
ATM ତାଡି ଟଙ୍କା ଲୁଟ, ମାମଲାର ପର୍ଦାଫାଶ
- ଅପରାଧଆଞ୍ଚଳିକରାଜ୍ୟ
- October 28, 2022
- No Comment
- 178
ଫୋକସ ପ୍ଲସ(ଗଁଦିଆ): ଗଁଦିଆ ପୋଲିସ ର ବଡ଼ ସଫଳତା ଏଟିଏମ୍ ତାଡ଼ି ଟଙ୍କା ଲୁଟ ମାମଲା ର ପର୍ଦ୍ଧାଫାସ l୩ ଗିରଫ, କାର ବାଇକ ଓ ଟଙ୍କା ଜବତ l ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖ ରେ ଥିବା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର ଏକ ଏଟିଏମ୍ କୁ ଗତ ୩ ତାରିଖ ରାତିରେ ତାଡ଼ି ୭ ଜଣ ଦୁର୍ବତ୍ତ ୨୨ ଲକ୍ଷ ୧୭ ହଜାର ୯୦୦ ଟଙ୍କା ଲୁଟି ନେଇ କାରରେ ପଳାଇଥିଲେ । । ଖବର ପାଇ ଗଁନ୍ଦିଆ ପୋଲିସ ସେମାନଙ୍କୁ ଗୋଡ଼ାଇବାରୁ ଦୁର୍ବତ୍ତ ମାନେ କାର ଟିକୁ ନିକଟସ୍ଥ ଏକ କାଜୁ ଜଙ୍ଗଲ ରୁ ଜବତ କରିଥିଲେ । ଏସ୍ ପି ଲୋଗାନୟାଗି ଦିବ୍ୟା ଭି ଙ୍କ ନିର୍ଦ୍ଦେଶ ରେ ସଦର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଗଁଦିଆ ଥାନା ଅଧିକାରି ସତ୍ୟବ୍ରତ ଭୁଡ଼ିଆ ରାଜ୍ୟ ର ଭଦ୍ରକ, ଖୋର୍ଦ୍ଧା, ଓ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ୩ ଜଣଙ୍କୁ ଗିରଫ କରିଛନ୍ତି ।
ଘଟଣା ରେ ବ୍ୟବହୃତ ତଥା କାଜୁ ଜଙ୍ଗଲରୁ କଳା ରଙ୍ଗର କାର ଓ ଏକ ବାଇକ କୁ ମଧ୍ୟ ଜବତ କରିଛନ୍ତି। ଦୁବୃତ୍ତ ମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଛି । ଅନ୍ୟ ୪ ଜଣ ଫେରାର ଅଛନ୍ତି । ଗିରଫ ଙ୍କ ମଧ୍ୟରେ ଏଟିଏମ୍ ତାଡ଼ି ଟଙ୍କା ଲୁଟ ରେ ଜଣେ ପ୍ରମୁଖ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୨ ଜଣ ସହଯୋଗୀ ଗିରଫ ହୋଇଛନ୍ତି । ଅନ୍ୟ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଗୁରୁବାର ପୂର୍ବାହ ୧୧ ଟା ବେଳେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ସୂଚନା ଦେଇଛନ୍ତି ।
ଗଁଦିଆରୁ ପୁଷ୍ପଲତା ସାମଲଙ୍କ ଫୋକସ ପ୍ଲସ