ତହସିଲଦାର ଚୁପ କାହିଁକି ?

ତହସିଲଦାର ଚୁପ କାହିଁକି ?

ଫୋକସ ପ୍ଲସ 28/11/22 ( ବିଂଝାରପୁର ): କାହା ସ୍ୱାର୍ଥ ରେ ଖରସ୍ରୋତା ନଦୀ।ଜନତା ଙ୍କ ସ୍ୱାର୍ଥ କୁ ଦିନ ଦୁଇପହର ରେ ନିଲାମ।ରାଜସ୍ବ ବିଭାଗ କୁ ଖୋଲା ଖୋଲି ଚ୍ୟାଲେଞ୍ଜ ସବୁ ଜାଣି ଅନ୍ଧ ଧୂତ ରାଷ୍ଟ୍ର ସାଜିଛନ୍ତି ବିଂଝାରପୁର ତହସିଲଦାର। ଦେଖିବା ଆଉ ତଦନ୍ତ କରିବା ଆଳ ଦେଖାଇ ଚଢ଼ାଉ କରିବା ବଦଳ ରେ ଓଲଟି ବାଲି ଓ ମାଟି ମାଫିଆ ଙ୍କୁ ସୁରକ୍ଷା ଯୋଗାଉଛନ୍ତି ଏଠି ତହସିଲଦାର। ତେବେ ଥରେ ନଜର ପକାନ୍ତୁ କିପରି ପ୍ରସାସନ ଯୋଗାଉଛି ସୁରକ୍ଷା ।ବଗମରା ରୁ ସିଂହପୁର କୁ ଯାଇଥିବା ଖରସ୍ରୋତା ନଦୀ ପଠା Iମେସିନ ସାହାଯ୍ୟରେ ନଦୀ ବନ୍ଧ କଡ଼ରୁ ଉଠା ଯାଉଛି ହଜାର ହଜାର ଟ୍ରିପ ମାଟି। ଆଖି ଥାଇବି ଏଠି ଅନ୍ଧ ବିଂଝାରପୁର ତହସିଲଦାର।ତହସିଲ କାର୍ଯ୍ୟାଳୟ ର ଆଖି ଆଗରେ। ଖୋଲା ଚ୍ୟାଲେଞ୍ଜ ଦେଇ ନଦୀ ପଠାକୁ ଖୋଳି ଦେଲେ ବାଲି ଓ ମାଟି ର ମୁନାଫା ଖୋର ଦଲାଲ। ତହସିଲଦାର ଙ୍କ ଆଖି ବନ୍ଦ ଆଉ ପାଟି ଚୁପ। କେମିତି ଜାଣି ପାରିଲେ ନାହିଁ ତହସିଲଦାର ସଇଦପୁର ପଂଚାୟତ ରେ ଥିବା ପଠାନ ମହଲା ର ଦୁର୍ଶ୍ୟ।ନଦୀ ପଠା ର ଗର୍ଭ କୁ ତାଢ଼ି ଚଳାଇଛନ୍ତି ବେଧଡ଼କ ଇଟା ବେପାର। ପୁଣି ଥାନା ଆଉ ଆର. ଆଇ କାର୍ଯ୍ୟାଳୟ ର ଆଖିଆଗରେ।ବିଂଝାରପୁର ତହସିଲ ସୋଇଛି ନିଘୋଡ଼ ନିଦରେ।ଗୁହାଳି ଠାରେ ଉଠାଯାଉଛି ହଜାର ହଜାର ଟ୍ରିପ ବେଆଇନ ବାଲି। ଆଉ ଏ ସବୁ ର ଅଭିଯୋଗ ଥାଇବି କାର୍ଯ୍ୟନୁଷ୍ଠନ ସୂନ ହେବନି ବା କେମିତି। ରାଜସ୍ୱ ବିଭାଗ ର ମନ୍ତ୍ରୀଙ୍କ ନିଜ ବ୍ଲକ ରେ ରାଜସ୍ୱ ଅଧିକାରୀ ନଥିବା ନେଇ ଉଠିଛି ଏବେ ବଡ଼ପ୍ରଶ୍ନ। ଜଣେ ମହିଳା ଅଧିକାରୀଣି ଙ୍କୁ ଦିଆ ଯାଇଛି ଦୁଇ ଦୁଇଟି ଦାଇତ୍ୱ। କହିବା କୁ ଗଲେ ବିଡ଼ିଓ ମିନତୀ ଜଗଦେଵ ଙ୍କୁ ମିଳିଛି ତହସିଲଦାର ଦାଇତ୍ୱ। ଆଉ ଯାହାଙ୍କ ସମୟ ରେ ବିଂଝାରପୁର ବ୍ଲକ ରେ ଦୁର୍ନୀତି ର ଗୋଟିଏ ନୂଆ ପୃଷ୍ଠା ଏବେ ଓଡିଶା ର ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ।ରାଜସ୍ୱ ବିଭାଗ ରହିଛି ମଫିଆ ଙ୍କ ହାତରେ। ଜନତା ଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ମାଫିଆ ଓ ରାଜସ୍ୱ ଯେଉଁଭଳି ଖରସ୍ରୋତା ନଦୀ ପଠା ନିଜ ଅକ୍ତିଆର ରେ ରଖି ଲୁଟିବାରେ ପଛାଉ ନାହାନ୍ତି ଆଗାମୀ ଦିନରେ ଖରସ୍ରୋତା ବିଂଝାରପୁର ପାଇଁ ଏକ ବିପଦ ର ମାଇଲ ଖୁଣ୍ଟ ହୋଇ ଛିଡା ହେବ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *