ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର

ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର

ଫୋକସ ପ୍ଲସ(ବ୍ୟୁରୋ): ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ । ଇଣ୍ଡୋନେସିଆର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲିଟିଛି । ଏକ ବିଶାଳକାୟ ଅଜଗର ୫୪ ବର୍ଷୀୟ ମହିଳାଙ୍କୁ ଜୀଅନ୍ତା ଗିଳିଦେଇଛି । ମହିଳା ଜଣକ ଜଙ୍ଗଲକୁ ରବର ସଂଗ୍ରହ ପାଇଁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମହିଳାଙ୍କ ନିଖୋଜ ନେଇ ଥାନାରେ ମାମଲା ରୁଜୁ କରିଥିଲେ । ଶେଷରେ ସ୍ଥାନୀୟ ଲୋକେ ଖୋଜାଖୋଜି ବେଳେ ଏକ ୨୨ ଫୁଟର ବିଶାଳକାୟ ଅଜଗରକୁ ଦେଖିବାକୁ ପାଇଥିଲେ । ଅଜଗରର ପେଟ ଫୁଲିଥିବାରୁ ସେ ମହିଳାଙ୍କୁ ଜୀଅନ୍ତା ଗିଳିଥିବା ସନ୍ଦେହ କରିଥିଲେ । ଏହା ପରେ ଯେତେବେଳେ ଅଜଗରକୁ ପିଟିପିଟି ମାରିଦିଆଗଲା । ଏବଂ ପେଟ କାଟିବା ପରେ ମହିଳାଙ୍କ ମୃତ୍ୟ ଦେହ ଉଦ୍ଧାର ହୋଇଛି ।

Related post

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ଫୋକସ ପ୍ଲସ(ଦଶମନ୍ତପୁର): ନିତିଦିନିଆ ଯାତାୟତ ପାଇଁ ଭଲ ରାସ୍ତା ଟିଏ ନାହିଁ କି ପିଇବା ଲାଗି ଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଯାହା ଦ୍ଵାରା ଗ୍ରାମ ବାସୀ…
ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ଫୋକସ ପ୍ଲସ(ରାଇରଙ୍ଗପୁର) : ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଂଚାୟତର ସିଜୁକଳା ଗାଁରେ |ବିଧବା ଆଦିବାସୀ ମହିଳା ହିସି ମାଝୀ ର ଦୁଃଖ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଫୋକସ ପ୍ଲସ(ବ୍ୟୁରୋ ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ…

Leave a Reply

Your email address will not be published. Required fields are marked *