ସରକାରଙ୍କ ମାଳମାଳ ଯୋଜନାରେ ଦୁର୍ନୀତି ଅଭିଯୋଗ

ସରକାରଙ୍କ ମାଳମାଳ ଯୋଜନାରେ ଦୁର୍ନୀତି ଅଭିଯୋଗ

ଫୋକସ ପ୍ଲସ(ସୋରଡ଼ା): ସରକାରକ ମାଳମାଳ ଯୋଜନାରେ ଦୁର୍ନୀତି ଅଭିଯୋଗ ପରେବି କରାଯାଉନାହିଁ ତଦନ୍ତ |ସୋରଡା ବ୍ଲକ ଅନ୍ତର୍ଗତ ହୂକୁମା ପଞ୍ଚାୟତରେ ବସୁଧା ଯୋଜନାରେ ମହା ଦୁର୍ନୀତି ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ବେଳେ ଗ୍ରାମର ଶତାଧିକ ଲୋକେ ଏହାକୁ ବିରୋଧ କରୁଛନ୍ତି।ଯେଉଁ ଭଳି କାମ କରିବା କଥା ସେହି ପରି କାମ କରାଯାଇ ନାହିଁ।ନୂତନ ପାଣି ଟାଙ୍କିର ଛଅମାସ ପୁରୀନାହିଁ ପାଣି ଲିକି ଦୃଶ୍ୟ ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ପୂର୍ବତନ ଗ୍ରାମିଣଜଳ ପ୍ରକଳ୍ପ ଯୋଗାଣରେ ବ୍ୟବହାର ହୋଇଥିବା ଲୁହା ପାଇପ୍ ଲାଇନ୍କୁ କିଛି ନୂତନ ପାଇପ୍ ଯୋଡ଼ି ଦେଇଥିବା ବେଳେ ପୁରୁଣା ପାଇପ୍ ସବୁ ଜଙ୍ଗ୍ ଧରି ନଷ୍ଟ ହୋଇ ସାରିଲାଣି ଯାହା ଫଳରେ ସେହି ପାଇପ୍ ରେ ନାଳ ନର୍ଦ୍ଦମା ପାଣି ପଡ଼ିବା ଦ୍ଵାରା ପାଣି ଦୂଷିତ ହୋଇ ଥିବା ଅଭିଯୋଗ କରିଛନ୍ତି |

ସୋରଡ଼ାରୁ କୋରେଶ୍ ମହାପାତ୍ରଙ୍କ ରିପୋର୍ଟ

Related post

Leave a Reply

Your email address will not be published. Required fields are marked *