ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ଫୋକସ ପ୍ଲସ 14/11/22( ପଦ୍ମପୁର ): ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ବିଜେଡି ଦଳର ଅଙ୍କକଷା। ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜୁ ଜନତା ଦଳ। ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା ଭୋଟ୍ ହାତେଇବ ବୋଲି ଆକଳନ କରାଯାଉଛି। ତେବେ ବିଜେଡି ଆସନ୍ତା ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବ ବୋଲି ସୂଚନା ମିଳିଛି। ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଞ୍ଜନ ବଳିୟାର ସିଂହଙ୍କ ପୁଅକୁ ବାହା ହୋଇଛନ୍ତି ବର୍ଷା। ସୂଚନାନୁଯାୟୀ, ପଦ୍ମପୁର ନିର୍ବାଚନମଣ୍ଡଳୀ ଝାରବନ୍ଧ, ପାଇକମାଲ, ପଦ୍ମପୁର ବ୍ଲକର ୫୮ଟି ପଞ୍ଚାୟତ ଓ ପଦ୍ମପୁର ଏନଏସିକୁ ନେଇ ଗଠିତ । ଏଠାରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟ ରଂଜନ ସିଂହ ବରିହାଙ୍କର ଅକ୍ଟୋବର ୩ ତାରିଖରେ ପରଲୋକ ଘଟିଥିଲା। ଏହି ଆସନରେ ଆସନ୍ତା ଡିସେମ୍ଵର ୫ରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଵର୍ଗତ ବିଜୟ ରଂଜନ ସିଂହ ବରିହା ବିଂଝାଲ ସମ୍ପ୍ରଦାୟର ଥିଲେ । ତାଙ୍କ ପତ୍ନୀ ତିଳୋତ୍ତମା ଶବର ସମ୍ପ୍ରଦାୟର । ଏହି ଦୁଇ ଜାତି ବ୍ୟତୀତ ପଦ୍ମପୁରରେ କୁଲତା ସମାଜର ମଧ୍ୟ ଦବ୍‌ଦବା ରହିଛି । ତେଣୁ ଏହି ଜାତି ସମୀକରଣ ସହିତ ଅନୁକମ୍ପା ଭୋଟ୍‌କୁ ଦୃଷ୍ଟିରେ ରଖି ବିଜେଡ଼ି ପ୍ରାର୍ଥୀ ଚୟନ କରିଛି ବୋଲି କୁହାଯାଉଛି ।

Related post

ବିଯୁଜନତାଦଳ ର ଜନ ସଂପର୍କ ପଦଯାତ୍ରା

ବିଯୁଜନତାଦଳ ର ଜନ ସଂପର୍କ ପଦଯାତ୍ରା

ଫୋକସ ପ୍ଲସ 15/11/22( ଜେନାପୁର):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର 11ନମ୍ବରଜୋନ ର ବିଶାଳ ପଦଯାତ୍ରା ରେ ବିରୋଧୀ ଶିବିର ରେ କମ୍ପନ ସୃଷ୍ଟି। ଆଜି ସକାଳ ଆଠ ଘଟିକା…
ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଙ୍କ ପ୍ରତି  ଅଶାଳୀନ ମନ୍ତବ୍ୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ

ଫୋକସ ପ୍ଲସ 15/11/22(କେନ୍ଦ୍ରାପଡ଼ା ):ତୃଣମୂଳ କଂଗ୍ରେସ ନେତା ତଥା ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଅଖିଳ ଗିରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉଦ୍ଧେଶ୍ୟ ରେ ଦେଇଥିବା…
ଇଞ୍ଜେକ୍ସନ ପାଇବା ପରେ 6 ବର୍ଷର ବାଳକର ମୃତ୍ୟୁ ଘଟିଛି

ଇଞ୍ଜେକ୍ସନ ପାଇବା ପରେ 6 ବର୍ଷର ବାଳକର ମୃତ୍ୟୁ ଘଟିଛି

ଫୋକସ ପ୍ଲସ 8/11/22 (ବ୍ୟୁରୋ):ତାମିଲନାଡୁର ବିରୂଦନଗର ଜିଲ୍ଲାର ଏକ କ୍ଲିନିକରେ ଜ୍ୱର ପାଇଁ ଇଞ୍ଜେକ୍ସନ ଦେବା ପରେ ଜଣେ-ବର୍ଷର ବାଳକର ମୃତ୍ୟୁ ଘଟିଛି। ଏହି ଘଟଣାରେ ଏକ ନକଲି…

Leave a Reply

Your email address will not be published.