ପୁନରୁଦ୍ଧାର ହେବକି ଆସିକା ଚିନି ଶିଳ୍ପ ?

ପୁନରୁଦ୍ଧାର ହେବକି ଆସିକା ଚିନି ଶିଳ୍ପ ?

ଫୋକସ ପ୍ଲସ(ଆସିକା)୨୫/୦୮/୨୦୨୨: ଏସିଆ ମହାଦେଶର ସର୍ବପୁରାତନ ଚିନି କଳ ହେଉଛି ଆସିକା ଚିନିକଳ।ଗଂଜାମ ଜିଲ୍ଲାର ୧୪ଟି ବ୍ଲକ ଉପରେ ନିର୍ଭର କରି ଗଢିଉଠିଥିବା ଏହି ଚିନିକଳ ଏବେ କ୍ଷତିରେ ଚାଲିଛି। ଚିନି, ଗୂଡ଼, ନବାତ ଓ ଆଲ କହଲ୍ ଉତ୍ପାଦନ କରି ନିଜର ପରିଚୟ ସୃଷ୍ଟି କରିଥିବା ଏହି କଳ ଏବେ ପରିଚୟ ହରାଇବାକୁ ବସିଛି।ଜଳ ସେଚନରେ ଅବ୍ୟବସ୍ଥା, ଆଖୁଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ରେ ସମସ୍ୟା ଓ ଠିକ ସମୟରେ ଚାଷୀଙ୍କ ଆଖୁର ପଇସା ଦେବାରେ ବିଫଳତା , ଶିଳ୍ପରେ କୁଶଳୀ ଶ୍ରମିକଙ୍କ ନିଯୁକ୍ତି ରେ ଅନିୟମିତତା ସାଙ୍ଗକୁ ଚୀନୀ ଶିଳ୍ପ କତ୍ତୃପକ୍ଷଙ୍କ ଆନ୍ତରିକତା ଅଭାଵ ଯୋଗୁଁ ଏବେ ଏହି ପୁରାତନ କଳଟି ବର୍ଷର ମାତ୍ର ୩ ମାସ ଚାଲୁଛି , ବାକି ସମୟ ବନ୍ଦ ରହୁଛି।
ଚିନିର ସହର ହେଉଛି ଗଂଜାମ ଜିଲ୍ଲାର ଆସିକା, ଏଇଠି ୧୮୫୨ ମସିହାରେ ଗଢିଉଠିଥିଲା ଏସିଆ ମହାଦେଶ ସର୍ବପୁରାତନ ଚିନି ଶିଳ୍ପ । ଦେଶ, ରାଜ୍ୟ ତଥା ଜିଲ୍ଲାର ଗୌରବ ବହନ କରୁଥିବା ଏହି ଚିନି ଶିଳ୍ପ ଆସିକା ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ କର୍ମ ନିଯୁକ୍ତି ଦେବା ଓ ପ୍ରାୟ ୧୪ଟି ବ୍ଳକ କୃଷଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଗଢିଉଠିଥିଲା ।ହେଲେ ଏହି ସର୍ବପୁରାତନ କଳ ଏବେ ଦୁର୍ଦ୍ଦିନରେ। ଆଖୁଚାଷୀଙ୍କ ବିଭିନ୍ନ ସମସ୍ୟା ଦୂରକରିବାରେ ବିଫଳ ଚିନିଶିଲ୍ପ କତ୍ତୃପକ୍ଷ ଏବେ ଅନେକ କୃଷକ ଆଖୁଚାଷୀରୁ ମୁହଁ ଫେରାଇଲେଣି ଫଳରେ ଶିଳ୍ପକୁ କଞ୍ଚା ମାଲ ଆଖୁର ଅଭାବ ଯୋଗୁ କଳଟି ମାତ୍ର ବର୍ଷର ୩ ମାସ ଚାଲୁଚି। ଆଉ ଏଥିପାଇଁ କଳ ଏବେ କ୍ଷତିରେ।ଏହି କଳର କେବଳ ବୋଟିଲିଙ୍ଗ ପ୍ଲାଣ୍ଟ ବର୍ଷ ତମାମ ଚାଲୁଥିବା ବେଳେ ଏହାର ଟେଣ୍ଡରରେ ମଧ୍ୟ ମନମୁଖୀ କରାଯାଉଥିବା ଯୋଗୁଁ ଓ ଏହି କଳରେ କାର୍ଯ୍ୟରତ ଶ୍ରମିକ ମାରଣ ନୀତି ଏବଂ ଶିଳ୍ପର ଉନ୍ନତି କରଣ ଦିଗରେ ଅଦର୍ଶିତା ଦେଖିଲେ ଚିନି ଶିଳ୍ପକୁ ବିକ୍ରିକରିବାର ମସୁଧା ଚାଲିଛି ବୋଲି କହିଛନ୍ତି ଶ୍ରମିକ ନେତା। ଏପଟେ ଚିନୀ ଶିଳ୍ପକୁ ଅଚାନକ ଶ୍ରମ ମନ୍ତ୍ରୀଙ୍କ ଗସ୍ତ ସ୍ଥାନୀୟ ଅଞ୍ଚଳର ବୁଦ୍ଧି ଜୀବୀ ଓ ଅଞ୍ଚଳବାସୀଙ୍କ ମନରେ ନୂତନ ଆଶା ଭରିଛି।ନାନା ପ୍ରକାର ଦୁର୍ଧିନରେ ଚାଲୁଥିବା ଏବଂ ନିଜର ପୂର୍ଵ ଗୌରବ ଲାଭ ପାଇଁ ଜୁଝୁଥିବା ଥିବା ଏହି ଚିନି ଶିଳ୍ପର କର୍ମଚାରୀଙ୍କ ମଧ୍ୟ ମନରେ ଏବେ ଖୁସି ଦେଖଗିବାକୁ ମିଳିଛି ଶ୍ରମ ମନ୍ତ୍ରୀଙ୍କ ଅଚାନକ ଗସ୍ତ କୁ ନେଇ। ସେମାନଙ୍କ ମନରେ ଏବେ ଶିଳ୍ପର ସମସ୍ୟା ଦୂର ହେବାର ନୂତନ ଆଶା ସଞ୍ଚାର ହୋଇଛି। ଏପଟେ ଚିନି ଶିଳ୍ପ ଗସ୍ତରେ ଆସିଥିବା ଶ୍ରମ ମନ୍ତ୍ରୀ ଏହାର ଉନ୍ନତି କରଣ ପାଇଁ କଣ କଣ ଆବଶ୍ୟକ ତାହାର ଏକ ତାଲିକା ପ୍ରସ୍ତୁତ କରି ଦେବା ପାଇଁ ଚିନି ଶିଳ୍ପ କତ୍ତୃପକ୍ଷଙ୍କୁ କହିଛନ୍ତି।

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.