ପ୍ରକୃତିର କରାଳ ରୂପ ଶୀତର ଆରମ୍ଭରେ କୁହୁଡ଼ିର ତାଣ୍ଡବ

ପ୍ରକୃତିର କରାଳ ରୂପ ଶୀତର ଆରମ୍ଭରେ କୁହୁଡ଼ିର ତାଣ୍ଡବ

ଫୋକସ ପ୍ଲସ 30/10/22( ଲମତାପୁଟ ): ଶୀତ ଦିନ ଆସିଲେ ଲମତାପୁଟ ଅଞ୍ଚକରେ ଦେଖାଦେଇଥାଏ ପ୍ରକୃତି ରାଣୀର ଭିନ୍ନ ଏକ ରୂପ । ଶୀତର ଆରମ୍ଭ ହେଉ ହେଉ ଘନ କୁହୁଡ଼ିରେ ଘେରିରହିଛି ଲମତାପୁଟ ଅଞ୍ଚଳ । ସକାଳ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡି ଘେରି ରହୁଥିବା ଓ ପ୍ରକର ଶୀତ ଯୋଗୁଁ ଅଞ୍ଚଳ ବାସୀ ନିଜ କାର୍ଯ୍ୟ ଆରମ୍ଭ କରିବା, ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ହେଉ ବା ଗାଡି ମଟର ଚଳାଚଳ ପ୍ରତି ବାଧା ଦେଖା ଦେଉଛି । ଶୀତରେ ବୁଢ଼ାବୁଡି , ପିଲା ଛୁଆ ନିଆଁରେ ବସି ଶୀତ ର ମଜା ନେଉଥିଲା ବେଳେ ଯୁବ ପୀଢ଼ି ରାସ୍ତାରେ ବ୍ୟାୟାମ କରି ମଜା ନେଉଛନ୍ତି । ଘନ କୁହୁଡି ଘେରି ରହିଥିବା ଯୋଗୁଁ ଆଗକୁ ରାସ୍ତା ଦେଖା ଯାଉନଥିବାରୁ ଗାଡି ମଟର ଚାଳକ ଓ ପଥଚାରୀଙ୍କ ପାଇଁ ଅନେକ ବିପଦ ଦେଖାଦେଉଛି । ଚଳିତ ବର୍ଷ ଅତିଶୀଘ୍ର ପ୍ରୋଖର ଶୀତ ଆରମ୍ଭ ହୋଇ ଯାଇଥିବା ହେତୁ ଆଗକୁ ପନିପରିବା ଓ ଅନ୍ୟାନ୍ୟ ଚାଷ ପ୍ରତି ବିପଦ ରହିଥିବା ଆଶଙ୍କା ଦେଖା ଦେଉଥିବାର ଚିନ୍ତାରେ ଚାଷୀ ।

କୋରାପୁଟ ଜିଲ୍ଲା ଲମତାପୁଟ ରୁ ଗୋପୀନାଥ ହଞ୍ଜରିଆ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *