ପୋଲିସ କୁ ମାଡ଼ ମାରି ବନ୍ଧୁକ ଛଡ଼ାଇ ନେଲେ।

ପୋଲିସ କୁ ମାଡ଼ ମାରି ବନ୍ଧୁକ ଛଡ଼ାଇ ନେଲେ।

ଫୋକସ ପ୍ଲସ 2/12/22 ( ତିଗିରିଆ): ଏକ ଅପହରଣ ମାମଲାରେ ତିଗିରିଆ ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଆସୁଥିବା ଢେଙ୍କାନାଳ ସଦର ପୁଲିସଙ୍କ ଉପରେ ଆକ୍ରମଣ ହୋଇଛି । ଘଟଣାଟି ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ବଜାରରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ ୨ଜଣ ପୁଲିସ ଆହତ ହୋଇଛନ୍ତି । ଜଣେ ଗୁରୁତର ଥିବାରୁ ତାଙ୍କୁ ତିଗିରିଆ ନିଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସଂଘବଦ୍ଧ ଭାବେ ୩୦ରୁ ଉର୍ଦ୍ଧ୍ବ ଯୁବକ ପୁଲିସ ଉପରକୁ ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତକୁ ଘଟଣାସ୍ଥଳରୁ ଖସାଇ ନେଇଛନ୍ତି । ଏନେଇ ତିଗିରିଆ ଥାନାରେ ଢେଙ୍କାନାଳ ସଦର ପୁଲିସର ଅଭିଯୋଗ ପରେ ଥାନା ଅଧିକାରୀ ସୁଚିତ୍ରା ଜେନା । ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଢେଙ୍କାନାଳ ଗୁଣ୍ଡିଚାପଡ଼ା ଗ୍ରାମର ଜଣେ ନାବାଳିକା ଝିଅକୁ ଅପହରଣ କରାଯାଇଥିବା ନେଇ ଢେଙ୍କାନାଳ ସଦରଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ସେଠା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ତିଗିରିଆ ଥାନା ପଙ୍କାଳର ବୋଲି ସୂଚନା ମିଳିଛି। ଅଭିଯୁକ୍ତ କୁ ଧରିବା ପାଇଁ ଢେଙ୍କାନାଳ ସଦରଥାନା ପୁଲିସ ଅଭିଯୁକ୍ତର ମୋବାଇଲ ଟ୍ରାକିଂ କରି ଯୁବକ ଜଣଙ୍କ ନୂଆ ପାଟଣା ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲେ। ସଦର ଥାନାର ଏଏସଆଇ ଚନ୍ଦ୍ରକାନ୍ତ ସେଠୀ ଓ ରମେଶ ସ୍ବାଇଁଙ୍କ ନେତୃତ୍ବରେ ଏକ ୫ଜଣିଆ ପୁଲିସ ଟିମ୍ ଗୁରୁବାର ନୂଆପାଟଣା ବଜାରରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଯୁବକକୁ ପୁଲିସ ଟିମ୍ କାବୁ କରି ଉଠାଇ ଆଣୁଥିବା ବେଳେ ଏ ସମ୍ପର୍କରେ ଅଭିଯୁକ୍ତର ସମର୍ଥକ ପ୍ରାୟ ୩୦ରୁ ଉର୍ଦ୍ଧ୍ବଯୁବକ ହାତରେ ବାଡି ଓ ଭୁଜାଲି ଧରି ଆକ୍ରମଣ କରିଥିଲେ । ସେଠାରେ ପୁଲିସ ଗାଡ଼ି ଭଙ୍ଗରୁଜା କରିବା ସହିତ ପୁଲିସଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଏଏସଆଇ ଚନ୍ଦ୍ରକାନ୍ତ ସେଠୀଙ୍କ ମୁଣ୍ଡର ବହୁ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି । ତାଙ୍କୁ ସ୍ଥାନୀୟ ନିଜିଗଡ଼ ଡାକ୍ତରଖାନାରେ ଆଶୁ ଚିକିତ୍ସା ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀଅଧୀକ୍ଷକ ବିଜୟ କୁମାର ବିଶି ତିଗିରିଆ ଥାନାକୁ ଆସି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।ପାଡୁଆ ରେଳଧରଣା ନିକଟ ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ କରାଯାଇଛି ।ଟ୍ରେନ ଧକାରେ ବ୍ୟକ୍ତି ଜଣକ ମୃତ ହେଇଥିବା ସନ୍ଦେହ କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଞ୍ଚଳ ଚମ୍ପାପୁଟ ଓ ପାଡୁଆ ନିକଟରେ । ମୃତ ବ୍ୟକ୍ତି ଜଣଙ୍କର ଦୁଇଟି ଗୋଡ଼ ସମ୍ପୃର୍ଣ୍ଣ କଟି ଯାଇଛି । ବ୍ୟକ୍ତି ଜଣଙ୍କର ପରିଚୟ ଏଯାଏଁ ମିଳି ପାରିନାହିଁ । ଏହା ମୃତ ନା ଆତ୍ମହତ୍ୟା କରାଯାଇଛି ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ।

Related post

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ…

ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର ଆଉ…
ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଫୋକସ ପ୍ଲସ 5/3/2023(ନାଉଗାଁ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଗାରୋଇ ଗ୍ରାମର ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାପଡିଛି | ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି…

Leave a Reply

Your email address will not be published. Required fields are marked *