ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଙ୍କ ପ୍ରତି  ଅଶାଳୀନ ମନ୍ତବ୍ୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ

ଫୋକସ ପ୍ଲସ 15/11/22(କେନ୍ଦ୍ରାପଡ଼ା ):ତୃଣମୂଳ କଂଗ୍ରେସ ନେତା ତଥା ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଅଖିଳ ଗିରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉଦ୍ଧେଶ୍ୟ ରେ ଦେଇଥିବା ଆପତ୍ତି ଜନ କ ମନ୍ତବ୍ୟ ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଜେପି ତରଫରୁ ଆଳି ନୂଆ ବଜାରର ଦୁର୍ଗା ଛକ ଠାରେ ସହ ସହ ବିଜେପି କର୍ମୀ ଙ୍କ ଉପସ୍ଥିତି ରେ ପ୍ରତିବାଦ ସଭା ଓ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ରହି ମନ୍ତ୍ରୀ ଗିରୀଙ୍କୁ ସମାଲୋଚନା କରିବା ସହିତ ନିନ୍ଦା କରିଥିବା ଦେଖିବାକୁ ମିଳିଛି l ସେମାନଙ୍କ କହିବା ଅନୁସାରେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଓ ତିନି ସେନାର ପ୍ରମୁଖ l ପୁଣି ସେ ମହାମହିମ କେହି ନୁହନ୍ତି ସେ ହେଉଛନ୍ତି ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ l ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଅଖିଳ ଗିରୀ ରାଷ୍ଟ୍ରପତିଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ସଭାରେ ଅପମାନିତ କରିବାକୁ ହୀନ ପ୍ରୟାସ କରିଛନ୍ତି l ରାଷ୍ଟ୍ରର ମୁଖ୍ୟଙ୍କୁ ଏଭଳି ଅପମାନିତ କରିଥିବା ଟିଏମସି ନେତାଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହିତ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛି ବିଜେପି l ଏହି କାର୍ଯ୍ୟକ୍ରମରେ କନିକା ମାଟିର ଲଢୁଆ ନେତା ବୈକୁଣ୍ଠ ପରିଡାଇ I ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ସେଠି ଓ ବିଜେପି ନେତା ଭକ୍ତ ବନ୍ଧୁ ମିଶ୍ର ଉପସ୍ଥିତ ଥିଲେ |

Related post

ବିଯୁଜନତାଦଳ ର ଜନ ସଂପର୍କ ପଦଯାତ୍ରା

ବିଯୁଜନତାଦଳ ର ଜନ ସଂପର୍କ ପଦଯାତ୍ରା

ଫୋକସ ପ୍ଲସ 15/11/22( ଜେନାପୁର):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର 11ନମ୍ବରଜୋନ ର ବିଶାଳ ପଦଯାତ୍ରା ରେ ବିରୋଧୀ ଶିବିର ରେ କମ୍ପନ ସୃଷ୍ଟି। ଆଜି ସକାଳ ଆଠ ଘଟିକା…
ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ଫୋକସ ପ୍ଲସ 14/11/22( ପଦ୍ମପୁର ): ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ବିଜେଡି ଦଳର ଅଙ୍କକଷା। ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂହ…
ଇଞ୍ଜେକ୍ସନ ପାଇବା ପରେ 6 ବର୍ଷର ବାଳକର ମୃତ୍ୟୁ ଘଟିଛି

ଇଞ୍ଜେକ୍ସନ ପାଇବା ପରେ 6 ବର୍ଷର ବାଳକର ମୃତ୍ୟୁ ଘଟିଛି

ଫୋକସ ପ୍ଲସ 8/11/22 (ବ୍ୟୁରୋ):ତାମିଲନାଡୁର ବିରୂଦନଗର ଜିଲ୍ଲାର ଏକ କ୍ଲିନିକରେ ଜ୍ୱର ପାଇଁ ଇଞ୍ଜେକ୍ସନ ଦେବା ପରେ ଜଣେ-ବର୍ଷର ବାଳକର ମୃତ୍ୟୁ ଘଟିଛି। ଏହି ଘଟଣାରେ ଏକ ନକଲି…

Leave a Reply

Your email address will not be published.