ଗାନ୍ଧୀ ଜୟନ୍ତୀରେ ଜନସମ୍ପର୍କ ପଦଯାତ୍ରା

ଗାନ୍ଧୀ ଜୟନ୍ତୀରେ ଜନସମ୍ପର୍କ ପଦଯାତ୍ରା

ଫୋକସ ପ୍ଲସ(ଧର୍ମଶାଳା): ଧର୍ମଶାଳା ରେ ଜନସମ୍ପର୍କ ପଦଯାତ୍ରା ରେ ବିଧାୟକ ପ୍ରଣବ ବଳବନ୍ତରାୟ କ୍ଟବେର2 ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର 2ପର୍ଯନ୍ତ ଦୀର୍ଘ ଏକ ମାସଧରି ରାଜ୍ୟସରକାରଙ୍କ ତରଫରୁ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଦେଖିବାକୁ ମିଳିଥିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ |ହଜାର ହଜାର କର୍ମୀ ମାନଙ୍କ ସହ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ମିର୍ଜାପୁର ଠାରେ ଏହି ପଦଯାତ୍ରା ଆରମ୍ଭ ହୋଇଛି |ମିର୍ଜାପୁର ଗ୍ରାମ ଦେବତୀ ମା ଜାଗୁଳାଇ ପୀଠରେ ପୂଜାର୍ଚନା କରି ବିଧାୟକ ପ୍ରଣବ ବଳବନ୍ତରାୟ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ. ଏହି ଯାତ୍ରାରେ ଦଳୀୟ ବିଜୁ ଯୁବ, ଛାତ୍ର, ମହିଳା ଓ ଗିରଲମଇଂ ର ସଦସ୍ୟା ମାନେ ଉପସ୍ଥିତ ରହି ଦୁଇଟି ପଂଚାୟତ ରେ ପଦଯାତ୍ରା ହୋଇଥିଲା | ଏ ନେଇ ପଂଚାୟତ କର୍ମୀଙ୍କ ମନରେ ଏକ ଆଗ୍ରହ ପ୍ରକାଶ ଦେଖାଯାଇଥିଲା ରାଜ୍ୟସରକାର ଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଗରିବ କଲ୍ୟାଣ ଯୋଜନାର ଯୋଗ୍ୟ ହିତାଧିକାରୀ କିଭଳି ଏହାର ଲାଭ ପାଇବେ ଏ ନେଇ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା |

ଧର୍ମଶାଳାରୁ ଦିବାକର ଲେଙ୍କାଙ୍କ ରିପୋର୍ଟ

Related post

Leave a Reply

Your email address will not be published. Required fields are marked *