ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ବାରବାଟୀରେ ଚାଲିଛି ଟିକେଟ୍ ବିକ୍ରି

ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ବାରବାଟୀରେ ଚାଲିଛି ଟିକେଟ୍ ବିକ୍ରି

  • ଖେଳ
  • September 25, 2022
  • No Comment
  • 173

ଫୋକସ ପ୍ଲସ(ଭୁବନେଶ୍ୱର): ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଜାରି ରହିଛି ଟିକେଟ ବିକ୍ରି । ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ବିକ୍ରି ହେବ ସମସ୍ତ ଟିକେଟ ।ଗ୍ୟାଲେରୀ ପାଇଁ ଟିକେଟ ଦର ୩୫୦ ଟଙ୍କା ରହିଥିଲା ବେଳେ କ୍ଳବ ହାଉସ ପାଇଁ ୧୨ ଶହ ଓ କର୍ପୋରେଟ ବକ୍ସ ପାଇଁ ୪,୫୦୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଯଦିଓ ଟିକଟ୍‌ କାଉଣ୍ଟରରେ ସେତେ ଭିଡ ପରିଲକ୍ଷିତ ହେଉନାହିଁ । କିନ୍ତୁ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ମ୍ୟାଚ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆନ୍ତର୍ଜାତୀୟ ମ୍ୟାଚରେ ଯେଭଳି ସୁରକ୍ଷା ଯୋଗାଇ ଦିଆଯାଏ, ସେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

Related post

Leave a Reply

Your email address will not be published. Required fields are marked *