୨୪ପ୍ୟାକେଟ ଚାଉଳ ରାତି ଅଧରେ ଚୋରା ଚାଲାଣ

୨୪ପ୍ୟାକେଟ ଚାଉଳ ରାତି ଅଧରେ ଚୋରା ଚାଲାଣ

ଫୋକସ ପ୍ଲସ(ଲାଞ୍ଜିଗଡ଼)୨୧/୦୮/୨୦୨୨: ଲାଞ୍ଜିଗଡ ବ୍ଳକ ଅଞ୍ଚଳରେ ପିଡ଼ିଏସ ଚାଉଳ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅନେକ ସମୟରେ ଚର୍ଚ୍ଚାର ପରିଧି ଭିତରେ ରହୁଥିବା ବେଳେ ବେନଗାଁ ପଞ୍ଚାୟତ ଏକ ନୂଆ ବିବାଦରେ ଫସି ଯାଇଛନ୍ତି।ଗତ ରାତିରେ ଏକ ଅଟୋ ମାଧ୍ୟମରେ ୨୪ ପ୍ୟାକେଟ ପିଡ଼ିଏସ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ବେନଗାଁ ଗ୍ରାମବାସୀ ଅଟୋ ସହିତ କାବୁ କରିଛନ୍ତି।ଘଟଣା ସ୍ଥଳରୁ ଅଟୋ ଚାଳକ ଫେରାର ହୋଇ ଯାଇଛି।ସୂଚନାମତେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ପିଡ଼ିଏସ ଚାଉଳ କିଛି ବର୍ଷ ହେଲା ବେନଗାଁର ମା’ ଭୈରବୀ ସୋୟଂ ସହାୟକ ଏସଏଜି ଗୋଷ୍ଠୀ ଦାଇତ୍ଵ ନେଇ ହିତାଧିକାରୀଙ୍କୁ ବଣ୍ଟନ କରୁଥିଲା।ହେଲେ ଗତ ଗୁରୁତର ରାତିରେ ୨୪ ପ୍ୟାକେଟ ପିଡ଼ିଏସ୍ ଚାଉଳ ଏକ ଅଟୋ ମାଧ୍ୟମରେ ଚୋରା ଚାଲାଣ ହେଉଥିବା ବେଳେ ବେନଗାଁ ଗ୍ରାମବାସୀ ଅଟୋ ସହିତ ୨୪ ପ୍ୟାକେଟ ପିଡ଼ିଏସ ଚାଉଳକୁ ଜବତ କରିଛନ୍ତି।ହେଲେ ଘଟଣା ସ୍ଥଳରୁ ଅଟୋ ଚାଳକ ଫେରାର ହୋଇ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଦୀର୍ଘ ଦିନ ଧରି ପଞ୍ଚାୟତ ଅଞ୍ଚଳରେ ପିଡ଼ିଏସ ଚାଉଳର ଚୋରା ଚାଲାଣ ଲାଗି ରହିଥିବା ପଞ୍ଚାୟତର ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ବର୍ତ୍ତମାନ ଗତ ରାତିରେ ଅଟୋ ସହିତ ୨୪ ପ୍ୟାକେଟ ଜବତ କରିବା ପରେ ଅଟୋ ସହିତ ବେନଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତାଲା ପକେଇ ଦୋଷୀ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।ଅତିଶୀଘ୍ର ପଞ୍ଚାୟତ ଅଞ୍ଚଳରେ ଯୋଗାଉ ଥିବା ମା’ ଭୈରବୀ ସୋୟଂ ସହାୟକ ଏସଏଜି ଗୋଷ୍ଠୀ କୁ ଏହି ଦାଇତ୍ୱ ନଦେଇ ପଞ୍ଚାୟତରେ ଏକ ଯୋଗାଣ ସହାୟକ ଦେବା ପାଇଁ ବେନଗାଁ ବାସୀ ଦାବି କରିଛନ୍ତି।ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର କିମ୍ବା ଉପ ଜିଲ୍ଲାପାଳ ଘଟଣା ସ୍ଥଳକୁ ନଆସିବା ପର୍ଯ୍ୟନ୍ତ ଅଟୋ ଓ ଏହି ୨୪ ପ୍ୟାକେଟ ପିଡ଼ିଏସ ଚାଉଳ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।ଏହି ଘଟଣାର ଅଭିଯୋଗ ପରେ ବ୍ଳକ ଯୋଗାଣ ଅଧିକାରୀ ହରିହର ସାହୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣା ପଡ଼ିଛି।ଏନେଇ ବ୍ଳକ ଯୋଗାଣ ଅଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ହଁ ମୁଁ ବେନଗାଁ ପଞ୍ଚାୟତ ଯାଇଥିଲି।ବେନଗାଁ ଲୋକେ ଗତ ରାତିରେ ଏକ ଅଟୋ ରିକ୍ସା ସହ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ପିଡ଼ିଏସ ଚାଉଳ ପ୍ୟାକେଟ ଚୋରା ଚାଲାଣ ହେଉଥିବା ବେଳେ ଜବତ କରିଛନ୍ତି।ଅଟୋ ଚାଳକ ଫେରାର ଅଛି।ଲାଞ୍ଜିଗଡ ବିଡ଼ିଓ କିମ୍ବା ଉପ ଜିଲ୍ଲାପାଳ ଘଟଣା ସ୍ଥଳକୁ ନ ଆସିବା ପର୍ଯ୍ୟନ୍ତ ଛାଡ଼ିବୁ ନାହିଁ ବୋଲି ବେନଗାଁ ବାସୀ କହୁଥିବା ବ୍ଳକ ଯୋଗାଣ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *