ଟିଟୁନୁଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ I

ଟିଟୁନୁଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ I

ଫୋକସ ପ୍ଲସ 24/11/22 (କଙ୍କଡ଼ାହାଡ଼ ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଞ୍ଚାୟତ ର ପଦି ନାଏକଙ୍କ ପୁଅ ଟିଟୁନୁ ନାଏକଙ୍କ କ୍ଷେତ୍ରରେ ଅର୍ଥ ସାଜିଛି ବାଧକ I ଅର୍ଥ ଅଭାବରୁ ଏବେ ଶଯ୍ୟାଶାୟୀ। ଆଜକୁ ପ୍ରାୟ ୨୦ ଦିନ ହେବ ହଟାତ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜ ପରିବାରକୁ କହିଥିଲେ । ପରିବାରଙ୍କୁ ପେଟର ଯନ୍ତ୍ରଣା ହେବା କଥା କହିବା ପରେ I ପରିବାର ଲୋକେ ସଙ୍ଗେ ସଙ୍ଗେ କାମାକ୍ଷାନଗର ମେଡ଼ିକାଲ କୁ ନେଇଥିଲେ। ସେଠାକୁ ନେବାପରେ ଡାକ୍ତର ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟ କୁ ନେବାକୁ କହିଥିଲେ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ବସ୍ତା ପରଖି I ପ୍ରଥମେ ସାଲାଇନୀ ଦୁଇଟି ଦେଇଥିଲେ। ସାଲାଇନୀ ଦେବାପରେ ତାଙ୍କୁ ଟିକେ ଭଲ ଲାଗିବାରୁ ଘରକୁ ଯିବାକୁ ଡାକ୍ତର କହିଥିଲେ। ଟିଟୁନୁ ଘରକୁ ଆସିବା ପରେ ଦେହ ତାଙ୍କର ଧିରେ ଧିରେ ଅଧିକ ଅସୁସ୍ଥ ହେବାକୁ ଲାଗିଲା। ଅସୁସ୍ଥ ହେବାପରେ ଏବେ ସେ ଚଲା ବୁଲା କରିବାକୁ ତାଙ୍କ ପକ୍ଷେ ଅସମର୍ଥ ହୋଇପଡିଛି। ଟିଟୁନୁ ଙ୍କ ବାପା ପରିବାର ର ସମସ୍ତଙ୍କୁ କିଛି ବର୍ଷ ହେଲା ଛାଡ଼ି ଆରପାରିକୁ ଚାଲିଗଲେ । ପାଖରେ ତାଙ୍କର ବିଧବା ବୃଦ୍ଧା ମା ଟିଏ । ବିଧବା ମା ପୁଅର ଖୁସି ପାଇଁ ପୁଅକୁ ବିବାହ କରିଥିଲେ। ଟିଟୁନୁ ର ମଧ୍ୟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବାବେଳେ ନିଜ ସ୍ତ୍ରୀ କଥା ବାର୍ତ୍ତା ଶୁଣି ପାରୁନଥିବା ଦେଖିବାକୁ ମିଳିଛି। ବିବାହର କିଛି ବର୍ଷ ବେସ୍ ଭଲରେ ଚାଲିଥିବା ବେଳେ ଭଗବାନ ତାଙ୍କ ଶୁଖ କୁ ସହି ପାରିଲେ ନାହିଁ। ବିଧବା ମା ଏବେ କୁହ ଭରା କଣ୍ଠ ରେ ପୁଅର ଜୀବନ କୁ ବଞ୍ଚେଇବାକୁ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି ଏବଂ ଟିଟୁନୁ ନିଜେ ମଧ୍ୟ ନିଜର ଜୀବନକୁ ବଞ୍ଚେଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭଲ ମେଡିକାଲ ଦେଖେଇବାକୁ ହେଲେ ପାଖରେ ଟଙ୍କା ଟିଏ ଦେଖିବା ତାଙ୍କ ପକ୍ଷ ଅସମ୍ଭବ। ଘରର ରୋଜଗାରିଆ ଭେଣ୍ଡା ପୁଅ ଏବେ ଶଯ୍ୟାଶାୟୀ I ଟଙ୍କା ଟିଏ ବା ଆସିବ କେଉଁଠୁ? ତେବେ ଏମିତି ଅବସ୍ଥାରେ ରହୁଥିବା ଏହି ପରିବାର ମୁଖ୍ୟ ଟିଟୁନୁ ନାଏକ ଙ୍କୁ ମେଡିକାଲ ନେଇ ତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏବେ ଅଞ୍ଚଳ ବାସୀ ପ୍ରଶାସନ କୁ ନିବେଦ

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…
ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି,…

Leave a Reply

Your email address will not be published.