ଶଶୁର ଘର  ଆଗରେ  ବୋହୁ  ଦେଲା ଧାରଣା ||

ଶଶୁର ଘର ଆଗରେ ବୋହୁ ଦେଲା ଧାରଣା ||

ଫୋକସ ପ୍ଲସ 1/12/22 (ନିଶ୍ଚିନ୍ତକୋଇଲି): ଲିଟୁ ମୁଁ କଣ ଭୁଲ କରିଥିଲି ? ତମେ କାହିଁକି ମତେ ଏତେ କଷ୍ଟ ଦେଉଛ ? ଲିଟୁ ତମେ ପରା ମତେ ୭କଳସ ୮ଦୀପ କୁ ସାକ୍ଷୀରଖି ୭ଜନ୍ମ କୁ ସାଥି କରିଥିଲ ! ମୋର ଦଶ ଦୋଷ କୁ କ୍ଷମା କରିବାର କଥା ଦେଇଥିଲ ! ହେଲେ ଏ ସବୁ ପ୍ରତିଶୃତି କୁ ଆଜି କେମିତିଭୁଲିଗଲ? ଆଜ୍ଞା ହଁ ଏ ସବୁ କଥା ଆମେ କହୁନୁ ଏ ସବୁକୁ ମନରେ ଭାବି ଗୁମୁରି ଗୁମୁରି କାନ୍ଦୁଛନ୍ତି ନିଜ ଶଶୁର ଘର ଆଗରେ ବସିଥିବା ନବଵିଭାହିତା ମହିଳା | ଏହି ଘଟଣାଟି ହେଉଛି ସାଲେପୁର ଥାନା ର ମାଛୁଆତି ଗ୍ରାମର |ଅଭିଯୋଗ ଅନୁସାରେ ଏହି ଗ୍ରାମର ସନାତନ ମହାରଣା ଙ୍କ ଘର ଆଗରେ ତାଙ୍କ ବୋହୁ ସସ୍ମିତା ମହାରଣା ୩ଦିନ ହୋଇଯିବ ଶୀତ କାକରକୁ ଖାତିରି ନକରି ବସିରହିଥିବା ବେଳେ ଘର ଆଗରେ ତାଲା ପଡିରହିଥିବାର ଦେଖିବାକୁ ମିଳି ଥିଲା | ସସ୍ମିତା ବୈଦିକ ରୀତିନୀତିରେ ସନାତନଙ୍କ ପୁଅ ସୁସେନେ ମହାରଣାଙ୍କୁ 13.7.2020 ରେ ବିବାହ କରିଥିଲେ | ଶଶୁର ଘର ର ଦାବି ମୁତାବକ ଟଙ୍କା ସସ୍ମିତା ଦେଇପାରିନଥିବାରୁ ସସ୍ମିତାଙ୍କୁ ଏବେ ଶଶୁର ଘର ଲୋକେ ଘରେ ପୂରେଇଦେଉନଥିବା କଥା କହିଛନ୍ତି ବୋହୁ ସସ୍ମିତା | ଏହାସହିତ ଶଶୁର ସନାତନ ବୋହୁ ସସ୍ମିତା ଙ୍କ ଉପରେ ସର୍ବଦା ଖରାପ ନଜର ରଖୁଥିବା ଭଳି ସଙ୍ଗିନୀ ଅଭିଯୋଗ କରିଛନ୍ତି ବୋହୁ ସସ୍ମିତା | ଅପରପଖେ ସନାତନଙ୍କ ଘର ତାଲା ପଡିଥିବାରୁ ସନାତନଙ୍କର କି ତାଙ୍କ ପୁଅଙ୍କର ପ୍ରତିକ୍ରିୟା ନେବା ସମ୍ଭବ ହୋଇପାରିନଥିଲା | ଏ ନେଇ ଆମ ପ୍ରତିନିଧି ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ତେବେ ତିନିଦିନ ହୋଇଯିବ ଏହି ପରିବାର ଲୋକେ ଘର ଆଗରେ ତାଲା ପକାଇ କେଉଁଠିଅଛନ୍ତି ? ସାଲେପୁର ପୁଲିସି ପ୍ରଶାସନ କାହିଁକି ଏହି ଘଟଣାକୁ ଗୁରୁତ୍ୱ ଦେଉନାଇଁ ତାହା ଏବେ ବଡ଼ ପ୍ରଶ୍ନ ବାଚି ସୃଷ୍ଟି କରିଛି | ତେବେ ଦେଖିବାକୁ ବାକି ରହିଛି ସାଲେପୁର ପୁଲିସି କେବେ ଦେଉଛି ସସ୍ମିତାଙ୍କୁ ନ୍ୟାୟ ||

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *