ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଫୋକସ ପ୍ଲସ 30/10/22(ତାଳଚେର): ହେ ଦଇବ କେବେ ମୋ ଦୁଃଖ ସରିବ ହେ ସରକାର ଆମ ବାପାଙ୍କୁ ଭଲ କରି ଦିଅ ଆମେ ଝିଅ ଛୁଆ କୁଆଡେ ଯିବୁ କଣ କରିବୁ କିଛି ବୁଦ୍ଧି ବାଟ ଦେଖା ଯାଉନି ଏମିତି ଆକୁଳ ନିବେଦନ କରୁଛନ୍ତି ଝିଅ ଛୁଆଟି ଆମ ବାପାଙ୍କୁ ବଞ୍ଚାଇ ଦିଅ…. ହଁ ଦର୍ଶକ ବନ୍ଧୁ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗ୍ରାମରେ । ଅଜଣା ରୋଗରେ ପୀଡିତ ହୋଇ ପରିବାରର ମୁଖ୍ୟ ୪୪ ବର୍ଷୀୟ ପଦିଆ ମହାପାତ୍ର ଏବେ ଶଯ୍ୟାଶାୟୀ ।କାମଧନ୍ଦା କରିବାକୁ ଅସମର୍ଥ , ଛଅ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ତାହାକୁ ନେଇ ଚିନ୍ତିତ ପଦିଆ ମହାପାତ୍ରଙ୍କ ସ୍ତ୍ରୀ… ପଦ୍ମିନୀ ମହାପାତ୍ର । ଏବେ ସାହାରା ସରକାର ଯୋଗାଉ ଥିବା ଏକ ଟଙ୍କିଆ ଚାଉଳ । ତେବେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଘରୁ ଚିକିତ୍ସା ପାଇଁ ମେଡ଼ିକାଲ ପର୍ଯ୍ୟନ୍ତ ବି ଯାଇ ପାରୁନାହାନ୍ତି ପଦିଆ ଙ୍କ ପରିବାର ।ସେ ନିଜର ଚିକିତ୍ସା କରାଇବାକୁ ସମ୍ପୂର୍ଣ୍ଣ ଅସମର୍ଥ l ସେପଟେ ତାଙ୍କର ୨୦ ବର୍ଷୀୟ ଝିଅଟି ବି ସ୍ନାୟୁ ଜନିତ ରୋଗରେ ପୀଡିତ ଅର୍ଥ ଅଭାବରୁ ତାଙ୍କର ବି ଚିକିତ୍ସା ହୋଇ ପାରୁ ନାହିଁ । ତାଙ୍କର ଏଭଳି ଦୁର୍ଦ୍ଦିନ ସମୟରେ ସରକାରୀ ସହାୟତା ସହ ବଦାନ୍ୟ ବ୍ୟକ୍ତି ବିଶେଷ, ଅନୁଷ୍ଠାନଗୁଡ଼ିକ ସହାୟତା ଯୋଗାଇ ଦେବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି l ତାଙ୍କୁ ସାହାଯ୍ୟ କରିବାପାଇ. ଆମ ଖବର ଦେଖିବା ପରେ ଯଦି କେହି ସହ ହୃଦୟ ବ୍ୟକ୍ତି ସାହାଯ୍ୟ ର ହାତ ବଢ଼ାଇବାକୁ ଚାହାଁନ୍ତି ତଳେ ଦିଆ ଯାଇଥିବା ଫୋନ ନଂ 9078480328 ନମ୍ବରରେ ଯୋଗାଯୋଗ କରିବା ସହ ତାଙ୍କ ଆକାଉଣ୍ଟ କୁ କିଛି ଅର୍ଥ ସାହାଯ୍ୟ କରିବା ପାଇଁ କରିଛନ୍ତି ଆକୁଳ ନିବେଦନ ତାଙ୍କ ଧର୍ମ ପତ୍ନୀ ।

PRADIP MAHAPATRA,

Punjab national Bank,

IFSC:PUNB0072320,

AC:0723010625227,

&
Name – Padmini mohapatra

Ac/no – 055034001000038

IFSC/No – 10BAOROGBOI

ODISHA GRAMYA BANK ,LANGIJODA ,TALCHER …

ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ..

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *