷା କରିଛି ବୋଲି ଗ୍ରାମବାସୀ କହୁଛନ୍ତି । ତେବେ ଯଥାଶୀଘ୍ର ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.