ଶିକ୍ଷକ ନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ

ଶିକ୍ଷକ ନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ

ଫୋକସ ପ୍ଲସ(ଗଁଦିଆ):ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ନଥିବାରୁ ଛାତ୍ର ଛାତ୍ରୀ ଙ୍କ ପଢା ରେ ବାଧା ସୃଷ୍ଟି ହୋଉଛି | ଯାହାକି ତିନୋଟି ଶ୍ରେଣୀ ରେ 214 ଜଣ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର |ବାରମ୍ବାର ବ୍ଲକ ଶିକ୍ଷ୍ୟା ଅଧିକାରିଣୀ ଜିଲ୍ଲା ଶିକ୍ଷ୍ୟା ଅଧିକାରିଣୀ ଜିଲ୍ଲାପାଳ ବିଧାୟକ ଙ୍କ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛିବି ସୁଫଳ ମିଳିନି | ଆଜକୁ ପ୍ରାୟ ଦଶ ବର୍ଷ ହେଲା ଏହି ତିନି ଶ୍ରେଣୀ ରେ ଶିକ୍ଷକ ନାହାନ୍ତି |ଅଷ୍ଟମ ନବମ ଶ୍ରେଣୀ ର ଶିକ୍ଷକ ମାନେ ସମୟ ପାଇଲେ ମାସ କୁ ଥରେ ଦୁଇ ଥର ଏହି ତିନି ଶ୍ରେଣୀ ରେ ପାଠ ପଢ଼ାନ୍ତି ବୋଲି ବିଦ୍ୟାଳୟ ର ପିଲା ମାନେ କହୁଛନ୍ତି l ଏଠି ମୋ ସ୍କୁଲ ଅଭିଯାନ ରେ ରାଜ୍ୟ ସରକାର ବାହା ବାହା ନେଉଥିବା ବେଳେ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ମୋ ସ୍କୁଲ ପରିସର ଭୁକ୍ତ ଥିବା ବେଳେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଙ୍କ ମରୁଡି ପଡିଛି | ଦେଖାଯାଉ ଗଣଶିକ୍ଷ୍ୟା ମନ୍ତ୍ରୀଙ୍କ ର ଏହି ସ୍କୁଲ ଉପରେ କେବେ ନଜର ପଡୁଛି |

ଗଁଦିଆରୁ ପୁଷ୍ପଲତା ସାମଲଙ୍କ ରିପୋର୍ଟ

Related post

Leave a Reply

Your email address will not be published. Required fields are marked *