ମଦ ବିରୋଧି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ସତାଧିକ୍ ମହିଳା l

ମଦ ବିରୋଧି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ସତାଧିକ୍ ମହିଳା l

ଫୋକସ ପ୍ଲସ 3/1/2023(ନୂଆପଡ଼ା): ମଦ ପାଇଁ ମଣିଷର କେତେ କ୍ଷତି କାରକ ହୁଏ ତାହା ଫରସରା ଗ୍ରାମର ଶତାଧିକ ପୁରୁଷ ମହିଳା ତତ୍ ସହିତ ଗ୍ରାମର ବୁଦ୍ଧିଜୀବି ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମରେ ଅଛି ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟ ।ଅତି ଆଶ୍ଚର୍ଯ୍ୟର କଥା କି ଯୋଉଠି ୩୦ ମିଟର ଦୂରତାରେ ସାତସାତଟି ଦେଶୀ ମଦ କୋଠୀ ଚାଲିଛି।ସେଇଠି ପୁଣି ଫରସରା ଗ୍ରାମର ମା ଭଉଣୀ ମାନେ ନଳକୂପକୁ ପାଣି ନେବା ପାଇଁ ଆସିଥାନ୍ତି ହେଲେ ସମସ୍ତଙ୍କର ଅଭିଯୋଗ ଆସୁଛି ସକାଳରୁ ଚା ପିଇବା ବଦଳରେ ମଦ ପିଇକି ଅସଦାଚାରଣ କରୁଛନ୍ତି।ଏ କଥା ଆମେ କହୁନୁ ନିଜେ କହୁଛନ୍ତି ଗ୍ରାମବାସୀ। ଏମିତି ଏକ ଖବର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତ ଫରସରା ଗ୍ରାମରେ। ଏହି ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକ ହୋଇ ରାଜରାସ୍ତାକୁ ଓହ୍ଲାଇ ମଦ କୋଠି ବନ୍ଦ କରିବା ପାଇଁ ବିଭିନ୍ନ ନାରା ବାଜି କରିବା ସହିତ ଆଗାମୀ ଦିନରେ ମଦ କୋଠି ବନ୍ଦ ନହେଲେ ଅବକାରୀ ବିଭାଗର କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ମହିଳା ମାନେ ଚେତା ବନି ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ଦେଇ ଆସୁଥିଲେ କିନ୍ତୁ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ l

Related post

Leave a Reply

Your email address will not be published. Required fields are marked *