ଶାଶୁଙ୍କ ଗଳା କାଟି ହତ୍ୟା କଲା ଜ୍ବାଇଁ ।

ଶାଶୁଙ୍କ ଗଳା କାଟି ହତ୍ୟା କଲା ଜ୍ବାଇଁ ।

ଫୋକସ ପ୍ଲସ 24/11/22 (ରାୟଗଡ଼ା):ରାୟଗଡ଼ା ସହରର ଗୌତମ ନଗରରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ମଦ ନିଶାରେ ନିଜ ଶାଶୁର ଗଳା କାଟି ହତ୍ୟା କଲା ଜ୍ବାଇଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ହତ୍ୟାର ଶିକାର ମହିଳା ଜଣକ ହେଲେ ଗଙ୍ଗାମା ଗରଡିଆ (୫୧) ଓ ତାଙ୍କର ନିଜ ଘର କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କସ୍କାଡାଙ୍ଗ ଗ୍ରାମରେ। କିଛି ଦିନ ହେବ ରାୟଗଡ଼ା ସହରର ଗୌତମ ନଗରରେ ଏକ ଭଡାଘରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗଙ୍ଗାମାଙ୍କ ସାନ ଝିଅଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ବଡମଟକାବାଡି ଗ୍ରାମର ନବୀନ କନ୍ଧପାଣି ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗୁଥିଲା। ନବୀନ ମଦ ପିଇ ପତ୍ନୀକୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଥିଲା। ତେବେ ଗତକାଲି ନବୀନ ରାୟଗଡ଼ା ଆସି ଶାଶୁ ଘରେ ରହିଥିଲେ। ଆଜି ଅପରାହ୍ନରେ ପୁଣି ମଦ୍ୟପାନ କରି ଘରକୁ ଆସି ଶାଶୁ ଓ ପତ୍ନୀ ସହିତ ଝଗଡ଼ା କରିଥିଲେ। ତେବେ ନିଶାଶକ୍ତ ଅବସ୍ଥାରେ ସେ ଏକ ଛୁରି ଆଣି ଶାଶୁଙ୍କ ଗଳା କାଟିବା ସହ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶାଶୁ ଗଙ୍ଗାମାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ରାୟଗଡ଼ା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ତେବେ ହତ୍ୟାକାଣ୍ଡ ଭିଆଇଥିବା ଜ୍ବାଇଁ ନବୀନ କନ୍ଧପାଣି ଫେରାର ହୋଇଯାଇଛି।

Related post

ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ବନ କର୍ମଚାରୀ ଙ୍କୁ ବାଡେଇ ଲହୁ ଲୁହାଣ।

ବନ କର୍ମଚାରୀ ଙ୍କୁ ବାଡେଇ ଲହୁ ଲୁହାଣ।

ଫୋକସ ପ୍ଲସ 29/11/22 (ଠାକୁରମୁଣ୍ଡା):ବନ୍ୟଜନ୍ତୁ ଶିକାରର ଖବର ପାଇ ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏଦେଲବେଡା ଗ୍ରାମରେ ଗତକାଲି ରାତିରେ ଘରେ ଘରେ ପଶି କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ…
ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ

ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ

ଫୋକସ ପ୍ଲସ 29/11/22 (ଉଦଳା): ଯୁବକ ଘଟାଇଲେ ନାରକୀୟ କାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀଙ୍କ ଘରେ ନିଆଁ ଲଗାଇଦେଲେ ଯୁବକ। ଘରେ ଶୋଇଥିବା ବେଳେ ନିଆଁ…

Leave a Reply

Your email address will not be published.