ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରହିଙ୍କ ମୃତ୍ୟୁ I

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରହିଙ୍କ ମୃତ୍ୟୁ I

ଫୋକସ ପ୍ଲସ 21/11/22 (ଠାକୁରମୁଣ୍ଡା ):୫୩ ନମ୍ବର ରାଜ୍ୟ ରାଜପଥର ସୁନାରୀପୋଷି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ବାଇକ ଉପରେ ଚଢିଗୋଲା ସିମେଣ୍ଟ ଵୋଝେଇ ଟ୍ରକ ଜଣେ ମୃତ୍ୟୁ ଜଣେ ଗୁରୁତର । ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତାର ସୁନାରୀପୋଷି ନିକଟରୁ । ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ମୋଟର ସାଇକେଲକୁ ଧକ୍କାଦେଇ ବାଇକ ଉପରେ ଚଢ଼ିଯିବା ପରେ ଟ୍ରକଟି ଓଲଟି ପଡିବା ଫଳରେ ବାଇକ ଆରହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଡି ହେଳ୍ପର ଆହତ ହଇଥିବା ସୂଚନା l ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଯୁବକ ଜଣକ ବହ୍ମ୍ରପୁର ମେଡିକାଲ କଲେଜ ୪ର୍ଥ ବର୍ଷ ଛାତ୍ର I ଘର କେନ୍ଦୁଝର ଜିଲ୍ଲା ସାହାପଡା ବ୍ଲକ ବାଇକଳା ଗାଁ ର ସୁରେଶ ଚନ୍ଦ୍ର ସେନାପତି ଙ୍କ ପୁଅ ବେଦ ମୋହନ ସେନାପତି (୨୬) ବୋଲି ଜଣାପଡିଛି l ଟ୍ରକଟି ପ୍ରଥମେ କେନ୍ଦୁମୁଣ୍ଡି – ଅସନବଣୀ ଘାଟିରେ ଠାକୁରମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ମୋଟର ସାଇକେଲରେ ଆସୁଥିବା ବେଳେ ଧକ୍କା ଦେଇଥିଲା l ସେମାନେ ଏଥିରେ ଆହତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶଯେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଣ୍ଡଳ ସ୍ତ୍ରୀ ଓ ଝିଅ ସହ ମୋଟର ସାଇକେଲ ଯୋଗେ କରଞ୍ଜିଆରୁ ଠାକୁରମୁଣ୍ଡା ଆସୁଥିଲେ l ସନ୍ଧ୍ୟା ସମୟରେ କେନ୍ଦୁମୁଣ୍ଡି ଘାଟି ନିକଟରେ ସିମେଣ୍ଟ ବୋଝେଇଟ୍ରକ ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଖସିଆସୁଥିବା ବେଳେ ସୁନାରିପୋଷୀ ନିକଟରେ ଆଉ ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ବାଇକଉପରେ ଓଲଟି ପଡିଛି l ସିମେଣ୍ଟ ବୋଝେଇ ଟ୍ରକ ନଂ (JH06 H 0510) ଝିଙ୍କପାଣିରୁ ଆସୁଥିବା ଜଣାପଡିଛି l ବାଇକଟି ଟ୍ରକ ତଳେ ଚାପି ହୋଇ ରହିଥିବା ଜଣାପଡିଛି l ମୃତ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ତେବେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ମୃତ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଟ୍ରକଚକା ମାଡିଯଇଥିବା ଯୋଗୁଁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା l ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲପରକୁ ଗାଡି ଭିତରୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ହେଲପରର ହାତ ଚିରି ଯାଇଥିବା ଏବଂ ମୁଣ୍ଡ ଫାଟିଥିବା ଜଣାପଡିଛି l ଘଟଣା ସ୍ଥଳରେ ଠାକୁରମୁଣ୍ଡାପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Related post

ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ବନ କର୍ମଚାରୀ ଙ୍କୁ ବାଡେଇ ଲହୁ ଲୁହାଣ।

ବନ କର୍ମଚାରୀ ଙ୍କୁ ବାଡେଇ ଲହୁ ଲୁହାଣ।

ଫୋକସ ପ୍ଲସ 29/11/22 (ଠାକୁରମୁଣ୍ଡା):ବନ୍ୟଜନ୍ତୁ ଶିକାରର ଖବର ପାଇ ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏଦେଲବେଡା ଗ୍ରାମରେ ଗତକାଲି ରାତିରେ ଘରେ ଘରେ ପଶି କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ…
ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ

ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ

ଫୋକସ ପ୍ଲସ 29/11/22 (ଉଦଳା): ଯୁବକ ଘଟାଇଲେ ନାରକୀୟ କାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀଙ୍କ ଘରେ ନିଆଁ ଲଗାଇଦେଲେ ଯୁବକ। ଘରେ ଶୋଇଥିବା ବେଳେ ନିଆଁ…

Leave a Reply

Your email address will not be published.