ସରକାର ଶୁଣନ୍ତୁ ବାର ଗାଁ ବାସୀଙ୍କ ଦୁଃଖ |

ସରକାର ଶୁଣନ୍ତୁ ବାର ଗାଁ ବାସୀଙ୍କ ଦୁଃଖ |

ଫୋକସ ପ୍ଲସ 23/11/22 (ରାଜନଗର ):ବାରଗାଁ ବଞ୍ଚାଅ ଅଭିଯାନ ସରକାର ଚାହିଁଲେ ବଞ୍ଚିବ ବାର ଗାଁ । କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତର ଇଷ୍ଟଦେବୀ ମା ମାଟିଆ ମଙ୍ଗଳା ପିଠ ବାର ଗୋଟି ଗାଁ ମଧ୍ୟରେ ଅବସ୍ଥିତ ଯଥା ମଙ୍ଗଳପୂର,ମାଟିଆ,ନୂଆଗାଁ,ଦକ୍ଷିଣଭେଡା,ଯେଉଁଳା,ଝାଡ଼କଟା,ଲୋକନାଥପ୍ରସାଦ,କୁସୁନପୂର,ଇଚ୍ଛାପୁର,ବେଢୁଆଁକୋଲା,ଢୋଲମରା,ଗୋପୀନାଥପୂର ବ୍ରାହ୍ମଣୀ ନଦୀର ଅନତି ଦୂରରେ ଅବସ୍ଥିତ ଥିଲା। ବ୍ରାହ୍ମଣୀ ନଦୀର ପ୍ରାଦୁର୍ଭାବରେ ମା ଙ୍କ ମନ୍ଦିର ସମେତ ବାର ଗୋଟି ଗ୍ରାମ ମଧ୍ୟରୁ ପ୍ରାୟ ଛଅ ଗୋଟି ଗ୍ରାମ I 1982ମସିହାରୁ ନଦୀ ଗର୍ଭରେ ଧୀରେ ଧୀରେ ଲୀନ ହୋଇ ଆସୁଥିବା ବେଳେ ଏବେ ବଳକା ଥିବା ଗ୍ରାମ ଗୁଡିକ ସୁରକ୍ଷା ଅଭାବରୁ ନଦୀ ଗର୍ଭରେ ଲିନ ହେବାକୁ ବସିଲାଣି I ଯାହାକୁ ନେଇ ଏବେ ଶଙ୍କଟରେ ବାର ଗାଁ ବାସୀ। ସେଥି ପାଇଁ ଅଭିରାମ ରାଉଳ ଓ ହେମନ୍ତ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଅଞ୍ଚଳ ବାସିଙ୍କ ଉପସ୍ଥିତରେ ବାରଗାଁ ବଞ୍ଚାଅ ଅଭିଯାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ବାର ଗାଁ ମା ମାଟିଆ ମଙ୍ଗଳା ଯୁବ ପରିଷଦର ସଦସ୍ୟଙ୍କ ସମେତ ସତାଧିକ ଅଞ୍ଚଳ ବାସି ଓ ବାରଗାଁ ବଞ୍ଚାଅ ଅଭିଯାନ କମିଟିର ବୟୋଜ୍ୟେଷ୍ଠ ମୁରବୀ ମାନେ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ 1982ମସିହା ଠାରୁ ଏପରି ନଦୀଗ୍ରାସ ହୋଇଆସୁଥିବା ନେଇ ତତ୍କାଳୀନ ମନ୍ତ୍ରୀ ନୀରଞ୍ଜନ ପଟ୍ଟନାୟକ,ବାସୁଦେବ ମହାପାତ୍ରଙ୍କ ସମୟରେ ସୁରକ୍ଷାର ବ୍ୟବସ୍ତା କରାଯାଇଥିଲେ ମଧ୍ୟ ସେତେଟା ଗୁରୁତର ସହ ହୋଇନଥିଲା । 2004ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆସିଥିବା ବେଳେ ମନ୍ତ୍ରୀ ନଳିନୀ କାନ୍ତ ମହାନ୍ତିଙ୍କ ଦ୍ବାରା ୮ କୋଟି ଟଙ୍କା ବ୍ୟରେ ପଥର ସ୍ପର କରାଗଲା ସତ I କିନ୍ତୁ ତାହା ନିମ୍ନମାନର ହୋଇଥିବାରୁ ପଥର ଖଣ୍ଡେ ମଧ୍ୟ ରହି ପାରିଲା ନାହିଁ। ଫଳରେ ପୂର୍ବପରି ଗ୍ରାମଗୁଡିକକୁ ନଦୀ ଗ୍ରାସକରିବା ସହ ଧନଜୀବନ ନଷ୍ଟ ହେବାକୁ ଯାଉଛି।  ସେଥିପାଇଁ ଆମ ଗ୍ରାମ ତଥା ଭବିଷ୍ୟତରେ ଅନେକ ଗ୍ରାମ ନଦୀ ଗର୍ଭରେ ଲିନ ହେବା ପୂର୍ବରୁ ତାର ସୁରକ୍ଷା ନିମନ୍ତେ ବାରଗାଁ ବଞ୍ଚାଅ ଅଭିଯାନ ଟିକୁ ଜାରିରଖିବୁ। ସରକାର ଏଥିରେ ଯଦି କୌଣସି ସୁବ୍ୟବସ୍ତା ନ କରନ୍ତି ତେବେ ଆଗାମୀ ଦିନରେ ବାର ଗାଁ ବଞ୍ଚାଅ ଅଭିଯାନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଜଣ ସାଧାରଣ ମତବ୍ୟକ୍ତ କରିଛନ୍ତି |

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…
ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି,…

Leave a Reply

Your email address will not be published.