
ଯୁବକ ଙ୍କୁ ନିର୍ମମ ହତ୍ୟା
- ଅପରାଧମୁଖ୍ୟ ଖବର
- November 29, 2022
- No Comment
- 473
ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା ର ତଦନ୍ତ ଜାରି କରିଛନ୍ତି। ଆଜି ଘଟଣାରେ ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ପୁଲିସ ତଦନ୍ତ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କୁ ପଠାଇଛି । ସୁଚନା ମତେ ସୋମବାର ସନ୍ଧ୍ୟାରେ କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ସେହି ଗ୍ରାମ ର ଦୟାନିଧି ଦୁଣ୍ଡକିଆ ଙ୍କୁ ପଥର ରେ ଛେଚି ନିର୍ମମ ଭାବେ ହତ୍ୟା ଘଟଣାରେ ମୃତକ ଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ହତ୍ୟା ଅଭିଯୋଗ ଆଣିବା ସହ ଜମିବାଡ଼ି ବିବାଦ କୁ ନେଇ ବଡ଼ ଭାଇ ପୁଅ ଓ କାକା ପୁଅ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ।ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଛନ୍ତି।ସାଇଣ୍ଟିଫିକ ଟିମ ରିପୋର୍ଟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ଘଟଣାର ସମସ୍ତ ତଥ୍ୟ ସାମ୍ନା କୁ ଆସିବା ନେଇ ପୁଲିସ ସୁଚନା ଦେବାସହ ଏହି ହତ୍ୟା ଅଭିଯୋଗରେ ୨ ଜଣ ଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ କହିଛନ୍ତି।