ମରୁଡି ପ୍ରପୀଡ଼ିତ ଚଷୀଙ୍କୁ ସରକାରୀ ସହାୟତା, ତହସିଲଦାରଙ୍କୁ ଦାବିପତ୍ର

ମରୁଡି ପ୍ରପୀଡ଼ିତ ଚଷୀଙ୍କୁ ସରକାରୀ ସହାୟତା, ତହସିଲଦାରଙ୍କୁ ଦାବିପତ୍ର

ଫୋକସ ପ୍ଲସ(କୋରାଇ)୦୭/୦୯/୨୦୨୨: ଆଜି କୋରାଇ ବ୍ଲକ କୃଷକ ମଞ୍ଚ ତରଫରୁ ବ୍ୟାସନଗର ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | 2021 ମସିହାରେ ଅନାବୃଷ୍ଟି ପାଇଁ ହୋଇଥିବା ମରୁଡି ଆଜି କୃଷକର ଅଣ୍ଟା ଭାଙ୍ଗି ଯାଇଛି, ସୂଚନା ମୁତାବକ କୋରାଇ ବ୍ଲକ ର 28 ପଞ୍ଚାୟତ ର 15000 ହେକ୍ଟର ଜମି ସମ୍ପୂର୍ଣ ଭାବେ ଚରଣ ଭୂମି ରେ ପରିଣତ ହୋଇଯାଇଥିଲା |ଯାହା କୃଷକ ମାନଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ସହ ସମାନ |ଏପଟେ ଯେଉଁ ଚାଷୀ ବୀମା କମ୍ପାନୀ ଦ୍ୱାରା ବୀମା କରିଥିଲା ବୀମା କମ୍ପାନୀ ମରୁଡି ପ୍ରପୀଡ଼ିତ ମାନଙ୍କୁ ବୀମା ରାଶି ପ୍ରଦାନ କରିଥିବା ବେଳେ ସରକାରୀ ସ୍ତରରେ କୌଣସି ସହାୟତା ମିଳି ପାରିନାହିଁ |ମରୁଡି ପରେ ସରକାରୀ କ୍ଷେତ୍ରରେ ସର୍ଭେ କରାଯାଇଥିଲା ମରୁଡି ଆକଳନ ମଧ୍ୟ କରାଯାଇଥିଲା | ଯାହା ର ସରକାରୀ ସହାୟତା ରାଶି ଆଜି ଯାଏ କୋରାଇ ର ଚାଷୀ ମାନେ ପାଇଁ ପାରିନାହାନ୍ତି | ଚାଷୀଙ୍କ ଅଭିଯୋଗ ରାଜ୍ୟ ସରକାରଙ୍କ କୃଷି ବିଭାଗ ସାଟେଲାଇଟ ଦ୍ୱାରା କରିଥିବା ସର୍ଭେ ଅନୁସାରେ କୋରାଇ ବ୍ଲକରେ ମରୁଡି ହୋଇନଥିବା ଜଣାପଡିଛି | ଏଠି ସାଧାରଣ ରେ ପ୍ରଶ୍ନ ଉଠେ ସାଧାରଣତ ଘରୋଇ ବୀମା କମ୍ପାନୀ ମରୁଡି ଅକାଳନ କାରୀ ବୀମା ରାଶି ପ୍ରଦାନ କରୁଥିବା ବେଳେ କୋଉ ଆଧାରରେ ଚାଷୀ ଆଜି ଯାଏ ସରକାରୀ ସହାୟତା ରୁ ବଞ୍ଚିତ|ତେଣୁ କୋରାଇ ର ଚାଷୀମାନେ ଦାବିପତ୍ର ମଧ୍ୟରେ ରାଜ୍ୟ ସରକାଙ୍କୁ ଦାବି କରିଛନ୍ତି, ଆସନ୍ତୁ ଶୁଣିବା ଚାଷୀ ନେତା ବଳରାମ ସାହୁ ଏ ନେଇ କଣ କହୁଛନ୍ତି |

କୋରାଇ ରୁ ପ୍ରମୋଦ ପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *