ଭାରତ-ଶ୍ରୀଲଙ୍କା ହେବେ

ଭାରତ-ଶ୍ରୀଲଙ୍କା ହେବେ

ଫୋକସ ପ୍ଲସ(ବ୍ୟୁରୋ)୦୬/୦୯/୨୦୨୨: ଦୁବାଇ ରେ ଆଜି ଏସିଆ କପ ସୁପର-୪ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ସୁପର ୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରୁ ପରାଜୟ ବରଣ କରିବା ପରେ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତିକୁ ଚାଲିଆସିଛି । ଏସିଆ କପର ଫାଇନାଲ ଟିକେଟକୁ ହାସଲ କରିବାକୁ ହେଲେ ଭାରତକୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରିବାକୁ ପଡ଼ିବ । ତେବେ ଆଜିର ମ୍ୟାଚରେ ଭାରତ ବୋଲିଂ ଲାଇନ ଅଫକୁ ସଜାଡିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କୁ ବିତର୍କ ଜାରି ରହିଛି । ଆଜିର ମ୍ୟାଚରେ ଋଷଭଙ୍କ ସ୍ଥାନରେ ପୁଣି ଥରେ କାର୍ତ୍ତିକଙ୍କୁ ସ୍ଥାନ ମିଳିପାରେ ।

ଅନ୍ୟପକ୍ଷରେ ଶ୍ରୀଲଙ୍କା କଥା ଯଦି କହିବା ତାହାଲେ ପ୍ରଥମ ଲିଗ ମ୍ୟାଚରେ ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଶ୍ରୀଲଙ୍କା ବିଜୟ ଧାରାକୁ ଫେରିଥିଲା । ସୁପର-୪ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କାର ମନୋବଳ ଦୃଢ଼ ରହିଛି । ସୁପର-୪ରେ ପ୍ରଥମ ମ୍ୟାଚରେ ବିଜୟ ପରେ ଆଜିର ମ୍ୟାଚରେ ଭାରତକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା ।

 

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

 

 

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *