ଲଗାଣ ବର୍ଷାରେ ବେହାଲ ବୌଦ୍ଧ

ଲଗାଣ ବର୍ଷାରେ ବେହାଲ ବୌଦ୍ଧ

ଫୋକସ ପ୍ଲସ(ବ୍ୟୁରୋ): ଅସରାଏ ବର୍ଷାରେ ବୌଦ୍ଧ ଜିଲ୍ଲାର ଅବସ୍ଥା ବେହାଲ |ଅନେକ ଗାଁ ଗୁଡିକରେ ଯୋଗାଯୋଗ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି ।ବିକାଶର ବାଃ ବାଃ ନେଉଥିବା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ର ବିକାଶ ଚାଳିଛି ଖାଲି କାଗଜ କଳମରେ ।ଅଭିଯୋଗ କରିଥିଲେ, ହେଲେ କେହି ଶୁଣିଲେନି। ହଜାର ହଜାର ଲୋକ ଜଳବନ୍ଧି, ସରକାର ଚିରନିଦ୍ରାରେ, ଗୁହାରି କରିବେ କାହାକୁ ? ଆଉ ଶୁଣିଛି କିଏ ?

ହଁ ଆଜ୍ଞା, ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାର ପ୍ରଭାଵ ବୌଦ୍ଧ ଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିଛି। ଦୁଇଦିନ ବର୍ଷାରେ ବୌଦ୍ଧ ବ୍ଳକ୍ ର ଗୁନ୍ଦୁଲିଆ ରୁ ଶଗଡା, ଯମଟାଙ୍ଗୀ ରୁ ଡିଗି,ବାଉଁଶୁଣୀ ରୁ ଗୁନ୍ଦୁଲିଆ ଆଦି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ଥିବା ଦେଖିବାକୁ ମିଳିଛି।ଯାହାଫଳରେ ଗ୍ରାମବାସୀ, ଛାତ୍ରଛାତ୍ରୀ, ରୋଗୀ, ମେଡିକାଲ ଷ୍ଟାଫ୍ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗାଁ କୁ ଆସୁଥିବା କରୋନା ଟୀକା ଗାଡି ମଧ୍ୟ ଫେରିଯାଇଥିବା କହିଛନ୍ତି ଗ୍ରାମବାସୀ। ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କୁ କାନ୍ଧରେ ବୋହି ପାରି ହେଉଛନ୍ତି ଅଭିଭାବକ ମାନେ ।ଏହି ଅସୁବିଧା କୁ ଏଡ଼ାଇବା ପାଇଁ ଯଦି ସରକାର ଗୋଟିଏ ବ୍ରିଜ କିମ୍ବା ଉଚ୍ଚ ଭାବରେ ରାସ୍ତା ନିର୍ମାଣ କରନ୍ତେ ତେବେ ଅଞ୍ଚଳବାସୀ ମାନେ ଉପକୃତ ହୁଅନ୍ତେ ବୋଲି ଜନସାଧାରଣ କହିଛନ୍ତି ।

ବୌଦ୍ଧରୁ ଶରତ ମୁଦୁଲିଙ୍କ ରିପୋର୍ଟ

Related post

Leave a Reply

Your email address will not be published. Required fields are marked *