ଛେଳି ଓ ଗୋପାଳନ କରି ସ୍ବାବଲମ୍ବୀ ହେଲେ ବଳରାମ

ଛେଳି ଓ ଗୋପାଳନ କରି ସ୍ବାବଲମ୍ବୀ ହେଲେ ବଳରାମ

ଫୋକସ ପ୍ଲସ(ଚଣ୍ଡିଖୋଲ): ବଳରାମଙ୍କ ବଡ଼ ସଫଳତା,ପ୍ରଥମେ ୨୧ ରୁ ଆରମ୍ଭ କରିଥିଲେ ଆଜି ୧୦୦ ରେ ପହଞ୍ଚି ପାରିଛନ୍ତି,ଛେଳି ସହ ଆପଣେଇଛନ୍ତି ଗୋପାଳନ,ସାହାର୍ଯ୍ୟ ସହଯୋଗକୁ ପଛରେ ପକାଇ ଆଜି ସେ ସଫଳ ଚାଷୀ ଭାବେ ପରିଚିତ, ହେଲେ ଅପେକ୍ଷା କରିଛନ୍ତି ସରକାରୀ ସହଜୋଗକୁ |

ଏହା ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଣିଆରି ଗ୍ରାମର ସଫଳ ଛେଳି ଚାଷୀ ବଳରାମ ମହାପାତ୍ର, ଯାହା ବଳରାମ ଏକ ବର୍ଷ ତଳେ ଏକ ଲକ୍ଷ ଟଙ୍କା ବ୍ୟୟରେ ୨୧ ଗୋଟି ଛେଳିରୁ ଆରମ୍ଭ କରିଥିବା ଛେଳି ପାଳନ ଆଜି ପାଖାପାଖି ୧୦୦ କୁ ଛୁଇଁଛି। ପ୍ରଥମ ବର୍ଷ ବ୍ୟବସାୟ ରେ ସେ ଲକ୍ଷ ଧିକ ଟଙ୍କା ରୋଜଗାର କରିବା ସହ ଗୋପାଳନ ମଧ୍ଯ କିଛି ବର୍ଷ ହେବ ଆରମ୍ଭ କରିଛନ୍ତି ବର୍ତ୍ତମାନ ଏକ ସହ ପହଞ୍ଚି ଥିବା ଛେଳି ଓ ଆଠଟି ଗାଈ ପାଳନ କରି ସ୍ଥାନୀୟ ଅଞ୍ଚାଳରେ ବେଶ ଲାଭବାନ ସହ ପରିଚିତ ହୋଇପାରିଛନ୍ତି। ବଳରାମ ଚାରି ପ୍ରଜାତିର ଛେଳି ପାଳନ କରିଛନ୍ତି ଯାହା ବ୍ଲାକ୍ ବେଙ୍ଗଲ,ସିରୋଇ,ପାଟିନି ଓ ଦେଶୀ। ଛେଳି ପାଳନ ପରେ ଧୀରେ ଧୀରେ ଛେଳିଙ୍କ ସଂଖ୍ୟା ବୃଦ୍ଧି ପାଉଛି ସତ ହେଲେ ଛେଳିଙ୍କ ନିମନ୍ତେ ନାହିଁ ଉପଯୁକ୍ତ ରହିବା ସ୍ଥାନ,ଖାଇବା ପାଇଁ ଉପଯୁକ୍ତ ଦାନା, ବଳରାମ ଛେଳି ପାଳନ ଓ ଗୋପାଳନ ସାଙ୍ଗକୁ ନିଜ କ୍ଷେତ ରେ ବି ଚାଷ କାର୍ଯ୍ୟ କରିଥାନ୍ତି ଏବଂ ତାଙ୍କୁ ସହଯୋଗ କରନ୍ତି ତାଙ୍କ ସାନ ଭାଇ ଓ ପତ୍ନୀ।

ବଳରାମ ପ୍ରଥମେ ନିଜର ଏକର ଏକର ଚାଷ ଜମିରେ ଧାନ ସହ ଅନ୍ୟାନ୍ୟ ଚାଷ କାର୍ଯ୍ୟ କରିବା ସହ ଛେଳି ଗାଈ ପାଳନ କରିବା ପରେ ପରେ ବେଶ ଲାଭବାନ ମଧ୍ଯ ହୋଇପାରିଛନ୍ତି। ଛେଳି ବିକ୍ରି କରି ଚାରିମାସ ହେବ ନିଜ ଚାଷ କାର୍ଯ୍ୟ ପାଇଁ ଚାଷ ଉପଯୋଗୀ ଏକ ନୂଆ ଟ୍ରାକ୍ଟର ଘରକୁ ଆଣିବା ସହ ବେଶ ସୁରୁଖୁରୁରେ ଜୀବନ ଯାପନ କରୁଥିବା କହିଛନ୍ତି ବଳରାମ,ବଳରାମ କହିବା କଥା ସେ ଯେଉଁ ଛେଳି ପାଳନ କରିଛନ୍ତି ଆର୍ଥିକ ସମ୍ଭଳ ଅଭାବରୁ ଛେଳି ରହିବା ଗୁହାଳ ଝାଟିମାଟି ରେ ନିଜେ ପ୍ରସ୍ତୁତ କରିଛନ୍ତି ଏବଂ ତାହା ରହିବା ପାଇଁ ସଠିକ୍ ଉପଯୋଗୀ ହୋଇପାରୁଥିବା କାରଣରୁ ବର୍ତ୍ତମାନ ଛେଳି ଛୁଆ ଗୁଡ଼ିକ ରୋଗୀନା ହୋଇପଡୁଛନ୍ତି। ବଳରାମ ଆହୁରି ମଧ୍ଯ କ୍ଷୀର ସଂଗ୍ରହ କରି ବଜାରକୁ ବିକ୍ରି ମଧ୍ଯ କରିଥାନ୍ତି,ବଳରାମ କୁହନ୍ତି କିଛି ସାହାର୍ଯ୍ୟ ସହଯୋଗ ମିଳିଲେ ଛେଳି ରହିବା ନିମନ୍ତେ ଏକ ଫାର୍ମ ବ୍ୟବସ୍ଥା କରନ୍ତି ଓ ଛେଳିର ସଂଖ୍ୟା ମଧ୍ୟ ଆହୁରି ବୃଦ୍ଧି କରିପାରନ୍ତି।

ଚଣ୍ଡିଖୋଲରୁ ନିହାର ରଞ୍ଜନ ସାମଲଙ୍କ ରିପୋର୍ଟ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *