
ଚିଙ୍ଗୁଡ଼ି ମାଫିଆ ମାଲେ ମାଲ୍ ଚାଷୀ ବେହାଲ୍
- Breaking newsଅପରାଧଆଞ୍ଚଳିକକୃଷିଦେଶ ବିଦେଶବାଣିଜ୍ୟମହାନଗରରାଜ୍ୟସ୍ପେସିଆଲ ଷ୍ଟୋରି
- October 30, 2022
- No Comment
- 121
ଫୋକସ ପ୍ଲସ 30/10/22( କେନ୍ଦ୍ରାପଡ଼ା):
1- ଚିଙ୍ଗୁଡି ଘେରୀ ମାଫିଆଙ୍କ କବ୍ଜାରେ ସରକାରୀ ଓ ବେସରକାରି ଯାଗା |
2- ବେଆଇନ ଭାବେ ଚାଲିଛି ଚିଙ୍ଗୁଡି ମାଫିଆଙ୍କ ଚିଙ୍ଗୁଡ଼ି ଚାଷ |
3- ମାଫିଆ ମାନେ ମାନୁନାହାନ୍ତି ଉଚ୍ଚନ୍ୟାୟଳଙ୍କ ଆଦେଶକ |
4- କୋଟିପତି ହେବାର ଆଶାରେ ଭୂଲିଯାଉଛନ୍ତି ଆଇନ,କାନୁନ |
5- ପ୍ରଶାସନ ପାଖରେ ଗୁହାରି ଉପସ୍ଥାପନା କଲେ ସ୍ଥାନୀୟ କୃଷକ |
• କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଚିଙ୍ଗୁଡ଼ି ଚାଷ | ଚିଙ୍ଗୁଡ଼ି ମାଫିଆ ମାନେ ପ୍ରଶାସନ ନାକ ତଳେ ଖୁଲମ ଖୁଲା ବର୍ଷ ବର୍ଷ ଧରି ବେନିୟମ ଭାବେ କରୁଛନ୍ତି ଚିଙ୍ଗୁଡ଼ି ଚାଷ | ସୂଚନା ମୁତାବକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ବାରଗାଁ ଅଞ୍ଚଳର ଚାଷୀଙ୍କ ଚାଷ ଜମି ନୂଆଗାଁ ମୌଜାର ଡିଆରେ ରହିଅଛି ଯାହାକି ତ୍ରିକୋଣ ଭୂମିଏରିଆ | ପ୍ରାୟ ଦୁଇବର୍ଷ ହେବ ସେଠାରେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ବେନିୟମ ଭାବେ ହେକ୍ଟର ହେକ୍ଟର ଜମିରେ ଚିଙ୍ଗୁଡ଼ି ଚାଷ କରିବା ସହ ଚିଙ୍ଗୁଡ଼ି ଚାଷରେ ବ୍ୟବହାର ହେଉଥିବା କେମିକାଲ ପାଣିକୁ ପାଖରେ ଥିବା ନଦୀ ଓ ଚାଷ ଜମି ମଧ୍ୟକୁ ଛାଡୁଛନ୍ତି ଫଳରେ ଚାଷ ଜମିରେ କେମିକାଲ ପାଣି ମାଡି ଯିବାରୁ ଚାଷ ହୋଇ ଥିବ ଫସଲ ନଷ୍ଟ ହୋଇ ଯାଉଛି | ଚାଷୀ ମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମ୍ପୃକ୍ତ ବେଆଇନ ଚିଙ୍ଗୁଡ଼ି ଘେରିରୁ ଦୂଷିତ ପାଣି ଛଡା ଯାଉଛି ଯାହାଫଳରେ ଚଳିତ ବର୍ଷ ଚାଷୀମାନେ ନିଜର ଜମିରେ ଚାଷକରି ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି | ଅନ୍ୟପକ୍ଷେ ନିକଟରେ ଭିତରକନିକା ଅଞ୍ଚଳ ଥିବାରୁ ବିଷାକ୍ତ ପାଣି ନଦୀ ମଧ୍ୟଦେଇ ଭିତରକନିକା ମଧ୍ୟରେ ଥିବା ଜଙ୍ଗଲୀ ଯିବ ଯନ୍ତୁଙ୍କ ଉପର ହାନି କାରକ ହେବା ସହ ବେଆଇନ ଚିଙ୍ଗୁଡ଼ି ଘେରିକୁ ଲାଗିରହିଥିବା ଅନ୍ୟ ଏକ ଜଙ୍ଗଲ ଡିଆରେ କୁମ୍ଭୀର ଏବଂ ଅନ୍ୟାନ୍ୟ ଜଳଚର ପ୍ରାଣୀଙ୍କ ଉପରେ କୁ ପ୍ରଭାବ ପକାଇ ପରିବେଶକୁ ଦୁଷିତ କରୁଛି ବୋଲି ପରିବେଶ ବିତ୍ ମାନେ ମତପୋଷଣ କରିଛନ୍ତି।
ଏନେଇ ରାଜନଗର ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ତହସିଲଦାର ମୋହଦୟ ଆଗ୍ରହର ସହିତ ତଦନ୍ତ କରାଯାଇ ଆଇନ୍ ଅନୁଯାଇ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ପ୍ରତିଶୃତି ଦେଇଥିବା ବେଳେ ବ୍ଲକ ମତ୍ସ୍ୟବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେଠାରେ କାହାକୁ ଚିଙ୍ଗୁଡ଼ି ଘେରି କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି କହିଥିଲେ।
ତେବେ ଦେଖାଯାଉ କେବେ ପ୍ରଶାସନ ତରଫରୁ ବେଆଇନ ଚିଙ୍ଗୁଡି ଘେରିକୁ ଉଛେଦ କରାଯାଉଛି ଆଉ ଚାଷୀଙ୍କୁ ଚାଷ କରିବାର ସୁଯୋଗ ଦେବା ସହ ପରିବେଶକୁ ସୁରକ୍ଷା ଦିଆ ଯାଉଛି |
କେନ୍ଦ୍ରାପଡ଼ା ରାଜନଗର ରୁ କୁମାର ଅଜୟଙ୍କ ରିପୋର୍ଟ ଫୋକସ୍ ପ୍ଲସ୍