ଅଜଣା ଯୁବକକୁ  ଛୁରୀ ଭୂସୀ ନିର୍ମମ ହତ୍ୟା

ଅଜଣା ଯୁବକକୁ ଛୁରୀ ଭୂସୀ ନିର୍ମମ ହତ୍ୟା

ଫୋକସ ପ୍ଲସ 8/11/22 (ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଓଡିଶା ଓ ଝାଡ଼ଖଣ୍ଡ ବଡ଼ର ଝାଡ଼ବେଡା ଗାଁ ନିକଟରେ ଯୁବକକୁ ଛୁରୀ ଭୂଷି ବିଭତ୍ସ ହତ୍ୟା । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ କାରଣ ଖୋଜୁଛି ଯଶିପୁର ପୋଲିସ । ହତ୍ୟା ହଇଥିବା ଯୁବକର ପରିଚୟ ମିଳିପାରି ନଥିବା ବେଳେ ଘଟଣା ସ୍ଥାନରେ ଯଶିପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବାର ଦେଖିବାକୁ ମିଳିଛି ।
ଯୁବକକୁ ହତ୍ୟା କରିବାପରେ ମୁହଁରେ ଜ୍ୟାକେଟ ବାନ୍ଧି ଜଙ୍ଗଲବୁଦା ଭିତରକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଝାଳବେଡା ଗାଁବନ୍ଧ ନିକଟରେ , ଦୁର୍ବୃତ୍ତମାନେ ଯୁବକକୁ ହତ୍ୟା କରି ସାରିବା ପରେ ଏକ ଜ୍ୟାକେଟକୁ ମୁହଁରେ ବାନ୍ଧି ରକ୍ତ ଜୁଡୁବୁଡୁ ମୃତଦେହକୁ ଏକ ଜଙ୍ଗଲବୁଦା ଭିତରକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମୃତ ଯୁବକର ପରିଚୟ ମିଳିପାରି ନଥିବା ବେଳେ ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିଲେ ବି ଅଧିକ ତଦନ୍ତ ପାଇଁ ବାରିପଦା ରୁ ସାଇଣ୍ଟିଫିକ ଟିମ ଏବଂ ସାନ୍ଧାନୀ କୁକୁର ସାହାଯ୍ୟ ନେଇ ତଦ କରିବ ଜଶିପୁର ପୋଲିସ ତେବେ ବର୍ତ୍ତମାନ ଘଟଣା ସ୍ଥଳରେ କରଂଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଏବଂ ଜଶିପୁର ଥାନା ଅଧିକାରୀ ପହଞ୍ଚି ପ୍ରାଥମିକ ତଦନ୍ତ ଜାରିରଖିଥିବାର ସୂଚନା ।

ଠାକୁରମୁଣ୍ଡା ରୁ ବସନ୍ତ କୁମାର ସୋରେନ ଫୋକସ ପ୍ଲସ I

Related post

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ…

ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର ଆଉ…
ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଫୋକସ ପ୍ଲସ 5/3/2023(ନାଉଗାଁ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଗାରୋଇ ଗ୍ରାମର ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାପଡିଛି | ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି…

Leave a Reply

Your email address will not be published. Required fields are marked *