ସ୍କୁଲ ପାଚେରୀ କାମରେ ଅର୍ଥ ହରି ଲୁଟ

ସ୍କୁଲ ପାଚେରୀ କାମରେ ଅର୍ଥ ହରି ଲୁଟ

ଫୋକସ ପ୍ଲସ(ଲାଞ୍ଜିଗଡ଼)୨୧/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦ ସଂକୁଳ ଅବସ୍ଥାରେ ରହିଛି ।ତେବେ ଏହି ସ୍କୁଲରେ ପାଚେରି ନିର୍ମାଣ କାମରେ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ରହିଥିବା ବେଳେ ମାତ୍ର ୪୦ ହଜାର ଟଙ୍କା ଖର୍ଚ୍ଚ ହେଇଥିବା ସହିତ ପାଚେରି ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।ଯାହା ଫଳରେ ସରକାରୀ ଅନୁଦାନ ରାଶିର ଖୁଲମଖୁଲା ହରିଲୁଟ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି।୧୮୯୧ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଅନେକ ଶ୍ରେଣୀ ଗୃହ ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି।ଏଠାରେ ବର୍ତ୍ତମାନ ୩୩୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।କୋଠରିର କାନ୍ଥ ଏବଂ ଚଟାଣ ଫାଟି ଆଁ କରିଛି।ଶିକ୍ଷକଙ୍କ ଅଫିସ କୋଠା ଛାତରୁ ମଧ୍ୟ ସିମେଣ୍ଟ ଖଣ୍ଡ ବାହାରୁଛି।ସ୍କୁଲର ଏଭଳି ନାନା ସମସ୍ୟା ଲାଗି ରହିଥିବା ବେଳେ ମୁଖ୍ୟ ରାସ୍ତା କଡରେ ଥିବା ପ୍ରାୟ ୩୦ ମିଟର ପାଚେରି ଭାଙ୍ଗି ଯାଇଥିବା ଫଳରେ ଯେତିକି ବି ଅଛି ତାହା ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି।ପାଚେରି ଭାଙ୍ଗି ଯାଇଥିବା ଯୋଗୁଁ ବୁଲା ଗାଈ-ଛେଳି ସ୍କୁଲକୁ ପଶୁଥିଲେ।ପରିଚାଳନା କମିଟି ଓ ଅଭିଭାବକ ମାନେ ପାଚେରି ଓ ସ୍କୁଲର ପରିସ୍ଥିତିକୁ ନେଇ ଅନେକ ଥର ଅଭିଯୋଗ କରିବା ପରେ ସ୍କୁଲ ପାଚେରି ନିର୍ମାଣ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା।ଏହାପରେ ଲାଞ୍ଜିଗଡ ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲା।ନିର୍ମାଣ କାର୍ଯ୍ୟ ଲାଞ୍ଜିଗଡ ପଞ୍ଚାୟତ ଅଧୀନରେ ରହିଥିବା ବେଳେ ପଞ୍ଚାୟତ ପକ୍ଷରୁ କୌଣସି କର୍ମଚାରୀ କାମ ଜାଗାରେ ଉପସ୍ଥିତ ନରହି କାମ ଦେଖାରେଖା ପାଇଁ କିଛି ଯୁବକଙ୍କୁ ନିୟୋଜିତ କରିଥିଲେ।ଫଳରେ ପାଚେରି ନିର୍ମାଣ କାମ ଅତି ନିମ୍ନ ମାନର ହେଉଥିବା ଦାଇତ୍ୱରେ ଥିବା ଯନ୍ତ୍ରୀ ରଞ୍ଜନ ଦାସ ଓ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରମେଶ୍ବର ସେନାପତିଙ୍କୁ ସ୍କୁଲ କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା।ଅଭିଯୋଗ ପରେ ମଧ୍ୟ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଯୋଗୁଁ ମେ ୨୭ ତାରିଖ ଦିନ ସ୍କୁଲ ପରିଚାଳନା କମିଟି ସଭାପତି ବଳରାମ ପୂଜାରୀ, ସଦସ୍ୟ ବବ୍ରୁବାହାନ ନାଏକ, କିଶୋର କୁମାର ନାଏକ, ରଞ୍ଜିତା ପୂଜାରୀ, ଲିଙ୍ଗରାଜ ବାରିକ ସମେତ ଅଭିଭାବକ ଉପସ୍ଥିତ ରେ କାମକୁ ବନ୍ଦ କରିଛନ୍ତି।ଏ ବାବଦରେ ଦାଇତ୍ୱରେ ଥିବା ଯନ୍ତ୍ରୀ ରଞ୍ଜନ ଦାସଙ୍କୁ ପଚାରିବାରୁ ନିମ୍ନ ମାନର କାମ ହେଉଛି ବୋଲି ସ୍କୁଲ ପରିଚାଳନା କମିଟି ବନ୍ଧ କରିଛନ୍ତି।ତଦନ୍ତ କରି ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ।ଏହି ଖବର ୨୦୨୨ ମେ ୨୮ ତାରିଖରେ ‘ସମ୍ବାଦ’ ରେ ପ୍ରକାଶ ମଧ୍ୟ ପାଇଥିଲା।କିନ୍ତୁ ସ୍କୁଲ କର୍ମଚାରୀ ଓ ନିର୍ମାଣ ଦାଇତ୍ୱରେ ଥିବା ଯୁବକମାନେ ସ୍କୁଲକୁ ୨ ଗୋଟି ସିଲିଙ୍ଗ ଫେନ ଦେଇ ଆପସି ବୁଝାବଣା ପରେ ୫ ଦିନ ପରେ ପୁଣି ପାଚେରି କାମ ଆରମ୍ଭ ହୋଇଥିଲା।ହେଲେ ୨୦୨୦ ମସିହାରେ ସ୍କୁଲର ଏହି ପାଚେରି ଭାଙ୍ଗି ଯାଇଥିଲା।ସେହି ସମୟରେ ଲାଞ୍ଜିଗଡ ବିଡିଓ,ଲାଞ୍ଜିଗଡ ପଞ୍ଚାୟତ ନିର୍ବାହୀ ଅଧିକାରୀ,ଲାଞ୍ଜିଗଡ ସରପଞ୍ଚଙ୍କୁ ପାଚେରି ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ମଗା ଯାଇଥିଲେ ମଧ୍ୟ ପାଚେରି ନିର୍ମାଣ ପାଇଁ ଟଙ୍କା ମିଳି ପାରିନଥିଲା।ବର୍ତ୍ତମାନ ସେହି ୩୦ ମିଟର ପାଚେରି ନିର୍ମାଣରେ ଇଟ ବାବଦକୁ ୧୦ ହଜାର, ତିନି ଜଣ ମିସ୍ତ୍ରୀ ଓ ୪ ଜଣ ଶ୍ରମିକ ୩ ଦିନକୁ ୮୨୦୦,ସିମେଣ୍ଟ ବାବଦକୁ ୧୦ ହଜାର, ବାଲି ୫ ହଜାର, ଲୁହାଛଡ଼ ବାବଦକୁ ୩ ହଜାର ଓ ଅନ୍ୟାନ୍ୟ ଖର୍ଚ୍ଚ ୪ ହଜାର ହୋଇଛି।ମାତ୍ର ୪୦.୧୦୦ ଟଙ୍କା ସ୍ଥାନରେ କିପରି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଲାଞ୍ଜିଗଡ ବାସୀ ଅଭିଯୋଗ କରିଛନ୍ତି। ଲାଞ୍ଜିଗଡ ପଞ୍ଚାୟତ ଠାରୁ ମାତ୍ର ୨ ଶହ ମିଟର ଦୂରରେ ଏହି ସ୍କୁଲ ପାଚେରି କାମ ହେଉଛି। ଲାଞ୍ଜିଗଡ ପଞ୍ଚାୟତ ଅଧୀନରେ ଏହି କାମ ରହିଥିବା ବେଳେ ପଞ୍ଚାୟତ ସରପଞ୍ଚ, ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀ କାମ ସ୍ଥାନରେ ଅନୁପସ୍ଥିତ ରହିବା,ପାଚେରି ନିର୍ମାଣ ପରେ ସୂଚନା ଫଳକ ନରହିବା, ନିମ୍ନ ମାନର କାମରେ ୫ ଲକ୍ଷ ଅନୁଦାନ ରାଶିରେ ୪୦ ହଜାର ଟଙ୍କା ଖର୍ଚ୍ଚ ହେବା ସନ୍ଧେହ ସୃଷ୍ଟି କରୁଛି।ଏନେଇ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କୁ ପଚାରିବାରୁ ୫ ଲକ୍ଷ ଟଙ୍କାରେ ସ୍କୁଲର ଭାଙ୍ଗି ଯାଇଥିବା ୩୦ ମିଟର ଓ ବିପଦ ସଙ୍କୁଳରେ ଥିବା ୫୦ ମିଟର ସମ୍ପୂର୍ଣ୍ଣ ପାଚେରି ପାଇଁ ଏହି ଅନୁଦାନ ରାଶି ପ୍ରଦାନ କରାଯାଇଥିଲା।ବିପଦ ସଙ୍କୁଳରେ ଥିବା ପାଚେରିଙ୍କୁ ଭାଙ୍ଗିବା ପାଇଁ ସ୍କୁଲ ଶିକ୍ଷକ ମାନେ ମନା କରିଥିଲେ ବୋଲି ପ୍ରକାଶ କରିଛନ୍ତି।ଏନେଇ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଏବାବଦରେ ସରପଞ୍ଚ ଶ୍ରୀ ମୁଣ୍ଡା ଜାଣିଥିବେ ମୁଁ ଦାଇତ୍ୱରେ ଥିବା ଲାଞ୍ଜିଗଡ ଯନ୍ତ୍ରୀଙ୍କୁ ପଚାରିବି ବୋଲି ପ୍ରକାଶ କରିଥିଲେ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *