କାଦୁଅ ପଚପଚ ବିଦ୍ୟାଳୟ ରାସ୍ତା।

କାଦୁଅ ପଚପଚ ବିଦ୍ୟାଳୟ ରାସ୍ତା।

ଫୋକସ ପ୍ଲସ 25/11/22 (ତେନ୍ତୁଳିଖୁଣ୍ଟି): ସରକାରଙ୍କ ମାଳ ମାଳ ଜୋଯନା ମାରିଛି ଫେଲ।ମାଳ ମାଳ ଜୋଯନା ନାମ କୁ ମାତ୍ର।ଗରିବ ଲୋକଙ୍କୁ ଠକିବାକୁ ସରକାରି କର୍ମଚାରୀ ଭଲ ଭାବରେ ଜାଣୀଛନ୍ତି। ଆମେ ଏଥିପାଇଁ କହୁଛୁ ଯେ ଏଠାରେ ଜଳଜଳ ହୋଇ ଦେଖାଯାଊଛି ବାସ୍ତବ ଚିତ୍ର।କାଦୁଅରେ ରାସ୍ତା ପୁରା ବେହାଲ।ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମା ପଞ୍ଚାୟତ ଚିତ୍ରକୋଟ ଗ୍ରାମ ଠାରେ।କାଦୁଅ ଦେଖି ଆପଣ ମାନେ ଭାବୁଥିବେ ଯେ ଏଠାରେ ଚାଷ କରିବା କୁ ଏଭଳି କାଦୁଅ କରାଯାଇଥିବ। କିନ୍ତୁ ଆପଣ ମାନେ ଭାବିବା ସଂପୂର୍ଣ ଭୁଲ୍।ଏଠାରେ ନଳକୁପର ବଜ୍ୟ ପାଣି ଜିବାକୁ ରାସ୍ତା ନାହିଁ।ସେଥିପାଇଁ ଏଠାରେ ଛୋଟ ଛୋଟ ପଖରି ତିଆରି ହବା ସହ କାଦୁଅ ରେ ପଚପଚ ଥାଏ ରାସ୍ତା।ଲୋକମାନେ ଚାଲି ଯିବା କୁ ନାହିଁ ନଥିବା ଅସୁବିଧା ହୋଉଛନ୍ତି।ଏଠା ରେ ଯେମିତି କାଦୁଅ ଅଛି ଲୋକମାନଙ୍କ ମନ ଭିତରେ ଏକ ଭୟ ସୃଷ୍ଟି କରିଛି।ଏଠାରେ କାଦୁଅ ହବା କାରଣ ରୁ ମଶା ମାଛି ପ୍ରବଳ ଓ ମେଲେରିଆ ଝାଡ଼ାବାନ୍ତି ଏମିତି ମାରାତ୍ମକ ରୋଗ ହେବାର ବୁହୁତ ସମ୍ବାଭନା ଅଛି। ସାମ୍ନାରେ ଏକ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ଏହି ରାସ୍ତା ଦେଇ ପିଲା ମାନେ ପାଠ ପଢିବା ପାଇଁ ଯାଆନ୍ତି।ପିଲା ମାନେ ବିଦ୍ୟାଳୟ କୁ ଯିବା ସମୟରେ ତାଙ୍କର ବହି ଖାତାବି ପଡ଼ିଯାଇଥାଏ।ଏହାହିଁ ଏକ ପ୍ରସ୍ନବାଚି ସୃଷ୍ଟି କରେ।ଯେ ପିଲାଙ୍କ ପଡ଼ିବା ରାସ୍ତା ଏଭଳି ହୋଇଥାଏ ତ ଆମ ଓଡ଼ିଶା କିଭଳି ବଦଳିବ?ଭୋଟ ସମୟରେ ବହୁ ରାଜନେତା ଓ ଗୁଲାମ କରୁଥିବା କିଛି ଖୁଜିନେତା ଭୋଟପାଇ ମାଳମାଳ ପ୍ରତିସ୍ତୁତି ଦିଅନ୍ତି।କିନ୍ତୁ ବାସ୍ତବରେ କିଛିନାହିଁ।ଏଠାରେ ଆମେ ପଚାରି ବାକୁ ଚାହୁଁଛୁ। ଯେ ଆପଣ ମାନେ ଭୋଟ ସମୟରେ ଯେତେ ପ୍ରତିସ୍ତୁତି ଦିଅନ୍ତି ତାହାକୁ କଣ ପୁରଣକରନ୍ତି କି? ଭୋଟ ମାଗିଲା ସମୟରେ ଯେତେ ସବୁ ଦଳର ନେତା ମାନେ ମାଈକି ବାନ୍ଧି ରାସ୍ତା ଦେବୁ ଘରଦେବୁ ଓ ଗାଁକୁ ସଫା ରଖିବୁ ଏତେ ପ୍ରତିସ୍ତୁତି ଦେଇ ଭୋଟ ମାଗି ଶେଷରେ ଆଉ ଆପଣମାନେ ଜନତାଙ୍କୁ ଏଡେଇ ଦିଅନ୍ତି ତାହାକଣ ଠିକ୍?ଏହି ଖବର ପ୍ରସାରିତ ହେଲାପରେ ବ୍ଳକର କର୍ମଚାରି ଓ ନେତାଙ୍କ ଆଖି କେବେ ଜନତାଙ୍କ ଉପରେ ଦେଖାଯିବ ତାହା ଦେଖିବାକୁ ବାକି ରହିଲା।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *