ଥମୁନି ଦାଦନ ଅତ୍ୟାଚାର

ଥମୁନି ଦାଦନ ଅତ୍ୟାଚାର

ଫୋକସ ପ୍ଲସ(କଳାହାଣ୍ଡି):ସରୁନି ଦାଦନ ଯନ୍ତ୍ରଣା, ବାରମ୍ବାର ଘଟଣା ଆସୁଛି ସାମ୍ନା କୁ।ପୁଣି ବନ୍ଦା ପଡ଼ିଛି ଦୁଇ ଦାଦନ ଶ୍ରମିକ।ତିନି ଶ୍ରମିକ ଳୁଚିକି ଗାଁ କୁ ପହଞ୍ଚିଲା ପରେ ,ଦୁଇ ଶ୍ରମିକ ବିଷୟ ରେ କହିବାରୁ ଥାନା ରେ ଅଭିଯୋଗ କଲେ ସରପଞ୍ଚ।ଜୟପାଟଣା ଅଞ୍ଚଳରୁ ଦେଖିବା ଏହି ରିପୋର୍ଟ

ଦାଦନ ଖଟିବାକୁ ଯାଉଥିଲେ ୫ ହେଲେ ଲୁଚିକି ଫେରିଲେ ୩ ଶ୍ରମିକ।୨ ଶ୍ରମିକ ଠିକାଦାର ପାଖେ ଅଟକ।ମୋବାଇଲ ମଧ୍ୟ ଛଡେଇ ନେଇଥିବା ଅଭିଯୋଗ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ରେଙ୍ଗାଲପାଲି ପଞ୍ଚାୟତ ର ଗୋଡଭୁଞ୍ଜା ଗାଁ ର ଅର୍ଜୁନ ନାଗ,ଲିଙ୍ଗରାଜ ମାଝୀ, ପ୍ରେମଲାଲ ବାଣୁଆ,କୋକିଳ କଣ୍ଟା,ଦେବା ବାଣୁଆଙ୍କୁ ଲଡୁଗାଁର ଜଣେ ବ୍ୟକ୍ତି ସୁଦୂର ତେଲେଙ୍ଗାନାର ରାମପୁରମ ,ଥାନା ଇନ୍ଦୁଲବାଲିି ,ଜିଲ୍ଲା ନିଜାମାବାଦକୁ ନେଇ ଜଣେ ମାଲିକ ପାଖରେ ଜିମାଦେଇ ନିଜେ ଚମ୍ପଟ ମାରିଥିଲେ ।

2ସେଠାରେ ସେଇ ମାଲିକ ଏହି ଯୁବକ ମାନଙ୍କୁ ଅକଥନୀୟ ଅତ୍ୟାଚାର କରି ମାରିପିଟି କାମ କରାଇବାରୁ ୩ଜଣ ଯୁବକ ଗତ ୭ ତାରିଖ ଦିନ ଅର୍ଜୁନ ନାଗ,ଲିଙ୍ଗରାଜ ମାଝୀ, ପ୍ରେମଲାଲ ମାଝୀ ଲୁଚି ପଳାଇ ଆସିବାରେ ସମର୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେବା ବାଣୁଆ ଏବଂ କୋକିଳ କଣ୍ଟା ଫସି ରହିଛନ୍ତି । ସେମାନଙ୍କର ମୋବାଇଲ ଗୁଡିକୁ ସେହି ମାଲିକ ଛଡେଇ ରଖିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକ ଦ୍ୱୟଙ୍କର ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ଜୟପାଟଣା ଥାନାର ଦ୍ୱାରସ୍ଥ ହୋଇ ଦୁହିଁଙ୍କୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି ।

ଦାଦନ ସମସ୍ୟା ସୁଧୁରିବାରେ ନାଁ ନେଉନଥିବା ବେଳେ ଏ ସରକାର ପୁରସ୍କାର କିଣିବାରେ ବ୍ୟସ୍ତ ।ଯୁବକ ଙ୍କୁ ପଡୋଶୀ ରାଜ୍ୟ ରୋଜଗାର ଦେଇପାରୁଛି। ଓଡ଼ିଶା ସରକାର କାହିଁକି ନୁହଁ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ତ୍ରିଲୋକ୍ୟ ବେଶ୍ରାଙ୍କ

Related post

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ଫୋକସ ପ୍ଲସ(ଦଶମନ୍ତପୁର): ନିତିଦିନିଆ ଯାତାୟତ ପାଇଁ ଭଲ ରାସ୍ତା ଟିଏ ନାହିଁ କି ପିଇବା ଲାଗି ଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଯାହା ଦ୍ଵାରା ଗ୍ରାମ ବାସୀ…
ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ଫୋକସ ପ୍ଲସ(ରାଇରଙ୍ଗପୁର) : ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଂଚାୟତର ସିଜୁକଳା ଗାଁରେ |ବିଧବା ଆଦିବାସୀ ମହିଳା ହିସି ମାଝୀ ର ଦୁଃଖ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଫୋକସ ପ୍ଲସ(ବ୍ୟୁରୋ ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ…

Leave a Reply

Your email address will not be published. Required fields are marked *