ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଫୋକସ ପ୍ଲସ 28/12/2022(ବସ୍ତା): ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ଯାଳୟ ଫାଟକ ରେ ତାଲା ପକାଇବା ସହ ଫାଟକ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ । ଏପଟେ ଗେଟରେ ତାଲା ପଡିଥିବା ରୁ ରାସ୍ତା ଉପରେ ଖରାରେ ବସି ପାଠ ପଢିବା ସହ ଧାରଣାରେ ନିଜ ଭବିଷ୍ୟତ ପାଇଁ ଶିକ୍ଷକ ନିଯୁକ୍ତି ଦାବିରେ। ଗ୍ରାମବାସୀଙ୍କ ସହ ଧାରଣାରେ ସାମିଲ ହେଲେ ଛାତ୍ର ଛାତ୍ରୀ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଘିରିଆ ସରକାରୀ ଉଚ୍ଚ ପ୍ରାର୍ଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ଯ। ସୁଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 120 ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ପାଇଁ ଦୁଇ ଜଣ ଶିକ୍ଷକ ଏବଂ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଦୁଇଜଣ ଶିକ୍ଷକ ରହିଥିଲେ। ମାତ୍ର ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଏକ ବର୍ଷ ତଳେ ଅବସର‌ ନେଇଥିବା ବେଳେ ଜନୈକ ସହକାରୀ ଶିକ୍ଷକ ପକ୍ଷାଘାତ ରୋଗରେ ପିଡିତ ହୋଇ ଦୁଇ ମାସ ଧରି ଛୁଟିରେ ରହିଛନ୍ତି। ଯାହା ଫଳରେ ସ୍କୁଲରେ ଆଦୌ ପାଠ ପଢା ହେଉନଥିବା ଅଭିଯୋଗ ହୋଇଛି। ତେବେ ପିଲା ମାନେ ପାଠ ପଢି ନଥିବାରୁ ହାଫ୍‌ଇଅର୍ଲି ପରିକ୍ଷା ଠିକ୍ ଭାବରେ କରି ପାରି ନାହାଁନ୍ତି। ଏହା ସହିତ ସରକାରଙ୍କ 50 ଦିନିଆ ପାଠ୍ୟକ୍ରମ ଏଲ ଆର ପି ପଢା ହୋଇନାହିଁ।ଆଜି ଠାରୁ ଏହି ଏଲ ଆର ପି ପରିକ୍ଷା ଆରମ୍ଭ ହେବାକୁ ଥିବାରୁ ଶିକ୍ଷକ ନଥିବାରୁ ପରୀକ୍ଷା ବାତିଲ କରିବା ସହିତ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗେଟ୍ ବାହାରେ ବସି ପାଠ ପଢୁ ଥିବାରୁ ଦେଖିବାକୁ ମିଳିଥିଲା।ତେବେ ଶିକ୍ଷକ ନିଯୁକ୍ତି ନହେବା ଯାଏଂ ଗେଟରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ସ୍କୁଲବନ୍ଦ ରଖିବେ ବୋଲି କହିଛନ୍ତି ଗ୍ରାମବାସୀ ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *