ଲୋକ ସେବା ଭଵନକୁ ପଠାଗଲା ପବିତ୍ର ଜଳ ଓ ମାଟି

ଲୋକ ସେବା ଭଵନକୁ ପଠାଗଲା ପବିତ୍ର ଜଳ ଓ ମାଟି

ଫୋକସ ପ୍ଲସ(ଗଜପତି): ଗଜପତି ଜିଲ୍ଲାରେ ରହିଥିବା ଦୁଇ ପ୍ରମୁଖ ପବିତ୍ର ନଦୀ ଵଂଶଧାରା ଓ ମହେନ୍ଦ୍ରତନୟା |ମହାତ୍ମା ଗାନ୍ଧୀଙ୍କ ଆଗମନ ସ୍ଥଳର ଏବଂ ସ୍ଵାଧୀନତା ସଂଗ୍ରାମର ସହୀଦ ମାନଙ୍କ ଜନ୍ମ ପୀଠରୁ ଆଜି ପବିତ୍ର ମାଟି ସଂଗ୍ରହ ହୋଇ ଭୁବନେଶ୍ୱର ଲୋକ ସେବା ଭଵନକୁ ପଠାଯାଇଛି |ଆଜି ଉକ୍ତ ପବିତ୍ର ସ୍ଥାନରେ ପୂଜାର୍ଚ୍ଚନା ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରତିମୂର୍ତ୍ତି ଠାରୁ ପବିତ୍ର ମାଟି ସଂଗ୍ରହ କରାଯାଇଅଛି |ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ଲୋକ ସେବା ଭଵନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି | ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଏହି ଦିନକୁ ସ୍ଵତନ୍ତ୍ର ସ୍ମରଣୀୟ କରିବା ନିମନ୍ତେ ଲୋକ ସେବା ପ୍ରାଙ୍ଗଣ ଠାରେ ଚାରା ରୋପଣ କରିବେ |

ସେଠାରେ ଗଜପତି ଜିଲ୍ଲା ସମେତ ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରୁ ଆସିଥିବା ଜଳ ଏବଂ ମାଟିକୁ ସଂଗୃହିତ କରି ଗୋଟିଏ ସ୍ଥାନରେ ଚାରା ରୋପଣ କରାଯିବ | ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଉପ ଅଧକ୍ଷ ଲେଙ୍କା ମଧୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ, ଜିଲ୍ଲା ସଂସ୍କୃତ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ,ସହରର ବରିଷ୍ଠ ନାଗରରିକ ବିଚିତ୍ରାନନ୍ଦ ବେବର୍ତ୍ତା, ଵିନୋଦ ଜେନା , କ୍ୟାପଟେନ ମଲିକା ଅର୍ଜୁନ ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଭଗବତ ପାଢ଼ୀଙ୍କ ସମେତ ପୌରପରିଷଦ ସମସ୍ତ କାଉନସିଲର, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସମସ୍ତ ସାମ୍ବାଦିକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରେ ପବିତ୍ର ମାଠି ଓ ଜଳ ସଂଗ୍ରହ କରାଯାଇଥିଲା।

ଗଜପତି ଜିଲ୍ଲାରୁ ସୁଶାନ୍ତ ପ୍ରଧାନଙ୍କ ରିପୋର୍ଟ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *