ଡାକ୍ତରଖାନାରେ ରୋଗୀ ଦେହରେ ଲାଗିଲା ଭୂତ

ଡାକ୍ତରଖାନାରେ ରୋଗୀ ଦେହରେ ଲାଗିଲା ଭୂତ

ଫୋକସ ପ୍ଲସ(ଅନୁଗୁଳ): ଆଜିବି ଅନ୍ଧ ବିଶ୍ୱାସ ରେ କବଳିତ ହୋଇ ରହିଛନ୍ତି କିଛି ଲୋକେ |ଏମିତି ଏକ ଘଟଣା ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ |ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ଦେହରେ ପ୍ରେତାତ୍ମା ଲାଗିଥିବା ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି | ସୋମବାର ଡାକ୍ତରଖାନାରେ ମେଲ ସର୍ଜରୀ ୱାର୍ଡ ରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ ଭର୍ତି ହୋଇଥିଲେ।ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା ।ତେବେ ତାଙ୍କର ଡାକ୍ତରୀ ଚିକିତ୍ସା ଚାଲିଥିଲା ।ସେହି ୱାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ରୋଗୀଙ୍କ ମହିଳା ସଂପର୍କୀୟ ଏହା ଦେଖି ବୃଦ୍ଧଙ୍କ ଦେହରେ ପ୍ରେତାତ୍ମା ଲାଗିଛି ବୋଲି କହିଥିଲେ |ତେଣୁ ସେ ବାଉଳି ଚାଉଳି ହେଉଛି ଏବଂ ସଙ୍ଗେସଙ୍ଗେ ଝଡ଼ାଫୁଙ୍କା କରିବା ଆରମ୍ଭ କରିଦେଇଥିଲେ |ଭୂତ ଛଡ଼ାଇବା ପାଇଁ ମାନସିକ ବିକାର ଗ୍ରସ୍ତ ରୋଗୀକୁ ବାନ୍ଧି ମନ୍ତ୍ର ପାଠ କରିବା ସହ ଧର୍ମୀୟ ପୁସ୍ତକ ପାଠ କରିଥିଲେ ।ଯେଉଁ ନାଟକ ଦେଖିବା ପାଇଁ ଡାକ୍ତରଖାନରେ ଥିବା ଅନ୍ୟ ରୋଗୀମାନଙ୍କ ଭିଡ ଦେଖିବାକୁ ମିଳିଥିଲା |ୱାର୍ଡରେ ଦିଦି ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଏହାର ମଜା ନେଉଥିଲେ ।

ଏହି ସମୟରେ କେହି ଜଣେ ଭିଡିଓ କରିବାକୁ ଉଦ୍ୟମ କଲାବେଳେ ଡାକ୍ତରଖାନା କର୍ମଚାରୀଙ୍କ ଅକଲ ଗୁଡ଼ୁମ୍ ହୋଇଯାଇଥିଲା।ଏହାପରେ ସେ ସିକ୍ୟୁରିଟି ଲଗାଇ ଡ୍ରାମା ବନ୍ଦ କରାଇଥଲେ।ପ୍ରଶ୍ନ ଉଠୁଛି ୱାର୍ଡରେ ନର୍ସ ଓ ଅନ୍ୟ କର୍ମଚାରୀ ମାନେ ଥିବାବେଳେ ଏଭଳି ଅନ୍ଧବିଶ୍ୱାସ ଜନିତ ଘଟଣା ଘଟିବାକୁ ପ୍ରଶୟ ଦେଲେ କେମିତି ? ଏଥିନେଇ ହସ୍ପିଟାଲ ପରିଚାଳକ ଦେବାଶିଷ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଏ ଘଟଣା ନେଇ ସେ ଅବଗତ ଅଛନ୍ତି ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ |

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ

Related post

Leave a Reply

Your email address will not be published. Required fields are marked *