ହଷ୍ଟେଲରେ ଖାଇବାକୁ ନପାଇ କାନ୍ଦିଲେ ଛାତ୍ରୀ

ହଷ୍ଟେଲରେ ଖାଇବାକୁ ନପାଇ କାନ୍ଦିଲେ ଛାତ୍ରୀ

ଫୋକସ ପ୍ଲସ(ଠାକୁରମୁଣ୍ଡା): ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଖାଇବାକୁ ନ ପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି କାନ୍ଦୁଥିବା ଘଟଣା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି।ପିଲାଙ୍କ କାନ୍ଦ ଦେଖି ସାଧାରଣ ରେ ଏପରି ଅସନ୍ତୋଷ ଦେଖାଯାଇଛି।ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସଚିତ ଜାତି ଓ ଜନଜାତି ଛାତ୍ରୀ ହଷ୍ଟେଲ ରେ। ଏହି ହଷ୍ଟେଲ ରେ ଭୋକ ଓପାସ ଥିବା ୯୪ ଜଣ ଛାତ୍ରୀ ହଷ୍ଟେଲ ରୁ ବାହାରି ୧ କିମି ଦୂର ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ।ରବିବାର ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀ ମାନେ ବ୍ଲକ ସମ୍ମୁଖରେ କାନ୍ଦୁ ଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଈ ଯାଇଥିଲେ।ହଷ୍ଟେଲ ରୁ ଆସି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଥିବା ସମସ୍ତ ଛାତ୍ରୀ ୪ ର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ପର୍ଯ୍ୟନ୍ତ।

ଭୋକ ରେ ଥିବା ପିଲା ମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ।ଖବର ପାଇ ସ୍ଥାନୀୟ ଏବିଓ,ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ବ୍ଲକ ପରିସରରେ ଥିବା ଛାତ୍ରୀ ମାନଙ୍କୁ ହୋଟେଲ ରୁ ଆଣି ଖାଦ୍ୟ ଦେଇଥିଲେ।ହଷ୍ଟେଲ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।ଗତକାଲି ରାତିରୁ ଗ୍ୟାସ ସରିଯାଇଥିବାରୁ ରୋଷେଇ ହୋଈ ନଥିବା ନେଇ ହଷ୍ଟେଲ ରୋଷେୟା କହିଛନ୍ତି।ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଛାତ୍ରୀ ମାନେ ବ୍ଲକ ପରିସର ରେ ବସି ରହିଛନ୍ତି।

ଠାକୁରମୁଣ୍ଡାରୁ ବସନ୍ତ କୁମାର ସୋରେନଙ୍କ ରିପୋର୍ଟ

Related post

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ଫୋକସ ପ୍ଲସ(ଦଶମନ୍ତପୁର): ନିତିଦିନିଆ ଯାତାୟତ ପାଇଁ ଭଲ ରାସ୍ତା ଟିଏ ନାହିଁ କି ପିଇବା ଲାଗି ଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଯାହା ଦ୍ଵାରା ଗ୍ରାମ ବାସୀ…
ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ଫୋକସ ପ୍ଲସ(ରାଇରଙ୍ଗପୁର) : ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଂଚାୟତର ସିଜୁକଳା ଗାଁରେ |ବିଧବା ଆଦିବାସୀ ମହିଳା ହିସି ମାଝୀ ର ଦୁଃଖ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଫୋକସ ପ୍ଲସ(ବ୍ୟୁରୋ ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ…

Leave a Reply

Your email address will not be published. Required fields are marked *