ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ଫୋକସ ପ୍ଲସ(ବ୍ୟୁରୋ): ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ଅଭିଯୁକ୍ତ ଭାବେ ନାମିତ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ 200 କୋଟି ମନି ଲଣ୍ଡରିଂ ମାମଲା ରହିଛି ।ଦିଲ୍ଲୀ ପୋଲିସ ଗିରଫ କରିବା ପରେ ତାଙ୍କୁ ତିହାର ଜେଲରେ ରଖାଯାଇଛି ।ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମ୍ପର୍କର ଗୁମର ମଧ୍ୟ ସାମ୍ନାକୁ ଆସିଥିଲା | ଉକ୍ତ ଅଭିନେତ୍ରୀଙ୍କୁ (ଇଡି) ଜେରା କରି ତାଙ୍କୁ ଦୋଷୀ ସାବ୍ୟସ୍ତ ମଧ୍ୟ କରିଥିଲା | ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସୁକେଶଙ୍କ ସହ ତାଙ୍କ ସମ୍ପର୍କ ଥିବା କଥାକୁ ଖଣ୍ଡନ କରିଥିଲେ ମଧ୍ୟ କଥା ଲୁଚିକି ରହିନଥିଲା |

ତେବେ ଏକ ସୂତ୍ରରୁ ଜଣା ପଡିଛି ଯେ, ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏକ ସମୟରେ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଠକ ସାବ୍ୟସ୍ତ ସୁକେଶ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କ ପାଇଁ ଦାମୀ ଉପହାରରେ ଡିଜାଇନର୍ ବ୍ୟାଗ୍ ଏବଂ ପୋଷାକ ଉପହାର ଦେବା ଠାରୁ ଆରମ୍ଭ କରି ଘରୋଇ ଜେଟ୍ ଏବଂ ଅନ୍ୟାନ୍ୟ ଜିନିଷ ଦେବାରେ କନମାନ୍ ବହୁ ଅର୍ଥବି ଖର୍ଚ୍ଚ କରିଥିଲେ। ତେବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ସୁକେଶଙ୍କୁ ଡେଟ କରୁଥିଲେ ଏବଂ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ଯେ ସେ ତାଙ୍କ “ସ୍ୱପ୍ନର ପୁରୁଷ” ଙ୍କୁ ପାଇଯାଇଛନ୍ତି ।

ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ଜାଣିବାକୁ ପାଇଛି ଯେ, ଏହି ବ୍ୟକ୍ତି ଜଣକ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ତାଙ୍କର ଘନିଷ୍ଠ ପରିଚିତ ବ୍ୟକ୍ତିଙ୍କ ଉପରେ ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି ।ସୂଚନାନୁସାରେ, ଜ୍ୟାକଲିନ୍ ତାଙ୍କର କିଛି ବନ୍ଧୁଙ୍କୁ ମଧ୍ୟ କହିଥିଲେ ଯେ ସେ ତାଙ୍କ “ସ୍ୱପ୍ନର ମଣିଷ” ପାଇଛନ୍ତି ଏବଂ ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କ କୁ ଖୋଲାଖୋଲି ଭାବେ ଗ୍ରହଣ କରିବେ |ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅଫେନ୍ସ ୱିଙ୍ଗ ଦ୍ୱାରା ଆଠ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା ।ଜେରା ବେଳେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଚନ୍ଦ୍ରଶେଖରଙ୍କ ସହ କିଛି ମାସ ସମ୍ପର୍କ ରଖିଥିବାର ସ୍ୱୀକାର କରିଥିଲେ ମଧ୍ୟ ସେ ତାଙ୍କ କାର୍ଯ୍ୟକଳାପ ବିଷୟରେ କିଛି ଜାଣିନଥିବା ପିଟିଆଇ ଅଧିକାରୀଙ୍କୁ କହିଥିଲେ ।

Related post

Leave a Reply

Your email address will not be published. Required fields are marked *