ଘଣ୍ଟାଟିଏ ପାଇଁ ଆସିଥିଲା ଦୁନିଆକୁ ଆଉ ଫୁଣି ଚାଲିଗଲା

ଘଣ୍ଟାଟିଏ ପାଇଁ ଆସିଥିଲା ଦୁନିଆକୁ ଆଉ ଫୁଣି ଚାଲିଗଲା

ଫୋକସ ପ୍ଲସ 30/10/22(ବ୍ୟୁରୋ): ରାଜସ୍ଥାନରେ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି ।
ରାଜ୍ୟର ବୁନ୍ଦି ଜିଲ୍ଲାରେ ଏକ ନବଜାତ ଶିଶୁକୁ ଧରି ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଶିଶୁଟି ଜନ୍ମ ହେବାର ପ୍ରାୟ ୧ ଘଣ୍ଟା ପରେ ପୁଣିଥରେ ଦୁନିଆରୁ ବିଦାୟ ନେଇଛି ।
ଏହି ଦୁର୍ଘଟଣାରେ ଶିଶୁର ମାଆ, ଜେଜେ ମାଆ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଦୁଇଟି କାର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।
ଏନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ପୋଲିସର ସୂଚନାନୁସାରେ, ବୁନ୍ଦି ଜିଲ୍ଲାର ହିନ୍ଦୌଲି ପୋଲିସ ଷ୍ଟେସନ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୨.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି ।
ଜାତୀୟ ରାଜପଥ ନମ୍ବର ୫୨ ର ଦେବକାକେଡା ଗ୍ରାମ ନିକଟରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହି ଦୁର୍ଘଟଣାରେ କାର ଡ୍ରାଇଭର ସମେତ ଦୁଇଜଣ ମହିଳା ଏବଂ ନବଜାତ ଶିଶୁର ମୃତ୍ୟୁ ଘଟିଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା
। ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା ।

Related post

ଶ୍ରୀରାମଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଶ୍ରୀରାମଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଫୋକସ ପ୍ଲସ(ବ୍ୟୁରୋ): . ମକର ସଂକ୍ରାନ୍ତି ଅବସରରେ ଅଭୟାରଣ୍ୟରେ ରାମ ଲାଲା ମୂର୍ତ୍ତି ସ୍ଥାପନ ପରେ ଜାନୁଆରୀ ୨୦୨୪ ରେ ଭକ୍ତମାନଙ୍କ ପାଇଁ ଅଯୋଧ୍ୟାରେ ଥିବା ରାମ ମନ୍ଦିର…

Leave a Reply

Your email address will not be published. Required fields are marked *