ଆଜିବି ଲୋକେ ପାଇ ପାରୁନାହାନ୍ତି ପାଣି, ପିଉଛନ୍ତି ବିଶୁଦ୍ଧ ଝରଣା ପାଣି ||

ଆଜିବି ଲୋକେ ପାଇ ପାରୁନାହାନ୍ତି ପାଣି, ପିଉଛନ୍ତି ବିଶୁଦ୍ଧ ଝରଣା ପାଣି ||

ଫୋକସ ପ୍ଲସ 4/1/2023(ନୂଆଗଡ):  ଗଜପତି ଜିଲ୍ଲା ନୂଆଗଡବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତରେ ଥିବା ନାୟକ ସାହି ଗ୍ରାମରେ ରୋହୁଥିବା ଲୋକେ ପିଇବା ପାଣି ଏବଂ ଦୈନିନ୍ଦିନ ବ୍ୟବହାର ପାଣି ପାଇପାରୁ ନାହାନ୍ତି । ଏ ବିଷୟରେ ସ୍ଥାନୀୟ ଅଧିବାସୀମାନେ ସରକାରଙ୍କୁ ବାରମ୍ବାର ଅଭିଯୋଗ କଲେବି ସରକାରୀ ବାବୁମାନେ ଏତେ ବ୍ୟସ୍ତ ଯେ ବାବୁମାନେ ଲୋକଙ୍କ ସମସ୍ୟା ବୁଝପାରୁନାହାନ୍ତି। ଏଠି କେନ୍ଦ୍ର ସରକାର,ରାଜ୍ୟ ସରକାର ଏବଂ କିଛି କୁଜି ନେତା ମାନେ ଜନସାଧରଣଙ୍କ ସେବା ପାଇ ପରସ୍ପର ଇଲେକ୍ସନ ସମୟରେ ବାଡିଆ ପିଟିୟା ହୁଅନ୍ତି ହେଲେ ଇଲେକ୍ସନ ରେଜଲ୍ଟ ଫଳାଫଳ ଘୋଷଣା ହେବା ପରେ ସାଧାରଣ ଲୋକଙ୍କ ସେବା ଭୁଲିଯାଇ ନିଜ ପକେଟ ସେବାରେ ବ୍ୟସ୍ତ ରୁହନ୍ତି। ଏଠି ସରକାରୀ ବାବୁଙ୍କ କଥା ନ କହିବା ଭଲ ବାବୁ ମାନେ କେବଳ ନାମକୁ ମାତ୍ର ଜାତି ,ଲିଙ୍ଗ,ବର୍ଣ୍ଣ ,ଧର୍ମ ନିର୍ବିଶେଷରେ ବିନା ଲାଞ୍ଚ ଏବଂ ନିସ୍ବାର୍ଥ ଭାବରେ ଜନସାଧାରଣଙ୍କୁ ସେବା ଜଗାଇଦେବାକୁ ଶପଥ ପାଠ ନେଉଛନ୍ତି କିନ୍ତୁ ଜନସାଧାରଣ ଏଠି ପିଇବା ପାଣି ପରି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି। ଏଠି ରାଜ୍ଯ ସରକାର ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କ ମୌଲିକ ଅଧିକାର ପାଣି, ସ୍ବାସ୍ଥ୍ୟ, ଶିକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିଥିବା କଥା ଭିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିବା ବେଳେ ଏଠି ଲୋକେ ସେ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି।

Related post

Leave a Reply

Your email address will not be published. Required fields are marked *