ସମସ୍ୟା ଘେରରେ ପଡ଼ିରହିଛନ୍ତି  ଗ୍ରାମ ବାସୀ।

ସମସ୍ୟା ଘେରରେ ପଡ଼ିରହିଛନ୍ତି ଗ୍ରାମ ବାସୀ।

ଫୋକସ ପ୍ଲସ 15/11/22( କଙ୍କଡ଼ାହାଡ଼ ):ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ପଡ଼ିରହିଛି ପାକଟମୁଣ୍ଡା ଗାଁ I ବାରମ୍ବାର ପ୍ରଶାସନ ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବିଭାଗୀୟ ଅଧିକାରୀ ମାନେ। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଏହି ଗାଁ ର ଲୋକେ ମାନେ। ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିଥିଲେ ମଧ୍ୟ ନା ହୋଇ ପାରିଲା ଗାଁ କୁ ଖଣ୍ଡିଏ ଭଲ ରାସ୍ତା। ପିଲାମାନେ ପଠା ପଢିବାକୁ ଯିବାକୁ ହେଲେ ପ୍ରଥମେ ଗୋଟିଏ ନାଳ ପଡ଼ିଥାଏ।ଗାଁ ରେ ଯେବେ ପ୍ରସୂତି ଗର୍ଭବତୀ ମା ଟିଏ ଗର୍ଭ ଯନ୍ତ୍ରଣା ଅନୁଭବ କରିଥାଏ I ସେତେବେଳେ ୧୦୮ ଆମ୍ବୁଲାନ୍ସ ଟିଏ ଲୋଡା ହୁଏ I କିନ୍ତୁ ଗାଁ କୁ ଆମ୍ବୁଲାନ୍ସ ଆସିବାକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ଫେରି ଯିବା ବଡ ବିଡମ୍ବନା ର ବିଷୟ। ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁ ର ଲୋକେ ପଞ୍ଚାୟତ ନିର୍ବାଚନ ସମୟରେ ସମସ୍ତ ଗାଁ ର ପ୍ରତେକ ସମସ୍ୟା କୁ ନେଇ ଭୋଟ ବର୍ଜନ କରିଥିଲେ। ଭୋଟ ବର୍ଜନ କରିବା ପରେ ଏବେବି ସେଇ ପୂର୍ବ ଭଳି ସମସ୍ୟା ଭିତରେ ପଡିରହିଛନ୍ତି। ବିଭାଗୀୟ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତା ମନ୍ତ୍ରୀ କୁ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ତାଙ୍କର ହିଁ ଅଭିଯୋଗ ରେ ରହିଯାଉଛି। ପିଲା ମାନଙ୍କ ପଢ଼ିବାରେ ଅସୁବିଧା ହେଉଥିବା ମଧ୍ୟ କହିଛନ୍ତି। ଗାଁ କୁ ଭଲ ରାସ୍ତା ନ ଥିବାବେଳେ ଗାଁ କୁ ସରକାରଙ୍କ ପକ୍ଷରୁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଆସୁଛି କେମିତି। ଗାଁ ର ଉନ୍ନତି ମୂଳ କାର୍ଯ୍ୟ ନ କରି ଏନଆରଯିଏଏସ କାର୍ଯ୍ୟକାରୀ ଧୋଳି ସାତ୍ କରୁଥିବା କିଛି ଠିକାଦାର ବ୍ୟକ୍ତିମାନଙ୍କ ଲମ୍ବା ଧାଡ଼ି ଲାଗିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଗ୍ରାମ ବାସୀ। ଗାଁ ର ସମସ୍ୟା କୁ ନେଇ ସମସ୍ତ ଗଣ ମାଧ୍ୟମରେ ପ୍ରକାଶ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ନ ହେଉଥିବା ଦେଖିବାକୁ ମିଳୁଛି। ତେବେ ଗାଁ କୁ ଭଲ ରାସ୍ତା ସାଙ୍ଗ କୁ ଖଣ୍ଡିଆ ହୋଇଥିବା ପୋଲ ଟିକୁ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଏବେ ଦାବି କରିଛନ୍ତି ।

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…
ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି,…

Leave a Reply

Your email address will not be published.