ମୁଖ୍ୟ ମନ୍ତ୍ରୀଙ୍କ  ଦ୍ଵାରା ସୁନାପୁର ଇକୋରିଟ୍ରିଟ ର ଶୁଭାରମ୍ଭ।

ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ସୁନାପୁର ଇକୋରିଟ୍ରିଟ ର ଶୁଭାରମ୍ଭ।

ଫୋକସ ପ୍ଲସ 2/12/22 (ପାଲଲହଡା): ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ସୁନାପୁର ଇକୋରୀଟ୍ରିଟର ଶୁଭାରମ୍ଭ। ଚିକିଟି- ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ସୁନାପୁର ଠାରେ ଇକୋରୀଟ୍ରିଟ ର ସୁବିଧା କୁ ଆରମ୍ଭ କରଯାଇଥିଲା I ଏହି ଶୁଭାରମ୍ଭ ଭରତୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜୋତି ପରିଡା। ବ୍ରହ୍ମପୁର ଆରଖି ଅଧିକ୍ଷକ ଡାଃ ଶ୍ରବଣବିବେକ। ଏମ ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କୀର୍ତିଭାଷନ। ଭି ବ୍ରହ୍ମପୁର ମହାନଗର କମିସନର ଜେ ସୋନାଲୀ। ବ୍ରହ୍ମପୁର ବନବିଭାଗ ର ଡିଏଫୋ ଅମ୍ଳାନ ନାୟକ। ଓଡିଶା ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ଡା-ଆର-କେ ପଟ୍ଟନାୟକ ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର। ଚିକିଟି ତହସିଲଦାର ବିଶ୍ଵରଞ୍ଜନ କହଁର।ଜିଲ୍ଲା ସୂଚନା ପ୍ରସାରଣ ଅଧିକାରୀ ସହ ଅଧିକାରିଣୀ ପ୍ରମୁଖ ଯୋଗଦେଇଥିଲେ I ଚଳିତ ବର୍ଷ ପର୍ଯ୍ୟଟନ ବିବାଗ ତରଫରୁ ଶାତଟି ଜାଗାରେ ଇକୋରୀଟ୍ରିଟ କେନ୍ଦ୍ର ମାନ ସାରା ଓଡିଶାରେ ଖୋଲା ଯାଇଥିବା ବେଳେ ସୁନାପୁର ଚିକିଟି ବ୍ଲକର ଅନ୍ୟତମ ଅଟେ I ଏହି କେନ୍ଦ୍ରଟି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବାବେଳେ ଏଠାରେ ପ୍ରାକୃତିକ ସୌନ୍ଦଜ୍ୟ ରେ ଭରପୁର ହୋଇଥିବା ଅତ୍ୟନ୍ତ ରମଣୀୟ ସ୍ଥାନ ଅଟେ I ଏଠାରେ ବିଳାସମୟ ତମ୍ବୁ ସହ ଶିତତାପ ରେଷ୍ଟୁରାଣ୍ଟ ,ଖେଳପଡିଆ ଡାଇନିଂ ହଲ, ଆଉଟଡର ବାର, ପିଲାଙ୍କ ଖେଳିବା ନିମନ୍ତେ ସୁବିଧା ସ୍ତାନ ରହିଥିବା ପ୍ରକାଶ ପାଉଛି I ଆଗାମୀ ଦିନରେ ଏଠାରେ ଅନେକ ଆଞ୍ଚଳିକ ଲୋକଙ୍କ ଜୀବନ ଜୀବିକା ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲାପାଳ ମୋହଦୟ ପ୍ରକାଶ କରିବା ସହ ସୁନାପୁର ବେଳାଭୂମି ର ନାମକୁ ସାରା ବିଶ୍ବରେ ପରିଚୟ ଲାଭ କରିପାରିବ ବୋଲି ଆରଖି ଅଧିକ୍ଷକ ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ବେହେରା ସମିତି ସଭ୍ୟ ଅମୁଲ୍ୟ ବେହେରା ଙ୍କ ସମେତ ଅନେକ ଜନ ପ୍ରତିନିଧି ଓ ଅଞ୍ଚଳ ବାସୀ ଯୋଗ ଦେଇଥିଲେ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *