ଗରିବର ଦୁଃଖ ପାଇଁ କାନ୍ଦିବାକୁ କେହି ନାହିଁ

ଗରିବର ଦୁଃଖ ପାଇଁ କାନ୍ଦିବାକୁ କେହି ନାହିଁ

ଫୋକସ ପ୍ଲସ(ଦାନଗଦୀ)୨୧/୦୮/୨୦୨୨: ସରକାର ଙ୍କ ମାଳମାଳ ଯୋଜନା କରି ସାଧାରଣ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସଦାସର୍ବଦା ଚେ଼ଷ୍ଟା କରୁଛନ୍ତି।ମାତ୍ର ତାହା ଲୋକ ମାନଙ୍କ ପାଖରେ ପହଞ୍ଚି ବା ପୂର୍ବରୁ ସ୍ଥାନୀୟ ପଞାୟତ ର ଲୋକ ପ୍ରତିନିଧି ମାନେ ବାଟମାରଣା କରିବାକୁ ପଛଘୁଞ୍ଚା ଦେଉନଥିବା ଦେଖିବାକୁ ମିଳୁଛି।ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଖପୁରୀଆପଦା ପଞ୍ଚାୟତରେ ଏହିପରି ଏକ ଘଟଣା ଦେଖିବାକୁ ମିଳୁଛି। ସରକାର ବିଜୁ ପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି କିନ୍ତୁ ବେଣୁଧର ତରାଇଙ୍କ ପରିବାର ଏହି ସୁବିଧା ପାଇବା ରୁ ବଞ୍ଚିତ ଅଛନ୍ତି ।ଲଗାଣ ବର୍ଷା ରେ ଚାଳ ଘର ଓ ଭଙ୍ଗା ଆଜର୍ବେଷ୍ଟ ଘରେ ରହିନପାରି ପାଖ ପଡିଶା ଘରେ ମୁଣ୍ଡ ଯାକି ରହନ୍ତି।ମାତ୍ର ଗତ ଅଗଷ୍ଟ ୧୫ସ୍ଵାଧୀନତା ଦିବସରେ ସରପଂଚ, ସମିତି ସଭ୍ଯ ମିଶି ଖପୁରିଆପଡ଼ା ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଟି ମାଧ୍ୟମରେ ପଂଚାୟତ ରେ ପଲିଥିନ ପାଲ ବଣ୍ଟନ କରିଥିବା ବେଳେ ତାଙ୍କର କିଛି ସହଯୋଗୀ ମାନଙ୍କୁ ଦେଉଥିବା ଦେଖିବାକୁ ମିଲିଥିଲା।ଏହି ପଲିଥିନ ବଣ୍ଟନ କାର୍ୟ୍ଯ ଟକ୍ରମ ସରକାରୀ କି ବେସରକାରୀ କାର୍ୟ୍ଯକ୍ରମ ଥିଲା ତାହା ସଂନ୍ଦେହ ଘେରରେ କାରଣ ଯଦି ସରପଂଚ ତାଙ୍କର ନିଜସ୍ବ ପାଣ୍ଠି ରୁ ପଲିଥିନ ବାଣ୍ଟିବା ପାଇଁ ଚିନ୍ତା କରିଥିଲେ। ତେବେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ କାହିଁକି ଉପସ୍ଥିତ କହିଲେ ବୋଲି ଗ୍ରାମ ବାସୀ ଆଲୋଚନା କରୁଥିବା ଦେଖିବାକୁ ମିଲୁଛି। ଆହୁରି ମଧ୍ଯ ଶୁଣିବା ପାଇଁ ମିଲୁଛି କି ସ୍ତ୍ରୀ ସରପଂଚ ମାତ୍ର ସ୍ବାମୀ ଚାରିଆଡ଼େ ସରପଂଚ ଙ୍କ ପାୱାର ଦେଖାଉଛନ୍ତି। ଯେଉଁ ମାନଙ୍କୁ ପଲିଥିନ ର ଆବଶ୍ଯକ ସେମାନଙ୍କୁ ପଲିଥିନ ଦେଲେନାହିଁ। ଯଦି କେହି ତାଙ୍କୁ ଏ ବଷୟ ରେ ପଚାରିବା ପାଇଁ ଚେ଼ଷ୍ଟା କରୁଛନ୍ତି। ତେବେ ଉତ୍ତର ମିଳୁଛି କି କଣ କରିବା କଥା କର ଆମର କେହି କିଛି କରିପାରିବ ନାହିଁ। ତେଣୁ ସାଧାରଣ ଲୋକ ଚୁପ ମାତ୍ର ସ୍ବୟଂ ସହାୟକ ଗୋଷ୍ଠୀ ସରକାର ଙ୍କ ଠାରୁ ପ୍ରୋତ୍ସାହନ ରାଶି ପାଉଥିବାରୁ କିପରି ଗୋଟିଏ ନିର୍ଧଷ୍ଟ ଦଳ ପାଇଁ କାର୍ୟ୍ଯ କରୁଛନ୍ତି।ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ କାହା ସ୍ବାର୍ଥ ରେ ବୋଲି କୈବର୍ତ୍ତ ସାହିର ବେଣୁଧର ତରାଇ ଙ୍କ ସ୍ତ୍ରୀ ପୂର୍ଣ୍ଣିମା ତରାଇ ଅଭିଯୋଗ ଆଣିଛନ୍ତି । ଏ ଖବର ପାଇ ଯୁବ ସମାଜ ସେବୀ ଇଙ୍କ୍ ଷ୍ଟାର ଟାଟୋ ର ମାଲିକ ଅଜିତ କୁମାର ଘଡ଼ାଇ ସହଯୋଗର ହାତ ବଢ଼ାଇ ଆଜି ପୂର୍ଣିମା ତରାଇ ପରିବାର ଙ୍କୁ ଭେଟି ପଲିଥିନ ଦେଇଥିବା ବେଳେ ଆଗକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଭାଙ୍ଗି ଯାଇଥିବା ଘର ମରାମତି କରାଇ ଦେବେ,ମାତ୍ର ସରପଂଚଙ୍କ ଏପରି କାର୍ୟ୍ଯ କୁ ସାଧାରଣ ରେ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *