5T ସ୍ମାର୍ଟ ସ୍କୁଲରେ ପାନୀୟ ଜଳ,ବିଦ୍ୟୁତ ଓ ଖେଳ ପଡିଆ ଦାବିରେ ଛାତ୍ରଛାତ୍ରୀ

5T ସ୍ମାର୍ଟ ସ୍କୁଲରେ ପାନୀୟ ଜଳ,ବିଦ୍ୟୁତ ଓ ଖେଳ ପଡିଆ ଦାବିରେ ଛାତ୍ରଛାତ୍ରୀ

ଫୋକସ ପ୍ଳସ(କୋରାପୁଟ): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନରେ ଥିବା “ରୁଞ୍ଜାଗୁଡା” ଗ୍ରାମ ସ୍ଥିତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ୫ଟି ସ୍କୁଲ ରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।ଏହି ବିଦ୍ୟାଳୟ ୧୯୫୪ ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ରହିଥିବା ବେଳେ ୨୦୧୧ ମସିହାରେ ହାଇସ୍କୁଲ ଭାବେ ସ୍ଥାପିତ କରାଯାଇଛି। ବର୍ତ୍ତମାନ ଏହି ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ମୋଟ:- ୨୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୯ମ ରୁ ୧୦ମ ଶ୍ରେଣୀରେ ମୋଟ:- ୯୦ ଜଣ ଛାତ୍ରୀ/ଛାତ୍ର ଅଧ୍ୟୟନ କରନ୍ତି । ଅନ୍ୟ ପକ୍ଷରେ ଏହି ସ୍କୁଲ କୁ ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି ଓ ସ୍ମାର୍ଟ କ୍ଲାସ ରୁମ୍ ର ସୌନ୍ଦର୍ଯ୍ୟ କରଣ ପାଇଁ 5T ସ୍କୁଲ ରେ ସାମିଲ୍ କରାଯାଇଛି।‌‌‌‌‌‌‌‌ହେଲେ ଏହି ବର୍ଷ ୪୦ ଲକ୍ଷ ଟଙ୍କା ବ୍ୟୟରେ ପୂରୁଣା ଫଟା କାନ୍ଥରେ ଚୂନ ଲେପି ଟଙ୍କା ଆତ୍ମସାତ କରିଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।

ପରିତାପର ବିଷୟ ଯେ, ଯାହାକୁ ୫ଟି ସ୍କୁଲ ବୋଲି ବାହା ବାହା ମାରୁଥିବା ବେଳେ ବାସ୍ତବରେ ସ୍କୁଲ ଅନ୍ୟ ପ୍ରକାର ବୟାନ କରୁଛି। ଏଠାରେ ବିଭିନ୍ନ ସମସ୍ୟା ରହିଥିବା ବ୍ରଜ ମୋହନ ଖୁରା, ରତ୍ନାକର ବାଗ, ଭାସ୍କର କୁଳଦିପ, ସନ୍ୟା ବଡନାୟକ, ଅଭିଷେକ ଖୋସଲା ପ୍ରମୁଖ ପ୍ରକାଶ କରିଛନ୍ତି ।ସ୍କୁଲ ସମୟରେ ଛାତ୍ର ଛାତ୍ରୀ ମାନେ ପିଇବା ପାଣି ଠାରୁ ଆରମ୍ଭ କରି ଶୌଚ ପାଇଁ ସ୍କୁଲ ରେ ପାଣି ସୁବିଧା ନଥିବାରୁ ଚାରି ଆଡେ଼ ଘୁରି ବୁଲୁଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ସ୍କୁଲରେ ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ସୁବିଧା ଓ ଖେଳ କୁଦ ପାଇଁ ଖେଳ ପଡିଆ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ସମେତ ଛାତ୍ର ଛାତ୍ରୀ ମାନେ ଦାବୀ କରିଛନ୍ତି। ଅନ୍ୟ ପଟେ ଏହି ୫ଟି ସ୍କୁଲର କବାଟ ଗୁଡ଼ିକ ଉଇ ଲାଗି ନଷ୍ଟ ହେବା ରେ ଆରମ୍ଭ ହେଲା ଣି। ପୁରୁଣା ଘର କୁ ଚୂନ ଲେପି ଚୂପ ରହିଛି ପ୍ରଶାସନ। ଏଠାରେ କମ୍ପ୍ୟୁଟର କି ଅନ୍ୟ କୈାଣସି ଶିକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ଫମ୍ପା ଘର କୁ ଉଦଘାଟନ କରି ସାରିଦେଲା ପ୍ରଶାସନ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ଦଶମନ୍ତପୁର ବ୍କକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍

 

Related post

Leave a Reply

Your email address will not be published. Required fields are marked *