ଇଞ୍ଜେକସନ ଦେବାରୁ ଶିଶୁ ମୃତ୍ୟୁ

ଇଞ୍ଜେକସନ ଦେବାରୁ ଶିଶୁ ମୃତ୍ୟୁ

ଫୋକସ ପ୍ଲସ(ଦଶମନ୍ତପୁର): ଏକା ସାଙ୍ଗରେ ତିନୋ ଟି ଇଞ୍ଜେକସନ ଜଣେ ଦୁଇ ମାସ ଶିଶୁ ପୁତ୍ର କୁ ଦେବା ରୁ ଶିଶୁ ର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତ ଅଧିନସ୍ଥ କେ ମାଳିଗୁଡା ଗାଁ ରେ। ମୃତ ଶିଶୁ ପୁତ୍ର ଜଣକ ହେଉଛନ୍ତି ବାଲି ଗୈାଡର ପ୍ରଥମ ପୁତ୍ର ଧନେଶ୍ ଗୈାଡ(୨)।‌‌ ଶିଶୁ ର ମୃତ୍ୟୁ କୁ ନେଇ ସ୍ବାସ୍ଥ୍ୟ ବିଭାଗ କୁ ଦାୟି କରି ଗାଁ ରେ ଉତେଜନା ସୃଷ୍ଟି ହୋଇଥିଲା। ଏଥିରେ ଖବର ପାଇ ସ୍ବାସ୍ଥ୍ୟ ବିଭାଗ ର ଏକ ଟିମ୍ ମାଳି ଗୁଡା ଗାଁ ରେ ପହଞ୍ଚି ଥିଲେ। ଏଥିରେ ଉତ୍ତ୍ୟକ୍ତ ଲୋକେ ସ୍ବାସ୍ଥ୍ୟ ବିଭାଗ ଟିମ୍ କେ ଘେରି ନାକେ ଦମ୍ କରିଥିଲେ। ଆମ ର ଶିଶୁ ପୁତ୍ର କୁ ଦିଅ ତୁମେ ଇଞ୍ଜେକସନ ଦ୍ବାରା ମାରି ଦେଲ ବୋଲି ପାଟି କରିଥିଲେ। ଏହା ପରେ ମାଲକାନଗିରି ସରପଞ୍ଚ ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ବୁଝା ସୁଝା କରିଥିଲେ। ଏହା ପରେ ମାଲକାନଗିରି ସି ଏଚ୍ ଓ , ସ୍ୱାଗତିକା ନାୟକ , ଶିଶୁ କୁ ଟିକା ଦେଇଥିବା ସମ୍ପର୍କରେ ପରିବାର ଙ୍କୁ ବୁଝାଇ କହି ଥିଲେ। ସେ କହିଥିଲେ ଯେ, ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଭଲ ରହିବା ନେଇ ରୋଗ ପ୍ରତିଷେଧକ ଟୀକା ଦିଆ ଯାଇଛି। ଡେଢ ବର୍ଷ ରୁ ସାଢ଼େ ଦୁଇ ବର୍ଷ ମଧ୍ୟରେ , ଓ ପି ଭି ୧ , ରଟା ୧, ପେଣ୍ଟା ୧, ଏବଂ ଆଇ ପି ଭି, ଏବଂ ପି ସି ଭି ଭଳି ଟୀକା ଓ ପୋଲିଓ ବୁନ୍ଦା ଦିଆ ଯାଇଥାଏ।

ଏହା ଦ୍ବାରା ଶିଶୁ ମାନଙ୍କୁ ଆଉ କୈାଣସି ରୋଗ ଆକ୍ରମଣ କରିବ ନାହିଁ। କିନ୍ତୁ ଇଞ୍ଜେକସନ ଦ୍ବାରା ଶିଶୁ ର ମୃତ୍ୟୁ ହୋଇ ନାହିଁ ବୋଲି ପ୍ରକାଶ କରିଛନ୍ତି। ଯଦି ଶିଶୁ ମାନଙ୍କୁ ସୁଆଇ କି ସ୍ତନ୍ୟପାନ କରାଇଲେ ହଠାତ୍ ଗଳା ରେ କ୍ଷୀର ଲାଗି ଯିବ, ସେଥିରେ ମଧ୍ୟ ଶିଶୁ ମାନେ ଅଣନିସ୍ବାସ ହୋଇ ମୃତ୍ୟୁ ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି। ଏଭଳି କହିବା ପରେ ଗ୍ରାମ ବାସୀ ଶାନ୍ତ ହୋଇଥିଲେ। କିନ୍ତୁ ଗଣ୍ଡଗୋଳ ଭୟରେ ସ୍ବାସ୍ଥ୍ୟ କର୍ମୀ ଗାଁ ରେ ଯାଇ ନ ଥିଲେ। ଏଥିରେ ପୋଡ଼ା ଗଡ଼ ଡକ୍ଟର ପ୍ରିୟ ରଂଜନ ମିଶ୍ର ଙ୍କୁ ମଧ୍ୟ ପ୍ରତିକ୍ରିୟା ନେଇ ଥିଲୁ,ସେ କହିଥିଲେ ଯେ ଗୋଟିଏ ୨୬ ତାରିଖ ବୁଧବାର ଦିନ ଗରଡା ମୁଣ୍ଡ ଗାଁ ରେ ୧୪ ଜଣ ଶିଶୁ ଓ ୩ ଜଣ ଗର୍ଭବତୀ ମହିଳା ମାନଙ୍କୁ ଗୋଟିଏ ଦିନ ରେ ଟୀକା ଦିଆ ଯାଇଥିଲା। ସେମାନଙ୍କ ମଧ୍ୟରୁ ଅନ୍ୟ କାହାକୁ କୈାଣସି ସମସ୍ୟା ହୋଇ ନାହିଁ। ଏଭଳି ସମଗ୍ର ଦେଶର ସମସ୍ତ ଶିଶୁ ଙ୍କୁ ଏକା ପ୍ରକାର ,ବୟସ ଅନୁସାରେ ଟୀକା ଦିଆ ଯାଇଛି। କିନ୍ତୁ ଏହି ଶିଶୁ ଟୀକା ନେବା ଦ୍ବାରା ମୃତ ହୋଇ ନାହିଁ। ଅନ୍ୟ କୈାଣସି କାରଣ ହୋଇ ପାରେ।

ତାକୁ ବ୍ୟବଛେଦ କଲା ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି ଡକ୍ଟର ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଶିଶୁ ର ମାଁ ସୁକାନ୍ତି ଗୈାଡ କହି ଛନ୍ତି ଯେ ଛୋଟ ଶିଶୁ ଏକା ସାଙ୍ଗରେ ତିନି ଟି ଇଞ୍ଜେକସନ ଦିଅନ୍ତୁ ନାହିଁ । କାଳେ ସ୍ବାସ୍ଥ୍ୟ ପୁଅ ର ସ୍ବାସ୍ଥ୍ୟ ଅସୁବିଧା ହେବ ବୋଲି ସ୍ବାସ୍ଥ୍ୟ କର୍ମୀ ଙ୍କୁ ମନା କରି ଥିଲେ। କିନ୍ତୁ ବୟସ ଅନୁସାରେ ଶିଶୁ ମାନଙ୍କୁ ତିନୋଟି ଟୀକା ଏକା ସାଙ୍ଗରେ ଦେବା ନିୟମ ରହିଛି। କୈଣସି ଅସୁବିଧା ହେବ ନାହିଁ ବୋଲି ସ୍ବାସ୍ଥ୍ୟ କର୍ମୀ କହିଥିଲେ,। ମୋ ଛୁଆ ଭଲ ଥିଲା, ଟୀକା ନେବା ରୁ ଯଦି ମୃତ୍ୟୁ ହୋଇ ନାହିଁ, ତେବେ କେଉଁ କାରଣରୁ ମୃତ୍ୟୁ ହେଲା ବୋଲି ପ୍ରଶ୍ନ କରିଛନ୍ତି।

ଦଶମନ୍ତପୁରରୁ ହାବିଲ ଡଙ୍ଗ୍ରିଙ୍କ ରିପୋର୍ଟ |

Related post

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ଫୋକସ ପ୍ଲସ(ଦଶମନ୍ତପୁର): ନିତିଦିନିଆ ଯାତାୟତ ପାଇଁ ଭଲ ରାସ୍ତା ଟିଏ ନାହିଁ କି ପିଇବା ଲାଗି ଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଯାହା ଦ୍ଵାରା ଗ୍ରାମ ବାସୀ…
ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ଫୋକସ ପ୍ଲସ(ରାଇରଙ୍ଗପୁର) : ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଂଚାୟତର ସିଜୁକଳା ଗାଁରେ |ବିଧବା ଆଦିବାସୀ ମହିଳା ହିସି ମାଝୀ ର ଦୁଃଖ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଫୋକସ ପ୍ଲସ(ବ୍ୟୁରୋ ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ…

Leave a Reply

Your email address will not be published. Required fields are marked *