ଜଙ୍ଗଲରୁ ଜବତ ହେଲା ବିପୁଳ ଗଞ୍ଜେଇ, ଜଣେ ଗିରଫ

ଜଙ୍ଗଲରୁ ଜବତ ହେଲା ବିପୁଳ ଗଞ୍ଜେଇ, ଜଣେ ଗିରଫ

ଫୋକସ ପ୍ଲସ(କଳାହାଣ୍ଡି ): କଳାହାଣ୍ଡି ଅବକାରୀ ବିଭାଗର ଚଡାଉ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ।ଶୁକ୍ରବାର କଳାହାଣ୍ଡି ଅବକାରୀ ଟିମ କୌଣସି ବିଶ୍ବସ୍ତ ସୂତ୍ରରୁ ରାୟଗଡା ପଟୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ କଳାହାଣ୍ଡି ସୀମା ଥୁଆମୂଳ ରାମପୁର ଲାଠିଆଗୁଡା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଛକି ରହିଥିଲେ। ଏହି ସମୟରେ ଏକ ଧଳା ରଙ୍ଗର ପିକଅପ ଗାଡିରେ ଆସୁଥିବା ବେଳେ ଅବକାରୀ ଟିମକୁ ଦେଖି ଗାଡି ନ ଅଟକାଇ ଦ୍ରୁତଗତିରେ ଫେରାର ମାରିଥିଲା ।ଅବକାରୀ କର୍ମଚାରୀ ଗାଡିକୁ ପିଛା କରିବା ଆରମ୍ଭ କରିଥିଲେ ତେବେ ଗାଡି ଟି ଦ୍ରୁତ ବେଗରେ ଆମପାଣି ବିଜୁ ଏକ୍ସପ୍ରେସ ୱେ ଦେଇ ଯାଉଥିବା ବେଳେ ଘଣ୍ଟିଗୁଡା ନିକଟରେ ପୂର୍ବରୁ ଧର୍ମଗଡ଼ ଅବକାରୀ କର୍ମଚାରୀ ଜଗି ରହିଥିବା ଦେଖି ଡ୍ରାଇଭର ଘଣ୍ଟିଗୁଡା ଦେଇ ସାହାଜଖୋଲ ଡୋକାରିଚଞ୍ଚରା ପଟେ ଯାଇଥିଲା ଓ ବାଟରେ ଗାଡି ରେ ଥିବା ଗଞ୍ଜେଇ ବସ୍ତା ଗୁଡିକୁ ଜଙ୍ଗଲ ରାସ୍ତାରେ ଫିଙ୍ଗି ଦେଇଥିଲେ। ପିକଅପ ଗାଡି ଟି ଜଙ୍ଗଲ ର ଶେଷ ପର୍ଯ୍ୟନ୍ତ ଯିବାପରେ ଏକ ପଥର ରେ ପିଟି ହୋଇ ରହିଯିବାରୁ ଗାଡି ରେ ରହିଥିବା ଗଞ୍ଜେଇ ଚାଲାଣ କାରୀ ମାନେ ଜଙ୍ଗଲ ରାସ୍ତା ଦେଇ ଫେରାର ମାରିଥିଲେ। ତେବେ ଜଣେ ଅବକାରୀ କର୍ମଚାରୀ ଙ୍କ ହାବୁଡ଼ ରେ ପଡ଼ିଥିଲେ। ଅବକାରୀ କର୍ମଚାରୀ ଜଂଗଲ ରେ ଫିଙ୍ଗି ଥିବା ଗଞ୍ଜେଇ ବସ୍ତା କୁ ସଂଗ୍ରହ କରିଥିଲେ ଓ ପିକଅପ ଗାଡି ,ଗଞ୍ଜେଇ ଜଣେ ଅଭିଯୁକ୍ତ ସାନ ପୋଡ଼ାଗୁଡା ଗ୍ରାମ ର ଚନ୍ଦନ ପୁଝାରି (୩୩) କୁ ଗିରଫ କରି ଜିଲ୍ଲା କାର୍ଯ୍ୟାଳୟ କୁ ନେଇଥିଲେ। ଜବତ ଗଞ୍ଜେଇ ୩ କ୍ୱିଣ୍ଟାଲ ୩୩ କେଜି ରହିଥିବା ବେଳେ ଆନୁମାନିକ ମୁଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଳି ଜଣାପଡିଛି।

 

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରାଙ୍କ ରିପୋର୍ଟ

Related post

ଭିଜିଲାନ୍ସ ରେଡ || FocusPlus

ଭିଜିଲାନ୍ସ ରେଡ || FocusPlus

ଫୋକସ ପ୍ଲସ 27/12/2022(ଭୁବନେଶ୍ୱର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି ।ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି…
ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ

ମହାତ୍ମା ଗାନ୍ଧୀ, ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ନାମରେ, (ଜନ୍ମ: ଅକ୍ଟୋବର 2, 1869, ପୋରବନ୍ଦର, ଭାରତ – ଜାନୁଆରୀ 30, 1948, ଦିଲ୍ଲୀ), ଭାରତୀୟ ଓକିଲ, ରାଜନେତା, ସାମାଜିକ…
ବର୍ଷାରେ ଭଉଣୀର ମୃତଦେହ ଧରି ବସିଛି ଭାଇ

ବର୍ଷାରେ ଭଉଣୀର ମୃତଦେହ ଧରି ବସିଛି ଭାଇ

ଫୋକସ ପ୍ଲସ(ଭଣ୍ଡାରିପୋଖରୀ): ମୃତ ମହିଳାଙ୍କୁ ନ୍ୟାୟ ଦାବିରେ ଭଣ୍ଡାରିପୋଖରୀ ବ୍ଲକ ମାଳଦା ବଜ଼ାର ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ମୃତ ଉଲାଷୀନୀ ପରିଡାଙ୍କ ବାପ ଘର…

Leave a Reply

Your email address will not be published. Required fields are marked *