ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ଫୋକସ ପ୍ଲସ(ବରଗଡ଼): ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସରି ନାହିଁ। ଅନ୍ୟପକ୍ଷରେ ଜୀରାନଦୀ ଉପରେ ନିର୍ମିତ ଫେୟାରଓ୍ବେଦର ରାସ୍ତା ବର୍ଷା ହେଲେ ଥରକୁ ଥର ଧୋଇ ହୋଇ ଯାଇଛି। ଫଳରେ ବରଗଡ଼ ସହରରୁ ଅମ୍ବାପାଲି ଅଧିକାଂଶ ସମୟ ବିଚ୍ଛିନ୍ନ ହୋଇପଡୁଛି ଏବଂ ସ୍ଥାନୀୟ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ କାର୍ଯ୍ୟରେ ସେଭଳି ଶୀଥିଳତାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ହେବାରେ ଲାଗିଛି। ଏହାର ପ୍ରତିବାଦରେ ଆଜି ଶୁକ୍ରବାର ପୂର୍ବାହ୍ନ ୮ଟାରୁ ଅମ୍ବାପାଲିବାସୀ ରାସ୍ତାରୋକୋକୁ ଓହ୍ଲାଇଛନ୍ତି। ଫଳରେ ବରଗଡ-ବଲାଙ୍ଗୀର ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇଥିବାବେଳେ ରାସ୍ତାର ଉଭୟ ପାଶର୍‌ବରେ ଶତାଧିକ ଗାଡ଼ି ଅଟକି ରହିଛି। ପୋଲ ନିର୍ମାଣ କାର୍ଯ୍ୟ ତୀବ୍ର ତଥା ତ୍ୱରାନ୍ବିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ବରଗଡ଼ରୁ ଶ୍ରୀକାନ୍ତ ମଟାରୀଙ୍କ ରିପୋର୍ଟ

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.