ଜବ କାର୍ଡ କରେଇଦେବା ନାମରେ ନେଲେ ଲୁଟି

ଜବ କାର୍ଡ କରେଇଦେବା ନାମରେ ନେଲେ ଲୁଟି

ଫୋକସ ପ୍ଲସ 13/11/22(କୋରେଇ): କୋରେଇ ବ୍ଲକ ତୁଳତୀ ପଞ୍ଚାୟତ ର କୋ ଗାଁ ଗ୍ରାମରେ ପଞ୍ଚାୟତ ର ସମିତି ସଭ୍ୟ ଶମ୍ବୁନାଥ ଯେନା ଓ କୋରେଇ ବ୍ଲକ ପିଅନ ଏକ ଅଭିନଵ ଉପାୟ ରେ ର କୋ ଗାଁ ଗ୍ରାମର ଲୋକ ମାନଙ୍କ ଠାରୁ ଠକି ନେଇଥିବା ଅଭିଯୋଗ ହୋଇଛି, ଗରିବ ଲୋକ ମାନଙ୍କୁ ଜବ କାର୍ଡ, ରେସନ କାର୍ଡ, ବିଧବା ଭତ୍ତା କରାଇ ଦେବା ନାଁ ରେ ଗ୍ରାମର କିଶୋର ସାହୁ,ପଦନ ଲେଙ୍କା, ରାଜୀବ ଲେଙ୍କା, ଶଶୀ ଭୂଷଣ ପଣ୍ଡା, ବନମାଳୀ ଓଝା, ଅନୁପମା ପଣ୍ଡା, ଦାମୟନ୍ତୀ ଦାସ ଆଦି ଅନେକ ଲୋକ ମାନଙ୍କ ଠାରୁ 500 ରୁ 1000 କରି ନେଇଥିବା ବେଳେ ଏହି ଖବର ତୁଳତୀ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଦିପ୍ତିମୟୀ କୁଂଆର ଜାଣିବା ପରେ ଏ ନେଇ ପଞ୍ଚାୟତ ପି ଇ ଓ କୁ ଜଣାଇ ଥିଲେ, ସେ ଜବ କାର୍ଡ କରିବା ପାଇଁ ସେମିତି କିଛି ପଇସା ନିଆଯିବାକୁ କାହାକୁ କୁହାଯାଇ ନାହିଁ ବୋଲି କହିଥଲେ I ପରେ ପରେ ସେ କୋରେଇ ବିଡ଼ିଓ କୁ ଏହି ବିଷୟ ରେ ଜଣାଇ ଥିଲେ, ବିଡ଼ିଓ ଙ୍କ କହିବା ମୁତାବକ ସରକାରୀ ଯୋଜନା ପାଇଁ ହିତାଧିକାରୀ ଙ୍କ ଠାରୁ କେହି ପଇସା ଆଦାୟ କରି ପାରିବେନି. ଯଦି ସେମିତି କିଛି ହୋଇ ଥାଏ ତେବେ ତୁମେ ଲୋକମାନଙ୍କୁ କୁହ ସେମାନେ ମୋତେ ଲିଖିତ ଜଣାଇଲେ ମୁଁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି Iଏ ନେଇ ଆମେ କୋରେଇ ବି ଡି ଓ ଙ୍କୁ ପଚାରିବାକୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା I

ମିଳିଥିବା ଖବର ଅନୁସାରେ ଆମେ ଖବର ସଂଗ୍ରହ କରୁଥିବା ଜାଣିପାରି ସମିତି ସଭ୍ୟ ଓ ବ୍ଲକ ପିଅନ ଲୋକ ମାନଙ୍କ ଠାରୁ ନେଇଥିବା ଟଙ୍କା କିଛି ଲୋକଙ୍କୁ ଫେରେଇଥିବା ଜଣା ପଡିଛି I
କୋରେଇ ରୁ ପ୍ରମୋଦ ପାତ୍ରଙ୍କ ରିପୋର୍ଟ I

 

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *