ଆମକୁ ରୋଜଗାର ଆବଶ୍ୟକ; ଆଦାନୀ – ଅମ୍ବାନୀ ହୁଅନ୍ତୁ କିମ୍ବା ଅମିତ ଶାହା, ଆମେ ସମସ୍ତଙ୍କୁ ସ୍ୱାଗତ କରିବୁ: ଗେହଲୋଟ

ଆମକୁ ରୋଜଗାର ଆବଶ୍ୟକ; ଆଦାନୀ – ଅମ୍ବାନୀ ହୁଅନ୍ତୁ କିମ୍ବା ଅମିତ ଶାହା, ଆମେ ସମସ୍ତଙ୍କୁ ସ୍ୱାଗତ କରିବୁ: ଗେହଲୋଟ

ଫୋକସ ପ୍ଲସ(ନୂଆଦିଲ୍ଲୀ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଜୋର ଧରିଛି । କାହିଁକିନା ନିବେଶ ରାଜସ୍ଥାନ ସମ୍ମିଳନୀରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦେଶର ଶିଳ୍ପପତି ଗୌତମ ଆଦାନୀଙ୍କ ସହ ମଞ୍ଚ ବାଣ୍ଟିଛନ୍ତି । ଏହା ସହ ସେ ଆଦାନୀଙ୍କୁ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି । ସେପଟେ କଂଗ୍ରେସ ଦଳ ନରେନ୍ଦ୍ର ମୋଦୀ ସରକାରଙ୍କୁ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ଉପକୃତ କରୁଥିବା ଅଭିଯୋଗ କରିଛି । ଏଭଳି ପରିସ୍ଥିତିରେ ଆଦାନୀଙ୍କୁ ପ୍ରଶଂସା କରି ବିଜେପି ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଉପରେ ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଅଶୋକ ଗେହଲୋଟ ଉକ୍ତ ସମ୍ମିଳନୀରେ କହିଛନ୍ତି ଯେ ଗୌତମ ଭାଇ ଗୁଜୁରାଟ କଥା କହୁଥିଲେ । ସ୍ୱାଧୀନତା ପୂର୍ବରୁ ମଧ୍ୟ ଗୁଜୁରାଟୀମାନେ ବହୁତ ଦକ୍ଷ ଅଟନ୍ତି । ପୂର୍ବରୁ ହିଁ ମହାରାଷ୍ଟ୍ର-ଗୁଜୁରାଟ ସବୁବେଳେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ରହିଆସିଛି । ବର୍ତମାନ ଆମେ ଶୁଣୁଛୁ ଯେ ଗୌତମ ଆଦାନୀ ଦୁନିଆର ଶ୍ରେଷ୍ଠ ଦୁଇ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related post

ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହାୟତାରେ ଐତିହାସିକ ଦାମୟନ୍ତୀ ସାଗରର ପୁନଃରୁଦ୍ଧାର…

ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହାୟତାରେ ଐତିହାସିକ ଦାମୟନ୍ତୀ ସାଗରର ପୁନଃରୁଦ୍ଧାର…

କୋଟପାଡ଼: କୋଟପାଡ଼ର ଗଙ୍ଗା ରୂପେ ପରିଚିତ ଐତିହାସିକ ଦମୟନ୍ତୀ ସାଗର ଏବଂ ଦେୱାନ ମୁଣ୍ଡା ପୋଖରୀର ପୁନରୁଧାର ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର,ଏହାର ସମସ୍ତ ଶ୍ରେୟ ଯିବ…
ବିଜେପିର ବଡ଼ ଘୋଷଣା; ମିଜୋରାମରେ ସମସ୍ତ ୪୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିିତା କରିବ ବିଜେପି

ବିଜେପିର ବଡ଼ ଘୋଷଣା; ମିଜୋରାମରେ ସମସ୍ତ ୪୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିିତା…

ଫୋକସ ପ୍ଲସ(ବ୍ୟୁରୋ): ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବଡ଼ ଘୋଷଣା । ତେବେ ମିଜୋରାମରେ ହେବାକୁ ଥିବା ଆସନ୍ତା ୨୦୨୩ ବିଧାନସଭା ନିର୍ବାଚନରେ ଭାରତୀୟ…
ପ୍ରଶାନ୍ତ କିଶୋରଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ; ସେ କିଛି ବି କୁହନ୍ତି: ନୀତିଶ କୁମାର

ପ୍ରଶାନ୍ତ କିଶୋରଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ; ସେ କିଛି ବି…

ଫୋକସ ପ୍ଲସ(ବିହାର): ବିହାରରେ ଏନଡିଏ ସରକାର ଭାଙ୍ଗିବା ପରଠାରୁ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ…

Leave a Reply

Your email address will not be published. Required fields are marked *