ବ୍ରହ୍ମପୁର ବିମାନ ବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ ପ୍ରସଙ୍ଗ

ବ୍ରହ୍ମପୁର ବିମାନ ବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ ପ୍ରସଙ୍ଗ

ଫୋକସ ପ୍ଲସ 30/12/2022(ବ୍ରହ୍ମପୁର): ବ୍ରହ୍ମପୁର ବିମାନ ବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଉପ-ଜିଲ୍ଲାପାଳଙ୍କୁ ଭେଟିଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ; ନୂଆଁ ସ୍ଥାନ ବିଷୟରେ ଦେଲା ପ୍ରସ୍ତାବ |ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମର କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଓ ଚାରୋଟି ନୂଆଁ ସ୍ଥାନ ବିଷୟରେ ପ୍ରସ୍ତାବ ଦେବାକୁ ଦାବି କରିଛନ୍ତି। ବ୍ରହ୍ମପୁର ସହର ସଂଲଗ୍ନ ସୋନପୁର – ସୁମାଣ୍ଡି ଅଞ୍ଚଳ, ତିନି ହଜାର ଏକର ଜମିକୁ ହଡପ କରି ରଖିଥିବା Tata SeZ, ସିତଲାପଲ୍ଲି, କିମ୍ବା ବ୍ରହ୍ମପୁର -ତାରା ତାରିଣୀ ରାସ୍ତା ରେ ଚଣ୍ଡିପଦର ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖୋଲା ଜମି ରହିଥିବା ଓ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଏହି ସ୍ଥାନ ଉପଯୁକ୍ତ ଥିବା ଫୋରମ୍ ସଭାପତି ଉପ-ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ଓ ଏହି ସ୍ଥାନରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରଙ୍କୁ ସୂଚିତ କରିବାକୁ ଅନୁରୋଧ କରିଥିଲେ।ଉଲ୍ଲେଖନୀୟ, ୨୦୧୪ ରେ ବ୍ରହ୍ମପୁରରୁ ଭୁବନେଶ୍ୱରକୁ କିଛି ଦିନ ବିମାନ ଚାଲିଥିଲା ଓ ତାହାକୁ ଏକତରଫା ଭାବେ ସରକାର ବନ୍ଦ କରିଦେଇ ଥିଲେ। ଏହାପରେ ଗତ ଚାରି ବର୍ଷ ତଳୁ ଆର.ସି.ଏସ-ଉଡାଣ ୪.୧ ଯୋଜନାରେ ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ଏଇରଷ୍ଟ୍ରିପ କୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ ରଙ୍ଗେଈଲୁଣ୍ଡାରେ ଜାଗାର ଅଭାବ ଯୋଗୁଁ ବ୍ରହ୍ମପୁର ସହର ବାହାରେ ଏକ ବଡ ଜାଗା ରେ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ବାରମ୍ବାର ଅନୁରୋଧ କରିଥିଲା ଓ ବିକଳ୍ପ ଜାଗା ଥିବାର ସୂଚନା ଦେଇଥିଲା। କେନ୍ଦ୍ର ସରକାରଙ୍କ ସହମତି ଥିବା ସତ୍ତ୍ବେ ରାଜ୍ୟ ସରକାର ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଶୀତଳାପଲ୍ଲୀ ଠାରେ ନିର୍ଧାରିତ ହୋଇଥିବା ଜମିକୁ ନା ଯୋଗାଇ ଦେଲେ ନା ଅନ୍ୟ ବିକଳ୍ପ ପଦକ୍ଷପ ଗ୍ରହଣ କଲେ।ଓଡ଼ିଶା ଡେଭଲପମେଣ୍ଟ ଫୋରମର ଦୀର୍ଘ ୨୦ ବର୍ଷର ଚେଷ୍ଟା ପରେ ଜୟପୁର ଓ ରାଉରକେଲା ଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲା ଅଥଚ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ରେ କିଛି ପରିବର୍ତ୍ତନ ଆସିଲା ନାହିଁ। ତେଣୁ ରାଜ୍ୟ ସରକାରଙ୍କ ଏହି ବୈମାତୃକ ମନୋଭାବ ବିରୋଧରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ, ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ର ପ୍ରାୟ ୩୨ ଅନ୍ୟ ସଂଗଠନ ଗତ ପାଞ୍ଚ ବର୍ଷ ହେଲା ତୀବ୍ର ଶ୍ୱର ଉତ୍ତୋଳନ କରି ଆନ୍ଦୋଳନ କରି ଆସୁଛନ୍ତି। ରାଜ୍ୟ ସରକାର ବ୍ରହ୍ମପୁର ବିମାନ ବନ୍ଦର ନାଁ ରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ କୋଣାର୍କ ରେ ଦୁଇଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର, ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ଓ ୫୦ କିମି ଦୂରରେ ଥିବା ହୀରାକୁଦ ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହାଛଡା ଉତ୍କେଳା, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁରକୁ ବାରମ୍ବାର ଉପେକ୍ଷା କରାଯାଉଛି। ଗଞ୍ଜାମ ଜିଲ୍ଲା ର ପ୍ରାୟ ୧୫ ରୁ ୨୦ ଲକ୍ଷ ପ୍ରବାସୀ ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, ଗୁଜରାଟ, କୋଲକାତା ପ୍ରଭୃତି ଅଞ୍ଚଳ ଓ ଦେଶ ବାହାରେ ରହୁଥିବା ବେଳେ ସେମାଙ୍କ ପାଇଁ ଏକ ବିମାନ ବନ୍ଦରର ଯଥେଷ୍ଟ ଆବଶ୍ୟକତା ରହିଛି। କିନ୍ତୁ ଏହାସତ୍ତ୍ୱେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି। ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲା ରେ ଶିଳ୍ପାୟନ, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି, ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ଯୁବକ ଯୁବତୀ ମାନଙ୍କୁ ରୋଜଗାର ଏଭଳି ବିବିଧ କ୍ଷେତ୍ରରେ ବିକାଶ ହୋଇପାରିବ ଓ ଦକ୍ଷିଣ ଓଡ଼ିଶା ର ବିକାଶ ତୀବ୍ରତର ହେବ; ତେଣୁ ଫୋରମ ର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ବ୍ରହ୍ମପୁର (ରଙ୍ଗେଈଲୁଣ୍ଡା) ଏଇରଷ୍ଟ୍ରିପ କୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି କାମ ବି ମନ୍ଥର ଗତିରେ ଚାଲିଥିବାରୁ ବ୍ରହ୍ମପୁର ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରଙ୍କ କଣ ଯୋଜନା ରହିଥିବା କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ରେ ଆଗାମୀ ଦିନରେ ପ୍ରଶାସନ ସହ କଥାବାର୍ତ୍ତା ହେବାସହ ଏହି ବିଷୟରେ ସୁଚନା ଦିଆଯିବ ବୋଲି ଉପ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। କିନ୍ତୁ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବର୍ତ୍ତମାନ ସୁଦ୍ଧା ବଡ ଜାଗା ନିର୍ଣ୍ଣୟ ହୋଇ ପାରିନଥିବା ର ସୂଚନା ଦେଇଥିଲେ । ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉପ-ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡ଼ିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ବିଭାଗୀୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ଙ୍କ ଉଦ୍ଦେଶ୍ୟରେ ଦୁଇଟି ଦାବିପତ୍ର ପଠାଯାଇ ଥିଲା। ଏହି ଅବସରରେ ଫୋରମ ସଭାପତି ରାମ ପ୍ରସାଦ ତ୍ରିପାଠୀ, ସହ-ସଚିବ ମାନସ ରଞ୍ଜନ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ରମେଶଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, କିରଣ କୁମାର ପଣ୍ଡା, ପ୍ରକାଶ ଭଜାନୀ, ଆଡଭୋକେଟ ଶିବ ପ୍ରସାଦ ମିଶ୍ର, ଦିଲୀପ ମହାରଣା, ଭିକାରୀ ନାୟକ, ସୁଦାମ ନାୟକ, ଲୋକନାଥ ପରିଡ଼ାଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ।

Related post

ଗଞ୍ଜାମ ଏବଂ ପୁରୀର ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ |

ଗଞ୍ଜାମ ଏବଂ ପୁରୀର ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ |

ଫୋକସ ପ୍ଲସ ୩୧/୧/୨୩(ବ୍ରହ୍ମପୁର): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର TPSODL ଜିଏମ୍ l TPSODL ମୁଖ୍ୟ କାର୍ଯ୍ୟାଳୟରେ ଚାକିରୀ କରୁଥିବା ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ଼…
ମଲା ଲୋକଙ୍କୁ ବି ଛାଡୁ ନାହାନ୍ତି ସରକାରୀ କର୍ମଚାରୀ ||

ମଲା ଲୋକଙ୍କୁ ବି ଛାଡୁ ନାହାନ୍ତି ସରକାରୀ କର୍ମଚାରୀ ||

ଫୋକସ ପ୍ଲସ 7/1/2023(ହାଟଡିହି): ଭୂତ ନାମରେ ଉଠୁଛି ଭତ୍ତା ଟଙ୍କା ।ମଲା ଲୋକଙ୍କ ଭତ୍ତା ଟଙ୍କାକୁ ବି ଛାଡ଼ୁନାହାଁନ୍ତି ସରକାରୀ କର୍ମଚାରୀ। ଭତ୍ତା ବିଭାଗକୁ ଦୁର୍ନୀତି ମୁକ୍ତ କରିବା…
ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୩ ଶିଶୁପୁତ୍ର, ଚାଲିଗଲା ଜୀବନ || FocusPlus

ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୩ ଶିଶୁପୁତ୍ର, ଚାଲିଗଲା ଜୀବନ ||…

ଫୋକସ ପ୍ଲସ 23/12/2022(କେନ୍ଦ୍ରାପଡ଼ା): ପୋଖରୀରେ ବୁଡି ୩ ଶିଶୁପୁତ୍ର ମୃତ। କେନ୍ଦ୍ରାପଡ଼ା ରାଜନଗର ଥାନା ବିସ୍ଥାପିତ ଅଞ୍ଚଳ ବଗପାଟିଆରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ…

Leave a Reply

Your email address will not be published. Required fields are marked *